Get Updates
Get notified of breaking news, exclusive insights, and must-see stories!

ଭାରତରେ କେତେ ବିପଜ୍ଜନକ ହୋଇପାରେ ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନା ଭାରିଆଣ୍ଚ , ସୂଚନା ଦେଲେ WHO ଡାକ୍ତର

ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନା ଭାଇରସର ନୂତନ ଭାରିଆଣ୍ଟ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । କରୋନାର ଏହି ନୂତନ ଭାରିଆଣ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) 'ଓମାଇକ୍ରୋନ୍' ନାମ ରଖିଛି ।

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନା ଭାଇରସର ନୂତନ ଭାରିଆଣ୍ଟ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । କରୋନାର ଏହି ନୂତନ ଭାରିଆଣ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) 'ଓମାଇକ୍ରୋନ୍' ନାମ ରଖିଛି । ଭାରତରେ ମଧ୍ୟ 'ଓମାଇକ୍ରୋନ୍' ଭାରିଆଣ୍ଟକୁ ନେଇ ସରକାର ସଜାଗ ଅଛନ୍ତି । ଭାରତ କେନ୍ଦ୍ର ସରକାର ଏ ସମ୍ପର୍କରେ ସମସ୍ତ ରାଜ୍ୟକୁ ସତର୍କ ସୂଚନା ଜାରି କରିଛନ୍ତି । ଭାରତରେ ନୂତନ ପ୍ରକାର 'ଓମାଇକ୍ରୋନ୍' କେତେ ବିପଜ୍ଜନକ ଏବଂ ପ୍ରଭାବଶାଳୀ ହୋଇପାରେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ, ଏହା ଲୋକଙ୍କୁ ସଚେତନ କରିବା ତଥା ଭାରତ ପାଇଁ ଏକ ଜାଗ୍ରତ ଆହ୍ୱାନ ଅଟେ ।

CoronaVirus

ଭାରତରେ ଲୋକମାନେ ମାସ୍କ ପିନ୍ଧିବା ଏବଂ COVID-19 ପାଇଁ ଉପଯୁକ୍ତ ଆଚରଣ କରିବା ଉପରେ ଗୁରୁତ୍ୱ ଦେଇ ଡକ୍ଟର ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, "ମାସ୍କକୁ ବର୍ତ୍ତମାନ ସବୁବେଳେ ପିନ୍ଧିବାକୁ ପଡ଼ିବ, ବିଶେଷ କରି ଇନଡୋର ସେଟିଂରେ । ଇନଡୋର ସେଟିଙ୍ଗରେ ଏହି ଭାରିଆଣ୍ଟ ଅତ୍ୟନ୍ତ ପ୍ରଭାବଶାଳୀ । ଏଥିପାଇଁ ସମସ୍ତ ବୟସ୍କଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରିବାକୁ ପଡିବ, ଜନସମାବେଶକୁ ଏଡାଇବା ଉପରେ ଧ୍ୟାନ ଦେବାକୁ ହେବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସ୍ୱାମୀନାଥନ୍ ଏନଡିଟିଭିକୁ କହିଛନ୍ତି ଯେ 'ଓମାଇକ୍ରୋନ୍' ଭାରିଆଣ୍ଟ ବିପଦଜନକ ହୋଇପାରେ । ଏହା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇପାରେ । ଏହି ଭାରିଆଣ୍ଟ ସହ ଲଢିବା ପାଇଁ ଆମକୁ ବିଜ୍ଞାନ ଭିତ୍ତିକ ରଣନୀତି ଆବଶ୍ୟକ ।

soumya swaminathan

ଡ଼ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ ଡେଲଟା ଅପେକ୍ଷା ଏହି ଭାରିଆଣ୍ଟ ଅଧିକ ବିପଜ୍ଜନକ ହୋଇପାରେ । ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କିଛି କୁହାଯାଇପାରିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଓମିକ୍ରୋନକୁ "ଚିନ୍ତାର ଏକ ରୂପ" କୁହାଯାଏ, ଯାହାକି ପୂର୍ବର ଏହି ରୋଗ ଅପେକ୍ଷା ଅଧିକ ସଂକ୍ରମିତ, ଯଦିଓ ବିଶେଷଜ୍ଞମାନେ ଏପର୍ଯ୍ୟନ୍ତ ଜାଣିନାହାଁନ୍ତି ଯେ ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ କମ୍ କିମ୍ବା ବେଶୀ ଗମ୍ଭୀର ହେବ । ଡ଼ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, କରୋନାର ଏହି ନୂତନ ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ଆମକୁ ଅଧିକ ଅଧ୍ୟୟନ ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମୟରେ ସମସ୍ତ ଦେଶ ପାଇଁ ଯଥାସମ୍ଭବ ଲୋକଙ୍କୁ ଟୀକାକରଣ କରିବା ପ୍ରାଥମିକତା ହେବା ଉଚିତ୍ ।

ଭ୍ରମଣ ପ୍ରତିବନ୍ଧକ ସମ୍ପର୍କରେ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ କରୋନାର ଏହି ନୂତନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି "ଯାତ୍ରା ପ୍ରତିବନ୍ଧକ ସାମୟିକ ହେବା ଉଚିତ ଏବଂ ବାରମ୍ବାର ସମୀକ୍ଷା କରାଯିବା ଉଚିତ । ଆବଶ୍ୟକ ନ ହେଲେ ଯାତ୍ରା ପ୍ରତିବନ୍ଧକ ମଧ୍ୟ ହଟାଯାଇପାରିବ ।"

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+