Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ପରବର୍ତ୍ତୀ ହିଂସା ଯାଞ୍ଚ ପାଇଁ ଯାଦବପୁର ଯାଇଥିବା NHRC ଦଳ ଉପରେ ଆକ୍ରମଣ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟର ଅନେକ ସ୍ଥାନରେ ହିଂସା ହୋଇଥିଲା । ଏହାର ଅନୁସନ୍ଧାନ ପାଇଁ ଯାଦବପୁର ଯାଇଥିବା ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦଳ ଆକ୍ରମଣର ଶିକାର ହୋଇଛନ୍ତି ।

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟର ଅନେକ ସ୍ଥାନରେ ହିଂସା ହୋଇଥିଲା । ଏହାର ଅନୁସନ୍ଧାନ ପାଇଁ ଯାଦବପୁର ଯାଇଥିବା ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦଳ ଆକ୍ରମଣର ଶିକାର ହୋଇଛନ୍ତି । ଏହି ସମୟରେ ଆକ୍ରମଣକାରୀମାନେ ଦଳକୁ ତଦନ୍ତରୁ ନିବୃତ୍ତ ହେବା ଏବଂ ଫେରିଯିବା ପାଇଁ ସ୍ଲୋଗାନ ମଧ୍ୟ ଦେଇଥିଲେ ।

nhrc team

ଆୟୋଗର ଜଣେ ଅଧିକାରୀ କହିଛନ୍ତି, 'ଅନୁସନ୍ଧାନ ବେଳେ ଏହା ସାମ୍ନାକୁ ଆସିଛି ଯେ ନିର୍ବାଚନ ପରବର୍ତ୍ତୀ ହିଂସାରେ 40 ରୁ ଅଧିକ ଘର ନଷ୍ଟ କରାଯାଇଥିଲା । ଆମକୁ ମଧ୍ୟ ଏଠାରେ ଗୁଣ୍ଡାଙ୍କର ଆକ୍ରମଣର ସାମ୍ନା କରିବାକୁ ପଡିଛି ।' ଏହି ସମୟରେ ରାଜ୍ୟସଭା ସାଂସଦ ସ୍ୱପନ୍ ଦାସ ଗୁପ୍ତା NHRC ସଦସ୍ୟ ରାଜୀବ ଜୈନଙ୍କୁ ଚିଠି ଲେଖି ବଙ୍ଗଳା ହିଂସାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।

ଏହାପୂର୍ବରୁ ରବିବାର ଦିନ ଜାତୀୟ ମାନବ ଅଧିକାର ଆୟୋଗ (NHRC) କମିଟିର ସଦସ୍ୟମାନେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସା ସହ ଜଡିତ ସମସ୍ୟା ତଥା ଅଭିଯୋଗ ଉପରେ ଆଲୋଚନା କରିବାକୁ ପୀଡ଼ିତ ଏବଂ ଅଭିଯୋଗକାରୀଙ୍କୁ ଡାକିଥିଲେ ।

ପରବର୍ତ୍ତୀ ଶୁଣାଣି ତାରିଖ ଜୁନ୍ 30 ସୁଦ୍ଧା NHRC କୁ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ଯାଞ୍ଚ କରିବା ପାଇଁ NHRC ଏକ ସାତ ଜଣିଆ ପ୍ୟାନେଲ୍ ଗଠନ କରିଥିଲା ଏବଂ ଏହି ହିଂସା ପାଇଁ ଦାୟୀ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପ୍ୟାନେଲ୍ କୁ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+