Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀର : ପୁଞ୍ଚ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଭିଡିଓ ଜାରି କଲା ନୂତନ ଆତଙ୍କବାଦୀ ସଂଗଠନ PAFF

ଜାମ୍ମୁ କାଶ୍ମୀରର ପୁଞ୍ଚ ଅଞ୍ଚଳରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ହୋଇଥିବା ଆକ୍ରମଣ ପାଇଁ ଏକ ନୂତନ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) ନିଜକୁ ଦାୟୀ କରିଛି । ଏହା ସହିତ ଏହା ସହ ଜଡିତ ଏକ 8 ମିନିଟର ଭିଡିଓ ରିଲିଜ୍ ହୋଇଛି ।

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପୁଞ୍ଚ ଅଞ୍ଚଳରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ହୋଇଥିବା ଆକ୍ରମଣ ପାଇଁ ଏକ ନୂତନ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) ନିଜକୁ ଦାୟୀ କରିଛି । ଏହା ସହିତ ଏହା ସହ ଜଡିତ ଏକ 8 ମିନିଟର ଭିଡିଓ ରିଲିଜ୍ ହୋଇଛି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ 9 ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି । ଏହି ଭିଡିଓ ଟେଲିଗ୍ରାମ ଆପରେ ଏକାଧିକ ଚ୍ୟାନେଲ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି କାଶ୍ମୀର ଭାଷାରେ ପ୍ରାୟ 11 ଅକ୍ଟୋବର ଘଟଣା ବିଷୟରେ କହୁଛନ୍ତି । ଏହି ଭିଡିଓରେ ଦାବି କରାଯାଇଛି ଯେ ଦୁଇ ଜଣ ଅଜ୍ଞାତ ଆତଙ୍କବାଦୀ ଅକ୍ଟୋବର 11 ସକାଳେ ଆକ୍ରମଣ କରିବା ପୂର୍ବରୁ ପ୍ରାୟ 10 ଘଣ୍ଟା ଧରି ସେନାକୁ ଟ୍ରାକ୍ କରିଥିଲେ ।

jammu and kashmir

ଭିଡିଓରେ ସବୁକିଛି କହୁଥିବା ବ୍ୟକ୍ତିଙ୍କୁ ଷ୍ଟ୍ରାଇକ୍ ଦଳର ନେତା ଭାବେ ଚିହ୍ନଟ କରାଯାଉଛି । ସେ ଭିଡିଓରେ କହିଛନ୍ତି ଯେ ଅକ୍ଟୋବର 11 ରେ ସନ୍ଧ୍ୟା ପ୍ରାୟ 4.30 ସମୟରେ ଚାମେରାର ଛକ ପାର ହୋଇଥିଲେ । ଆତଙ୍କବାଦୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ହରଜିତ ସିଂ ନାମକ ଭାରତୀୟ ସେନା ଯବାନଙ୍କଠାରୁ ଏକ ବ୍ୟାଗ ନେଇଛନ୍ତି, ଯେଉଁଥିରେ ହାତରେ ଲିଖିତ ପରିଚୟ ପତ୍ର, ନୁଡୁଲ୍ସ ପ୍ୟାକେଟ, ୱାଫର ଏବଂ ବ୍ୟକ୍ତିଗତ ଗ୍ରୁମିଂ କିଟ୍ ଥିଲା ।

ତେବେ ଭିଡିଓ ପ୍ରଚାରକୁ ଏକ ଅପରିପକ୍ୱ ପ୍ରୟାସ ବୋଲି ଭାରତୀୟ ସେନା ସୂତ୍ରରୁ ପ୍ରକାଶ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ କନଷ୍ଟେବଳ ହରଜିତ ସିଂ ଜୀବିତ ଥିଲେ ଏବଂ ତାଙ୍କ ନିକଟରେ ତାଙ୍କର ପରିଚୟ ପତ୍ର ମଧ୍ୟ ନଥିଲା । ଭିଡିଓରେ କୌଣସି ସତ୍ୟତା ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଆପଣଙ୍କୁ କହି ରଖୁଛୁ, 9 ଜଣ ଯବାନଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ପୁଞ୍ଚ ଏବଂ ରାଜୌରୀର ଜଙ୍ଗଲ ଅଞ୍ଚଳରେ ଭାରତୀୟ ସେନା ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଅକ୍ଟୋବର 11 ରେ ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିବା ଭାରତୀୟ ସୈନିକମାନେ ହେଲେ ଜସବିନ୍ଦର ସିଂ, ମନଦୀପ ସିଂ, ଗଜନ ସିଂ, ସରାଜ ସିଂ ଏବଂ ବୈଶାଖ ଏଚ୍ । ଅକ୍ଟୋବର 14 ରେ ସେନା କହିଛି ଯେ ସୁବେଦାର ଅଜୟ ସିଂ ଏବଂ ନାୟକ ହରେନ୍ଦ୍ର ସିଂଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଏକ ଏନକାଉଣ୍ଟରରେ ରାଇଫଲମାନ ବିକ୍ରମ ସିଂ ନେଗି ଏବଂ ଯୋଗମ୍ବର ସିଂଙ୍କ ମୃତ୍ୟୁ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+