Get Updates
Get notified of breaking news, exclusive insights, and must-see stories!

ଭାରତୀୟ ମୁଜାହିଦ୍ଦିନର 4 ଆତଙ୍କବାଦୀଙ୍କୁ 10 ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଏନଆଇଏ କୋର୍ଟ, ଅନେକ ସ୍ଥାନରେ କରିଛନ୍ତି ବିସ୍ଫୋରଣ

ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ଏକ ସ୍ୱତନ୍ତ୍ର କୋର୍ଟ ବୁଧବାର ଦିନ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ବୋମା ବିସ୍ଫୋରଣ ଘଟଣାର ଷଡଯନ୍ତ୍ରରେ ଭାରତୀୟ ମୁଜାହିଦ୍ଦିନ (ଆଇଏମ)ର ଚାରି ଜଣଙ୍କୁ 10 ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।

ଏହି ଚାରିଜଣ ଅଭିଯୁକ୍ତ ପାକିସ୍ତାନ ଭିତ୍ତିକ ମୁଖ୍ୟ ଅଭିଯୁକ୍ତ ରିୟାଜ ଭଟକଲ ଏବଂ ଭାରତରେ ରହୁଥିବା ୟାସିନ ଭଟକଲଙ୍କ ସମେତ ଆଇଏମ ସଦସ୍ୟଙ୍କ ସହ ସମ୍ପର୍କ ରଖିଥିଲେ ।

nia

ଆତଙ୍କବାଦ ବିରୋଧୀ ଏଜେନ୍ସି ଏନଆଇଏ କହିଛି ଯେ ଏହି ଚାରି ଅଭିଯୁକ୍ତ ହାଇଦ୍ରାବାଦ ଏବଂ ଦିଲ୍ଲୀ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ଚଢାଉ କରିଥିଲେ ଏବଂ ବିସ୍ଫୋରକ ସାମଗ୍ରୀ ତଥା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଥିଲେ ।

ବେଆଇନ କାର୍ଯ୍ୟକଳାପ ଅନୁଯାୟୀ ଜୁଲାଇ 7 ରେ ଦାନିଶ ଅନସାରୀ (ଦରଭଙ୍ଗା, ବିହାର), ଅଫତାବ ଆଲମ (ପୂର୍ଣ୍ଣିୟା, ବିହାର), ଇମ୍ରାନ ଖାନ (ନନ୍ଦେଡ଼, ମହାରାଷ୍ଟ୍ର) ଏବଂ ଓବୈଦ-ଉର-ରହମାନ (ହାଇଦ୍ରାବାଦ, ତେଲେଙ୍ଗାନା) ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଜାନୁଆରୀରୁ ମାର୍ଚ୍ଚ 2013 ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା ।

ବୁଧବାର ଘୋଷିତ ଏହି ଦଣ୍ଡ ଅନୁଯାୟୀ ସ୍ୱତନ୍ତ୍ର ଜଜ୍ ଅଭିଯୁକ୍ତ ଦାନିଶ ଅନସାରୀଙ୍କ ଉପରେ 2,000 ଟଙ୍କା ଏବଂ ଅଫତାବ ଆଲମ ଉପରେ 10,000 ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଏହି ଅଦାଲତ ପୂର୍ବରୁ ଏହି ଚାରି ଏବଂ ଅନ୍ୟ 7 ଜଣଙ୍କ ବିରୋଧରେ ଏହି ବର୍ଷ ମାର୍ଚ୍ଚ 31 ରେ ମାମଲା ରୁଜୁ କରିଥିଲେ । ଅନ୍ୟ 7ଜଣ ୟାସିନ୍ ଭଟକଲ, ଅସଦୁଲ୍ଲା ଅଖତର, ଜିଆ-ଉର-ରେହମାନ, ତେହସେନ୍ ଅଖତର ଏବଂ ହାୟଦାର ଅଲି ବୋଲି ଜଣାପଡିଛି । ତାଙ୍କ ବିରୋଧରେ ମାମଲା ଚାଲିଛି ।

ଏହି ମାମଲା ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବା ପାଇଁ ଇଣ୍ଡିଆନ୍ ମୁଜାହିଦ୍ଦିନର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏକ ଷଡଯନ୍ତ୍ର । ଏଥିରେ ଦେଶର ଅଲଗା ଅଲଗା ସ୍ଥାନରେ ବିସ୍ପୋରଣ ପାଇ ଷଡ଼ଯନ୍ତ୍ର କରାଯାଇଥିଲା । ଏଥିରେ ମାର୍ଚ୍ଚ 2006 ବାରଣାସୀ ବିସ୍ପୋରଣଷ, ଜୁଲାଇ 2006 ମୁମ୍ବାଇ ବିସ୍ପୋରଣ, ବାରଣାସୀ, ଫୈଜାବାଦା ଏବଂ ୟୁପି ଅଦାଲତରେ ବିସ୍ପୋରଣ, ନଭେମ୍ବର 2007 ରେ ଲକ୍ଷ୍ନୌରେ ସିରିଏଲ୍ ବ୍ଲାଷ୍ଟ, ଅଗଷ୍ଟ 2007 ରେ ହାଇଦ୍ରାବାଦରେ ବିସ୍ଫୋରଣ ଆଦିରେ ସାମିଲ ଥିଲେ ।

ଏହା ବ୍ୟତୀତ ଜୟପୁର ସିରିଏଲ ବ୍ଲାଷ୍ଟ, ଦିଲ୍ଲୀ ସିରିଏଲ ବ୍ଲାଷ୍ଟ ଏବଂ 2008 ରେ ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଏନଆଇଏ କହିଛି ଯେ 2010 ଚିନ୍ନାସ୍ୱାମୀ, ବେଙ୍ଗାଲୁରୁ ଷ୍ଟାଡିୟମ ବିସ୍ଫୋରଣ ଏବଂ 2013 ହାଇଦ୍ରାବାଦ ବିସ୍ଫୋରଣ ପଛରେ ଆଇଏମ୍ ମଧ୍ୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+