କରୋନା ସଂକ୍ରମଣରେ ହୋଇପାରେ ବୃଦ୍ଧି, ଆସନ୍ତା 40 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
କେନ୍ଦ୍ର ସରକାର ସତର୍କ ରହିବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ କରୋନା ମହାମାରୀକୁ ରୋକିବା ପାଇଁ ଆଗାମୀ 40 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଓମିକ୍ରନ୍ ଭାରିଆଣ୍ଟର ସବ୍ ଭାରିଆଣ୍ଟ BF.7 ବିସ୍ତାର ହେବା ପରେ ସାରା ବିଶ୍ୱରେ ଏହାର ସଂକ୍ରମଣକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ସାରା ବିଶ୍ୱ ଏହାର ସଂକ୍ରମଣକୁ କିପରି ରୋକଯାଇପାରିବ ଏବଂ ମୁକାବିଲା କରାଯାଇପାରିବ ସେ ନେଇ ଚିନ୍ତାରେ ଅଛନ୍ତି । bF.7 ସବ୍ ଭାରିଆଣ୍ଟ ଯେପରି ଚୀନରେ ସଂକ୍ରମିତ ହେଉଛି ତାହା ଦେଖିଲେ ଲାଗୁଛି କେବଳ ଚୀନ୍ ନୁହଁ ସାରା ବିଶ୍ୱକୁ ଏହା ପ୍ରତି ସତରେକ ରହିବାକୁ ହେବ ।

ଏହାକୁ ନେଇ କେନ୍ଦ୍ର ସରକାର ସତର୍କ ରହିବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ କରୋନା ମହାମାରୀକୁ ରୋକିବା ପାଇଁ ଆଗାମୀ 40 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତୀତରେ ଆସିଥିବା ଲହର ଅନୁଯାୟୀ, ଜାନୁଆରୀ ମଧ୍ୟଭାଗରେ ଭାରତରେ କରୋନାଭାଇରସ୍ (COVID-19) ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । କରୋନାର ଓମିକ୍ରନ୍ ଭାରିଆଣ୍ଟର ସବ୍-ଭାରିଆଣ୍ଟ୍ BF.7 ଶୀଘ୍ର ବିସ୍ତାର ହୋଇପାରେ ।
ଆପଣଙ୍କୁ କହି ରଖୁଛୁ ଡିସେମ୍ବର 24 ରେ ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ କୋଭିଡ -19 BF.7 ପ୍ରକାରର ଚାରୋଟି ମାମଲା ରିପୋର୍ଟ ହୋଇଛି । ଚାଇନାରେ COVID-19 ର ଅନ୍ୟ ଏକ ଲହର ଉତ୍ପନ୍ନ ହେବା ପରେ ଓମିକ୍ରନ୍ ସବ୍-ଭାରିଆଣ୍ଟ BF.7 ବର୍ତ୍ତମାନର ଚାଇନାରେ COVID-19 ସଂକ୍ରମଣର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି ।












Click it and Unblock the Notifications