• search
For Quick Alerts
Turn On Notification  
For Daily Alerts

ସୋଶାଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ନିୟମ ଜାରି, 36 ଘଣ୍ଟା ପୂର୍ବରୁ ହଟାଇବାକୁ ହେବ ବିବାଦୀୟ ପୋଷ୍ଟ

|

ନୂଆଦିଲ୍ଲୀ : ସୋଶାଲ୍ ମିଡିଆ କମ୍ପାନୀ, OTT ପ୍ଲାଟଫର୍ମ, ଇଣ୍ଟରନେଟ ଭିତ୍ତିକ ବ୍ୟବସାୟ ଏବଂ ଡିଜିଟାଲ ନ୍ୟୁଜ ଆଉଟଲେଟକୁ ନେଇ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସମସ୍ତ ସୋଶାଲ୍ ମିଡିଆ କମ୍ପାନୀ ଭାରତରେ ବ୍ୟବସାୟ କରିବାକୁ ସ୍ୱାଗତ କରାଯାଉଛି, କିନ୍ତୁ ସୋଶାଲ୍ ମିଡିଆର ଅପବ୍ୟବହାର ଉପରେ ଉତ୍ତରଦାୟିତ୍ୱ ମଧ୍ୟ ଆବଶ୍ୟକ ଏବଂ ଏଥିପାଇଁ ସରକାର ନୂଆ ନିୟମର ପ୍ରସ୍ତୁତ କରିଛନ୍ତି । ନୂତନ ନିୟମ ଅନୁଯାୟୀ, କୌଣସି ସରକାରୀ କିମ୍ବା ଆଇନଗତ ଆଦେଶ ପାଇବା ପରେ ଫେସବୁକ୍ ଏବଂ ଟ୍ୱିଟର ଭଳି ସୋଶାଲ୍ ମିଡିଆ କମ୍ପାନୀଗୁଡିକ ପ୍ଲାଟଫର୍ମରୁ 36 ଘଣ୍ଟା ମଧ୍ୟରେ ବିବାଦୀୟ ପୋଷ୍ଟ ଗୁଡ଼ିକୁ ହଟାଇବାକୁ ହେବ ।

Ravi-Shankar-Prasad

ନୂତନ ଡ୍ରାଫ୍ଟ ଅନୁଯାୟୀ, ଯଦି କୌଣସି ବିବାଦୀୟ ବିଷୟବସ୍ତୁ ଉପରେ ଅଭିଯୋଗ ଦାଖଲ ହୁଏ, ତେବେ ସଂପୃକ୍ତ ଅନୁସନ୍ଧାନକାରୀ ଅଧିକାରୀଙ୍କ ସହଯୋଗ ପାଇଁ ଏହି କମ୍ପାନୀଗୁଡ଼ିକୁ 72 ଘଣ୍ଟା ମଧ୍ୟରେ ସମସ୍ତ ଆବଶ୍ୟକୀୟ ସୂଚନା ଦେବାକୁ ପଡ଼ିବ । ଏଥିସହ, ଯଦି ସୋଶାଲ୍ ମିଡିଆରେ କୌଣସି ବ୍ୟକ୍ତି ସେକ୍ସୁଆଲ୍ ପୋଷ୍ଟ କରେ, ତେବେ ଅଭିଯୋଗ ଗ୍ରହଣ କରିବାର ଗୋଟିଏ ଦିନ ମଧ୍ୟରେ କମ୍ପାନୀଗୁଡିକ ଏହି ପୋଷ୍ଟକୁ ହଟାଇବାକୁ ପଡିବ ।

ସଂସଦର ହସ୍ତକ୍ଷେପ ଆବଶ୍ୟକ ହେବ ନାହିଁ

ଆମେ ଆପଣଙ୍କୁ କହିରଖୁଛୁ, କିଛି ଦିନ ପୂର୍ବରୁ କୃଷକ ଆନ୍ଦୋଳନ ସମୟରେ ସରକାର ଏବଂ ଟ୍ୱିଟର ମଧ୍ୟରେ କିଛି ବିବାଦୀୟ ବିଷୟବସ୍ତୁ ହଟାଇବା ନେଇ ବିବାଦ ଦେଖାଦେଇଥିଲା । ଯାହା ପରେ ସରକାର ଏହି ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ନୂତନ ନିୟମଗୁଡ଼ିକ 'ଆଇଟି ନିୟମ -2011' ର ଅଧିନରେ କରାଯାଇଛି । ସରକାରଙ୍କ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଏହି ପରିବର୍ତ୍ତନ କେବଳ ଆଇଟି ନିୟମରେ ହୋଇଛି ଏବଂ ଆଇଟି ଆକ୍ଟରେ ନୁହେଁ । ତେଣୁ ଏଥିରେ ସଂସଦର ହସ୍ତକ୍ଷେପ ଆବଶ୍ୟକ ହେବ ନାହିଁ ।

ଏହି ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ହେବ

ଡ୍ରାଫ୍ଟ ଅନୁଯାୟୀ, ନୂତନ ନିୟମ ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ସୋଶାଲ୍ ମିଡିଆ କମ୍ପାନୀଗୁଡିକ ପାଇଁ ଜଣେ ମୁଖ୍ୟ ଅନୁପାଳନ ଅଧିକାରୀ, ନିୟମ ମାନିବା ପାଇଁ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଣେ ଅଭିଯୋଗ ରିଡ୍ରେସନାଲ ଅଫିସର ନିଯୁକ୍ତ କରିବା ବାଧ୍ୟତାମୂଳକ । ଏହି ସମସ୍ତ ଅଧିକାରୀମାନେ ଭାରତର ନାଗରିକ ହେବା ଉଚିତ୍ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Central Government issues new rule for Social media and OTT platform.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X