ସୋଶାଲ ମିଡ଼ିଆ ଆକାଉଣ୍ଟ ରଦ୍ଦ କିମ୍ବା ଅଚଳ କରିପାରିବେ ସରକାର, ଗଠନ ହେବ ଅଭିଯୋଗ କିମିଟି

ସରକାର ବିଭିନ୍ନ ସୋଶାଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଆଦିର ନିଷ୍ପତ୍ତିକୁ ବଦଳାଇ କୌଣସି ପୋଷ୍ଟ ବା କଣ୍ଟେଣ୍ଟକୁ ହଟାଇ ପାରିବେ । ଏପରିକି କୌଣସି ସୋଶାଲ ମିଡିଆ ଆକାଉଣ୍ଟକୁ ଅଚଳ, ରଦ୍ଦ କରିପାରିବେ ।

ନୂଆଦିଲ୍ଲୀ : ସୋଶାଲ ମିଡ଼ିଆ ଆକାଉଣ୍ଟକୁ ନେଇ ନିୟମ କଡ଼ାକ଼ଡ଼ି କରିଛନ୍ତି ସରକାର । ଏନେଇ ସରକାର ଶୁକ୍ରବାର ସୂଚନା ପ୍ରଯୁକ୍ତି ଆଇନ ଅଧିନରେ କେତେକ ନୂଆ ନିୟମ ଘୋଷଣା କରିଛନ୍ତି । ଏହା ପରେ ସୋଶାଲ ମିଡିଆ ଉପରେ ସରକାରଙ୍କ ଅଧିକ ନିୟନ୍ତ୍ରଣ ଆସିଯିବ । ସରକାର ବିଭିନ୍ନ ସୋଶାଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଆଦିର ନିଷ୍ପତ୍ତିକୁ ବଦଳାଇ କୌଣସି ପୋଷ୍ଟ ବା କଣ୍ଟେଣ୍ଟକୁ ହଟାଇ ପାରିବେ । ଏପରିକି କୌଣସି ସୋଶାଲ ମିଡିଆ ଆକାଉଣ୍ଟକୁ ଅଚଳ, ରଦ୍ଦ କରିପାରିବେ । ଅପରପକ୍ଷରେ ସରକାରଙ୍କ ଏହି ନିୟମକୁ ସୋଶାଲ ମିଡିଆ କମ୍ପାନି ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ।

social media

ଆସନ୍ତା ତିନି ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ସୋଶାଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରାଯିବ । ଏହି କମିଟିରେ ଜଣେ ଅଧ୍ୟକ୍ଷ ଏବଂ ଅନ୍ ଦୁଇ ଜଣ ସଦସ୍ୟ ରହିବେ । ସେମାନଙ୍କୁ ସରକାର ନିଯୁକ୍ତ କରିବେ ।

ଯଦି କୌଣସି ବ୍ୟକ୍ତି ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା କୌଣସି କଣ୍ଟେଣ୍ଟ ପ୍ରସଙ୍ଗରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଏହି ପ୍ୟାନେଲ ନିକଟରେ ଅଭିଯୋଗ କରିପାରିବେ । ଗ୍ରିଭାନ୍ସ ଆପେଲେଟ କମିଟି ଅଭିଯୋଗର ଶୁଣାଣି କରି ତାଙ୍କର ନିଷ୍ପତ୍ତି ୱେବସାଇଟରେ ଅପଲୋଡ କରିବ । ନିୟମ ଅନୁସାରେ ଯେ କୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ ।

ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମାବଳୀ-2022 ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଅନୁସାରେ, କୌଣସି ଅଭିଯୋଗକୁ କମ୍ପାନିର ଗ୍ରିଭାନ୍ସ ଅଫିସର 24 ଘଣ୍ଟା ମଧ୍ୟରେ ଗ୍ରହଣ କରିବେ ଏବଂ 15 ଦିନ ମଧ୍ୟରେ ଅଭିଯୋଗର ସମାଧାନ କରିବେ । ଯଦି କମ୍ପାନିର ଗ୍ରିଭାନ୍ସ ଅଫିସରଙ୍କ ଉତ୍ତରରେ ଜଣେ ସନ୍ତୁଷ୍ଟ ନହୁଅନ୍ତି, ତେବେ ସେ ଆପେଲେଟ କମିଟି ନିକଟରେ ଅଭିଯୋଗ କରିବେ ।

ଏହି କ୍ଷେତ୍ରରେ କରିହେବ ଅଭିଯୋଗ

  • ଅଶ୍ଳୀଳ, ଯୌନତା, ଯୌନମାନସିକତା, ପ୍ରାଇଭାସି, ଲିଙ୍ଗ, ବର୍ଣ୍ଣ, ଜାତିକୁ ଆକ୍ଷେପ କରିବା ଭଳି ପୋଷ୍ଟ
  • ଶିଶୁଙ୍କ ଲାଗି କ୍ଷତିକାରକ ପ୍ରସଙ୍ଗ
  • ମେସେଜର ଉତ୍ପତ୍ତି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ଦେବା ସହ ଜାଣିଶୁଣି ସୂଚନାକୁ ପ୍ରସାର କରିବା
  • ଅନ୍ୟ ଜଣେ ବ୍ୟକ୍ତିଙ୍କ ଜାଲ ପରିଚୟ ଦେଇ ସୋଶାଲ ମିଡିଆ ବ୍ୟବହାର କରିବା
  • ଦେଶର ଏକତା, ସଂହତି, ପ୍ରତିରକ୍ଷା, ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରସଙ୍ଗ ତଥା ଅନ୍ୟ ଦେଶ ପ୍ରତି ଆକ୍ଷେପ କଲା ଭଳି ପୋଷ୍ଟ
  • କମ୍ପ୍ୟୁଟର ପ୍ରତି କ୍ଷତି ପହଞ୍ଚାଉଥିବା ସଫ୍ଟଓ୍ବେର ଭାଇରସ, କମ୍ପ୍ୟୁଟର କୋଡ, ଫାଇଲ ବା ପ୍ରୋଗ୍ରାମର ପ୍ରସାରଣ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+