Get Updates
Get notified of breaking news, exclusive insights, and must-see stories!

ଗୁଣିଗାରେଡ଼ି ବିରୋଧରେ ସଚେତନ କାର୍ଯ୍ୟକ୍ରମର ରିପୋର୍ଟ ଦିଅ : NHRC

ୱିଚ୍-ହଣ୍ଟିଂ ଆକ୍ଟ, 2013 ର ଧାରା 9 ଏବଂ 11 ଅନୁଯାୟୀ ଅଭିଯୋଗ ଗ୍ରହଣ କରି ସମସ୍ତ ଜିଲ୍ଲାପାଳଙ୍କୁ ଏହାର ନିରାକରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ କୁହାଯାଇଛି |

ନୂଆଦିଲ୍ଲୀ : ଗୁଣି ଗାରେଡ଼ି ସନ୍ଦେହରେ ଆକ୍ରମଣ ଓ ଅତ୍ୟାତାରର ଶିକାର ହୋଇଥିବା ପୀଡ଼ିତ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କ ଅବହେଳାଜନକ ମନୋଭାବ ନେଇ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଅସନ୍ତୋଷ ପ୍ରକାଶ କରିଛନ୍ତି | ଏନେଇ ରାଜ୍ୟର ସମସ୍ତ ତିରିଶଟି ଜିଲ୍ଲାରୁ ଏକ ସଂକଳିତ ରିପୋର୍ଟ ମାଗିଛନ୍ତି |

ଏଥିସହିତ ରାଜ୍ୟର ସମସ୍ତ ଗ୍ରାମରେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୀଡ଼ିତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ସମ୍ପର୍କରେ କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି |

ବିଶିଷ୍ଟ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ NHRC ଫେବୃଆରୀ 11, 2021 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି |

NHRC

ୱିଚ୍-ହଣ୍ଟିଂ ଆକ୍ଟ, 2013 ର ଧାରା 9 ଏବଂ 11 ଅନୁଯାୟୀ ଅଭିଯୋଗ ଗ୍ରହଣ କରି ସମସ୍ତ ଜିଲ୍ଲାପାଳଙ୍କୁ ଏହାର ନିରାକରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ କୁହାଯାଇଛି | ଗ୍ରାମ ପଞ୍ଚାୟତର ନିର୍ବାଚିତ ୱାର୍ଡ ମେମ୍ବରଙ୍କ ସହାୟତାରେ ଏହି କାର୍ଯ୍ୟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି |

ଏହା ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଏନଜିଓ ସହାୟତାରେ ବିଦ୍ୟାଳୟଗୁଡ଼ୁକରେ ସଚେତନତା ଅଭିଯାନ କରିବା ସହିତ ଗୁଣିଗାରେଡ଼ି ସନ୍ଦେହ / ଅଭିଯୋଗରେ ହତ୍ୟା, ପୋଡି ଦିଆଯାଇଥିବା କିମ୍ବା ଆକ୍ରମଣ କରିଥିବା ପୀଡିତା କିମ୍ବା ପରିବାର ସଦସ୍ୟଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ NHRC ନିର୍ଦ୍ଦେଶ ଦେଇଛି |

NHRC ଏହାର ଆଦେଶରେ କହିଛି ଯେ ଜଣେ ଓକିଲ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଗୁଣିଗାରେଡ଼ି ସନ୍ଦେହରେ ଲୋକଙ୍କୁ ହତ୍ୟା ଓ ହତ୍ୟା ଆୟୋଗକୁ ନେଇ ଏକ ଗୁରୁତର ପ୍ରସଙ୍ଗ ଉଠାଇଥିଲେ | 2019 ମସିହାରେ ଓଡ଼ିଶା ରାଜ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅନୁସାରେ ଅତ୍ୟାଚାର ତଥା ମାନବିକ ଅଧିକାରର ଉଲ୍ଲଂଘନ ଆଇନ ଅନୁଯାୟୀ ଅଭିଯୋଗକାରୀ ସାତ ପୃଷ୍ଠାର ଅଭିଯୋଗ ଦାଖଲ କରିଥିଲେ |
ତ୍ରିପାଠୀ କହିଛନ୍ତି ଯେ, ୱିଚ୍ ହଣ୍ଟିଂ ଆକ୍ଟ, 2013 ଅଧୀନରେ ରାଜ୍ୟ ଏଜେନ୍ସିଗୁଡ଼ିକ ଅପରାଧର ଯାଞ୍ଚ ଏବଂ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିନାହାଁନ୍ତି |

"ଓଡିଶାରେ ଗୁଣିଗାରେଡ଼ି ସନ୍ଦେହରେ ହିଂସାତ୍ମକ ଆକ୍ରମଣ, ବିଶେଷ କରି ମହିଳାଙ୍କ ବିରୁଦ୍ଧରେ ବେଶୀ ଏପରି ଘଟଣା ହୋଇଥାଏ | ଜାତୀୟ ମାନବ ଅଧିକାର ଆୟୋଗ ନିର୍ଦ୍ଦେଶ ଅନୁସାରେ ମାଲକାନାଗିରି, ରାଉରକେଲା, ରାୟଗଡ଼ା, କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ଏହି ସମ୍ପର୍କିତ ରିପୋର୍ଟ ଦାଖଲ କରିଛନ୍ତି ବୋଲି ଶ୍ରୀ ତ୍ରୀପାଠି କହିଛନ୍ତି |
ଆଇନର ସମ୍ପୃକ୍ତ ଅଂଶକୁ ଦର୍ଶାଇ NHRC କହିଛି ଯେ, ଅନ୍ଧ ବିଶ୍ୱାସ ଉପରେ ସଚେତନତା କାର୍ଯ୍ୟକ୍ରମ କରିବା ତଥା ଗୁଣିଗାରେଡ଼ି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାର ଆଉ କେତେକ ଯୋଜନା ପ୍ରସ୍ତୁତ କରନ୍ତୁ |

ଏହି ଆଇନରେ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାର ପ୍ରାବଧାନ ରହିଛି | ଗୁଣି ଗାରେଡ଼ି ସନ୍ଦେହରେ ହିଂସାତ୍ମକ ଆକ୍ରମଣ ବିଶେଷ କରି ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ୟୁରୋପ ସମେତ ସାରା ବିଶ୍ୱରେ ଏପରି ଆଇନ ପ୍ରଚଳିତ ହେଉଛି |

ଏହାକୁ ଭିତ୍ତି କରି ଏପରି ଘଟଣାର ଲୋପ ହୋଇଥିଲା ଏବମ ବିକଶିତ ଦେଶ ଗୁଡ଼ିକରେ ଏପରି ଘଟଣା ଆଉ ଦେଖିବାକୁ ମିଳୁନି | ସେହିପରି ଭାରତରେ କେତେକ ସ୍ଥାନ ବ୍ୟତୀତ ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର କମୁଥିବା ନେଇ ଜାତୀୟ ମାନବ ଅଧିକାର ଆୟୋଗ ଅନୁଭବ କରୁଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+