Get Updates
Get notified of breaking news, exclusive insights, and must-see stories!

କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କମିଟି ଗଠନ କଲେ ଜାତୀୟ ମାନବ ଅଧିକାର ଆୟୋଗ, ନିର୍ବାଚନ ପର ହିଂସା ଘଟଣାର ହେବ ତଦନ୍ତ

ଅଦାଲତର ନିର୍ଦ୍ଦେଶ ପରେ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ରଙ୍କ ଅଦେଶରେ ପଶ୍ଚିମବଙ୍ଗରେ 7 ଜଣିଆ କମିଟି ଗଠନ କରାଯାଇଛି । ଯାହା ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ଯାଞ୍ଚ କରିବ ।

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତର ନିର୍ଦ୍ଦେଶ ପରେ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ରଙ୍କ ଅଦେଶରେ ପଶ୍ଚିମବଙ୍ଗରେ 7 ଜଣିଆ କମିଟି ଗଠନ କରାଯାଇଛି । ଯାହା ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ଯାଞ୍ଚ କରିବ ।

wb-hc

ସାତ ଜଣିଆ କମିଟି ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗର ଅଧ୍ୟକ୍ଷ ଆତିକ୍ ରସିଦ୍, ରାଷ୍ଟ୍ରୀୟ ମହିଲା ଆୟୋଗର ସଦସ୍ୟ ରାଜୁଲବେନ୍ ଏଲ୍ ଦେଶାଇ, ପଶ୍ଚିମବଙ୍ଗ ରାଜ୍ୟ ମାନବାଧିକାର ଆୟୋଗର ରେଜିଷ୍ଟାର୍ ପ୍ରୀଦୀପ କୁମାର ପାଞ୍ଜା, ଏନ୍ଏଚଆରସି ସଦସ୍ୟ ରାଜୀବ ଜୈନଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ।

ବାସ୍ତବରେ, ଶୁକ୍ରବାର (ଜୁନ୍ 18) ରେ କଲିକତା ହାଇକୋର୍ଟ ବଙ୍ଗଳାରେ ହୋଇଥିବା ନିର୍ବାଚନୀା ପରବର୍ତ୍ତୀ ହିଂସାରେ ମମତା ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ପରେ କୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ଏକ କମିଟି ଗଠନ କରି ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଗଠିତ କମିଟି ସହିତ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏହି ହିଂସା ଉପରେ କହିଛନ୍ତି ଯେ ନିର୍ବାଚନ ସମାପ୍ତ ହେବାର 7 ସପ୍ତାହ ପରେ ମଧ୍ୟ ଏହି ଗୁରୁତର ପରିସ୍ଥିତିକୁ ଅଣଦେଖା କରାଯାଉଥିବା ଦେଖି ମୁଁ ଆଶ୍ଚର୍ଯ୍ୟ । ସ୍ୱାଧୀନତା ପରଠାରୁ ଏହା ହେଉଛି ସବୁଠାରୁ ବର୍ବର ନିର୍ବାଚନ ପରବର୍ତ୍ତୀ ହିଂସା ।

ସୂଚନାଯୋଗ୍ୟ, ବଙ୍ଗଳା ନିର୍ବାଚନର ଫଳାଫଳ ପରେ ଭୟଙ୍କର ହିଂସା ଖବର ଆସିଥିଲା । ଯାହା ପରେ କୋଲକାତା ହାଇକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ୍ ଉପରେ 5 ଜଣିଆ ବେଞ୍ଚ ଜୁନ୍ 18 ରେ ଶୁଣାଣି କରିଥିଲେ । ଏହି ସମୟରେ ବେଞ୍ଚ ଜାତୀୟ ତଥା ରାଜ୍ୟ ମାନବ ଅଧିକାର ଆୟୋଗର କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ନିର୍ବାଚନ ସମାପ୍ତ ହୋଇଛି, ଲୋକଙ୍କୁ ବର୍ତ୍ତମାନ ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+