ସ୍ୱିଡେନରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ, ଥିଲେ 300 ଯାତ୍ରୀ

ଏୟାର ଇଣ୍ଡିଆ ନ୍ୟୁୟର୍କ (US) - ଦିଲ୍ଲୀ ବିମାନ (AI106) କୁ ସ୍ୱିଡେନରେ ଜରୁରୀ ଅବତରଣ କରାଯାଇଥିବା ଜଣାପଡ଼ିଛି । ବିମାନରେ ପ୍ରାୟ 300 ଯାତ୍ରୀ ଥିଲେ । ବୈଷୟିକ ତ୍ରୁଟି ଦେଖିଦେବା ପରେ ବିମାନ ସ୍ୱିଡେନର ଷ୍ଟକହୋମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।

Air India

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ବିମାନ କ୍ଷେତ୍ରରେ ଲଗାତାର ତ୍ରୁଟି ସାମ୍ନାକୁ ଆସୁଛି । ବାରମ୍ବାର ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଜରୁରୀ ଅବତରଣ କରିବାକୁ ପଡ଼ୁଛି । ଏହି ସମୟରେ ଏୟାର ଇଣ୍ଡିଆ ନ୍ୟୁୟର୍କ (US) - ଦିଲ୍ଲୀ ବିମାନ (AI106) କୁ ସ୍ୱିଡେନରେ ଜରୁରୀ ଅବତରଣ କରାଯାଇଥିବା ଜଣାପଡ଼ିଛି । ବିମାନରେ ପ୍ରାୟ 300 ଯାତ୍ରୀ ଥିଲେ । ବୈଷୟିକ ତ୍ରୁଟି ଦେଖିଦେବା ପରେ ବିମାନ ସ୍ୱିଡେନର ଷ୍ଟକହୋମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବର୍ତ୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ଜରୁରୀକାଳୀନ ଅବତରଣ ଖବର ପାଇବା ପରେ ବିମାନବନ୍ଦରରେ ବହୁ ସଂଖ୍ୟକ ଦମକଳ ନିୟୋଜିତ କରାଯାଇଥିଲା ।

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବୋଇଙ୍ଗ 777-300ER ବିମାନର ଗୋଟିଏ ଇଞ୍ଜିନରେ ତେଲ ଲିକ୍ ହୋଇଛି । ଯେଉଁଥିପାଇଁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ଅଧିକାରୀ କହିଛନ୍ତି ଯେ ତେଲ ଲିକ୍ ହେବା ପରେ ଇଞ୍ଜିନ ବନ୍ଦ ହୋଇଯାଇଥିଲା । ଏହା ପରେ ବିମାନଟି ସ୍ୱିଡେନର ରାଜଧାନୀ ଷ୍ଟକହୋମସ୍ଥିତ ଏକ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନ ବେଳେ ବିମାନର ଦୁଇଟି ଇଞ୍ଜିନର ଡ୍ରେନ୍ ମାଷ୍ଟରୁ ତେଲ ବାହାରୁଥିବା ଦେଖିବାକୁ ମିଳିଥିଲା ।

ଆପଣଙ୍କୁ କହି ରଖୁଛୁ ଏହା ପ୍ରଥମ ଘଟଣା ନୁହେଁ ଯେ ନ୍ୟୁୟର୍କରୁ ଦିଲ୍ଲୀକୁ ଆସୁଥିବା ବିମାନକୁ ଅନ୍ୟ ଦେଶରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ଦୁଇ ଦିନ ପୂର୍ବେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଲଣ୍ଡନରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେହି ଏୟାର ଇଣ୍ଡିଆ ବିମାନରେ ପ୍ରାୟ 350 ଯାତ୍ରୀ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+