For Quick Alerts
Turn On Notification  
For Daily Alerts
Oneindia App Download

କାଶ୍ମୀରରୁ ଆତଙ୍କବାଦୀଙ୍କ 4 ସହଯୋଗୀଙ୍କୁ ଗିରଫ କଲା ଏନଆଇଏ, ଅସ୍ତ୍ରଶସ୍ତ୍ର ଯୋଗାଇବାରେ କରୁଥିଲେ ସାହାଯ୍ୟ

କିଛି ଦିନ ମଧ୍ୟରେ ଏନଆଇଏ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ କିମ୍ବା ସେମାନଙ୍କ ସହାୟକମାନଙ୍କ ଉପରେ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଢାଉ କରିଥିଲା । ଏନ୍ଆଇଏର ଏହି କାର୍ଯ୍ୟରେ ଆତଙ୍କବାଦୀଙ୍କ ପାଇଁ ସହାୟକ ହେଉଥିବା ଏପର୍ଯ୍ୟନ୍ତ 4 ଜଣଙ୍କୁ ଗିରଫ କରାଯାଇଛି ।

|

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଘଟଣା ପରେ ସୁରକ୍ଷା ଏଜେନ୍ସି ତଥା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଅଧିକ ସତର୍କ ହୋଇ ଚଳଚଞ୍ଚଳ ହୋଇ ପଡ଼ିଛନ୍ତି । ଗୋଟିଏ ପଟେ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣରେ ସ୍ଥାନୀୟ ସାଧାରଣ ନାଗରିକ ଏବଂ ଆମର ଯବାନମାନଙ୍କୁ ହତ୍ୟା କରାଯାଉଥିବାବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀ ସମେତ ଅନେକ ପ୍ରମୁଖ ସହରରୁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏଭଳି ପରିସ୍ଥିତିରେ ଗତ କିଛି ଦିନ ମଧ୍ୟରେ ଏନଆଇଏ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ କିମ୍ବା ସେମାନଙ୍କ ସହାୟକମାନଙ୍କ ଉପରେ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଢାଉ କରିଥିଲା । ଏନ୍ଆଇଏର ଏହି କାର୍ଯ୍ୟରେ ଆତଙ୍କବାଦୀଙ୍କ ପାଇଁ ସହାୟକ ହେଉଥିବା ଏପର୍ଯ୍ୟନ୍ତ 4 ଜଣଙ୍କୁ ଗିରଫ କରାଯାଇଛି ।

NIA

ଆପଣଙ୍କୁ କହି ରଖୁଛୁ, ଆତଙ୍କବାଦୀ କାର୍ଯ୍ୟକଳାପର ବୃଦ୍ଧି ମଧ୍ୟରେ ଏନଆଇଏ ଏକ ସ୍ୱତନ୍ତ୍ର ଅପରେସନ୍ ଅଧୀନରେ ଜାମ୍ମୁ କାଶ୍ମୀରର 16 ଟି ସ୍ଥାନରେ ଚଢାଉ କରିଥିଲା । ଅକ୍ଟୋବର 10 ରେ, ଏହି ଚଢାଉ ସମ୍ପର୍କରେ ଏନଆଇଏ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ଏହି କାର୍ଯ୍ୟରେ ଏପର୍ଯ୍ୟନ୍ତ 4 ଜଣ ଗିରଫ ହୋଇଛନ୍ତି । ଏନଆଇଏ ମୁଖପାତ୍ରଙ୍କ ଅନୁଯାୟୀ, ଗିରଫ ହୋଇଥିବା 4 ଜଣଙ୍କ ମଧ୍ୟରେ ୱାସିମ ଅହମ୍ମଦ ସୋଫି, ତାରିକ ଅହମ୍ମଦ ଡାର, ବିଲାଲ ଅହମ୍ମଦ ମିର ଓରଫ୍ ବିଲାଲ ଫାଫୁ ଏବଂ ତାରିକ ଅହମ୍ମଦ ବାଫଣ୍ଡା ରହିଛନ୍ତି । ଏହି ଚାରିଜଣଙ୍କୁ ଶ୍ରୀନଗରରୁ ଗିରଫ କରାଯାଇଛି । ମଙ୍ଗଳବାର ଦିନ ଏନଆଇଏ ସେମାନଙ୍କୁ ଶ୍ରୀନଗର, ପୁଲୱାମା ଏବଂ ଶୋପିଆନରେ ଖୋଜାଖୋଜି କରିଥିଲା ।

ଏନଆଇଏ ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଲୋକମାନେ ସହଯୋଗୀ କିମ୍ବା ବିଭିନ୍ନ ଆତଙ୍କବାଦୀ ସଂଗଠନର ଗ୍ରାଉଣ୍ଡ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଏହି ଲୋକମାନେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ । ଏହା ସହିତ, ସେମାନେ ସେମାନଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରୁଥିଲେ । ମଙ୍ଗଳବାର କାଶ୍ମୀରରେ ଚାଲିଥିବା ସର୍ଚ୍ଚ ଅପରେସନରେ ଅନେକ ଇଲେକ୍ଟ୍ରୋନିକ୍ ଉପକରଣ, ଜିହାଦର ଡକ୍ୟୁମେଣ୍ଟ ଏବଂ ସନ୍ଦେହଜନକ ଆର୍ଥିକ କାରବାରର ରେକର୍ଡ ଜବତ କରାଯାଇଛି ବୋଲି ଏନଆଇଏ ମୁଖପାତ୍ର କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
NIA Arrested 4 People having Link With Terrorist From Srinagar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X