RT-PCR କୁ ଚକମା ଦେଉଛି ନୂଆ ଭାରିଏଣ୍ଟ କରୋନା ; ବଢିଛି ସଂକ୍ରମଣର ଆଶଙ୍କା
କରୋନା ଭାଇରସର ଏହି ନୂତନ ଷ୍ଟ୍ରେନ୍ ସମ୍ପର୍କରେ ଆଉ ଏକ ଭୟାନକ ଖବର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଏକ ରିପୋର୍ଟରୁ ଜଣାପଡିଛି ଯେ କେତେକ କ୍ଷେତ୍ରରେ କରୋନା ଭାଇରସର ନୂତନ ଷ୍ଟ୍ରେନ୍ RT-PCR ପରୀକ୍ଷାରେ ଜଣାପଡ଼ୁନାହିଁ ।
ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ଦେଶର ଅନେକ ରାଜ୍ୟରେ ଆତଙ୍କ ଖେଳାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସଂକ୍ରମଣ ବହୁ ଗୁଣରେ ବୃଦ୍ଧି ପାଇବା ସହ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ପାର କଲାଣି । ଅନେକ ରାଜ୍ୟରେ ପରିସ୍ଥିତି ଏତେ ଭୟଭୀତ ଯେ ଡାକ୍ତରଖାନାର ରୋଗୀମାନେ ଚିକିତ୍ସା ପାଇଁ ବିଛଣା ମଧ୍ୟ ପାଇପାରୁ ନାହାଁନ୍ତି । ଏହି ସମୟରେ, କରୋନା ଭାଇରସର ଏହି ନୂତନ ଷ୍ଟ୍ରେନ୍ ସମ୍ପର୍କରେ ଆଉ ଏକ ଭୟାନକ ଖବର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଏକ ରିପୋର୍ଟରୁ ଜଣାପଡିଛି ଯେ କେତେକ କ୍ଷେତ୍ରରେ କରୋନା ଭାଇରସର ନୂତନ ଷ୍ଟ୍ରେନ୍ RT-PCR ପରୀକ୍ଷାରେ ଜଣାପଡ଼ୁନାହିଁ ।

କରୋନାର ନୂଆ ଭାରିଏଣ୍ଟ ବଢାଉଛି ଚିନ୍ତା
ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ, ଦିଲ୍ଲୀର ଡାକ୍ତରଖାନାଗୁଡ଼ିକର ଡାକ୍ତରଙ୍କ ରିପୋର୍ଟରେ କୁହାଯାଇଛି ଯେ ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ରୋଗୀଙ୍କ ଠାରେ କରୋନା ସଂକ୍ରମଣର ସମସ୍ତ ଲକ୍ଷଣ ଦେଖାଯାଉଛି, କିନ୍ତୁ ରୋଗୀର RT- PCR ପରୀକ୍ଷା ରିପୋର୍ଟରେ ଏହା ନେଗେଟିଭ୍ ଆସୁଛି । ଡାକ୍ତରଙ୍କ ଅନୁଯାୟୀ, ଏହି ପ୍ରକାର ନୂଆ ଭାରିଏଣ୍ଟ କରୋନା ଭାଇରସ ସେମାନଙ୍କ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି ।
ରୋଗୀଙ୍କ ଠାରେ ଦେଖାଦେଉଛି ଏପରି ଲକ୍ଷଣ
ଏ ବିଷୟରେ ଅଧିକ ସୂଚନା ଦେଇ ଆକାଶ ସ୍ୱାସ୍ଥ୍ୟସେବା ପରିଚାଳନା ନିର୍ଦ୍ଦେଶକ ଡ଼ ଆଶିଷ ଚୌଧୁରୀ କହିଛନ୍ତି, "ଗତ କିଛି ଦିନ ହେବ ଏଭଳି ଅନେକ ରୋଗୀ ଚିହ୍ନଟ ହୋଇଥିଲେ । ଏହି ରୋଗୀମାନଙ୍କର ଲକ୍ଷଣ ଥିଲା ଯେପରିକି କାଶ, ଜ୍ୱର ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଫୁସଫୁସର ସିଟି ସ୍କାନରେ ହାଲୁକା ରଙ୍ଗ କିମ୍ବା ଧୂସର ରଙ୍ଗର ପ୍ୟାଚ୍ ଦେଖାଦେଲା । ଡାକ୍ତରୀ ଶବ୍ଦରେ ଏହାକୁ 'ପ୍ୟାଚି ଗ୍ରାଉଣ୍ଡ ଗ୍ଲାସ୍ ଆମ୍ପୋସିଟି' କୁହାଯାଏ । ଏହି ସମସ୍ତ ଲକ୍ଷଣ କରୋନା ଜୀବାଣୁ ସଂକ୍ରମିତ ରୋଗୀ ନିକଟରେ ଦେଖାଯାଏ ।

'RT-PCR ରିପୋର୍ଟ ନେଗେଟିଭ୍, BAL ପରୀକ୍ଷା ପଜିଟିଭ୍'
ଡାକ୍ତର ଆଶିଷ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି, 'ଏଭଳି ପରିସ୍ଥିତିରେ କିଛି ରୋଗୀଙ୍କୁ BAL ପ୍ରଣାଳୀରେ ପରୀକ୍ଷା କରାଯାଇଥାଏ । ଏହି ପ୍ରକ୍ରିୟାରେ, ଏକ ତରଳ ପଦାର୍ଥକୁ ପାଟି କିମ୍ବା ନାକ ଦେଇ ଫୁସଫୁସକୁ ପଠାଯାଏ ଏବଂ ତା'ପରେ ଏକ ନମୁନା ପରୀକ୍ଷା କରାଯାଏ । ଆମ ନିକଟରେ ଅନେକ ଏପରି ରୋଗୀ ଆସିଥିଲେ, ଯେଉଁମାନଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଥିବା ସତ୍ତ୍ୱେ ସେମାନଙ୍କର RT-PCR ରିପୋର୍ଟ ନେଗେଟିଭ୍ ଆସିଥିଲା କିନ୍ତୁ ସେମାନଙ୍କର BAL ପରୀକ୍ଷା କରାଯିବା ପରେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା ।












Click it and Unblock the Notifications