ଆଇପିସି-ସିଆରପିସି ଆଇନରେ ହେବ ବଡ ପରିବର୍ତ୍ତନ
ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ହୋଇଥିବା ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କ ଚିନ୍ତନ ମନ୍ଥନ ଶିବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା CrPC ଏବଂ IPC ରେ ସଂସ୍କାର ବିଷୟରେ କହିଛନ୍ତି ।
ଚଣ୍ଡିଗଡ଼ : ଆଇପିସି-ସିଆରପିସି ଆଇନରେ ପରିବର୍ତ୍ତନ ନେଇ ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ହୋଇଥିବା ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କ ଚିନ୍ତନ ମନ୍ଥନ ଶିବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା CrPC ଏବଂ IPC ରେ ସଂସ୍କାର ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ CrPC ଏବଂ IPC ରେ ସଂସ୍କାର ସମ୍ପର୍କରେ ଅନେକ ପରାମର୍ଶ ଗ୍ରହଣ କରାଯାଇଛି । ଏହି ବିଷୟରେ ଅନେକ ପରାମର୍ଶ ମଧ୍ୟ ହୋଇଛି । ମୁଁ ଏହାକୁ ବିସ୍ତୃତ ଭାବରେ ଦେଖୁଛି । ଆମେ ଖୁବ୍ ଶୀଘ୍ର ସଂସଦରେ ନୂତନ CrPC, IPC ଡ୍ରାଫ୍ଟ ଆଣିବୁ ।

ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କିଛି ସଂଗଠନ ଭାରତ ସରକାରଙ୍କ ନୀତି ବିରୋଧରେ FCRA ଅଧିନିୟମର ଅପବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ, ଆମେ ଏହି ଆଇନରେ ପରିବର୍ତ୍ତନ ଆଣିବା ପାଇଁ ହୋମୱାର୍କ କରିଛୁ । ଖୁବ୍ ଶୀଘ୍ର ଏହା ସଂସଦରେ ଉପସ୍ଥାପିତ ହେବ ।
ଆପଣଙ୍କୁ କହି ରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଭିଜନ 2047' ଏବଂ 'ପଞ୍ଚ ପ୍ରାଣ' କାର୍ଯ୍ୟକାରୀ ପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସୁରଜକୁଣ୍ଡରେ ଦୁଇ ଦିନିଆ ଚିନ୍ତନ ମନ୍ଥନ ଶିବରର ଆୟୋଜନ କରାଯାଉଛି ।
ଏହି ଶିବିରରେ ଯୋଗ ଦେଇ ଅମିତ ଶାହା କହିଛନ୍ତି ଯେ ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (ଏଫସିଆରଏ) ରେ ସଂଶୋଧନ କରି " ଭାରତର ବିକାଶରେ ବାଧା ସୃଷ୍ଟି କରୁଥିବା ଅଣ-ସରକାରୀ ସଂଗଠନ (ଏନଜିଓ)" ବିରୋଧରେ କେନ୍ଦ୍ର ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ଏହା ବ୍ୟତୀତ ଶାହା କହିଛନ୍ତି ଯେ 2024 ସୁଦ୍ଧା ସମସ୍ତ ରାଜ୍ୟରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର କାର୍ଯ୍ୟାଳୟ ରହିବ । ସୀମା ଅପରାଧ ବିରୋଧରେ ଲଢେଇରେ ଏକାଠି ରହିବା କେନ୍ଦ୍ର ଏବଂ ରାଜ୍ୟର ମିଳିତ ଦାୟିତ୍ୱ ବୋଲି ସେ କହିଛନ୍ତି ।
ଅମିତ ଶାହା କହିଛନ୍ତି ଯେ ସୀମା ପାର୍ ଅପରାଧ ବିରୁଦ୍ଧରେ ଲଢେଇ ସେତେବେଳେ ସଫଳ ହେବ, ଯେତେବେଳେ ସମସ୍ତ ରାଜ୍ୟ ଏକତ୍ରିତ ହୋଇ ଏହାକୁ ଆଲୋଚନା କରିବା ପାଇଁ ନିୟମ ପ୍ରଣୟନ କରିବେ । ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ହେଉ କିମ୍ବା ଉତ୍ତର ପୂର୍ବ ଭାରତ ହେଉ କିମ୍ବା ଡ୍ରଗ୍ସ ଚୋରା ଚାଲାଣ ହେଉ ମୋଦୀ ସରକାର ଆଭ୍ୟନ୍ତରୀଣ ନିରାପତ୍ତାର ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି ।
ଏଥି ସହିତ, କାଶ୍ମୀରରେ ଧାରା 370 ଉପରେ ମନ୍ତବ୍ୟ ରଖିବାବେଳେ ସେ କହିଛନ୍ତି ଯେ ଏଥିରୁ ଭଲ ଫଳାଫଳ ମିଳୁଛି । 2019 ପରଠାରୁ ରାଜ୍ୟରେ 5700 କୋଟି ଟଙ୍କା ବିନିଯୋଗ କରାଯାଇଛି । ଏଥିସହ ଧାରା 370 ରଦ୍ଦ ହେବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ 34 ପ୍ରତିଶତ ହ୍ରାସ ପାଇଛି । ସୈନିକଙ୍କ ମୃତ୍ୟୁ ସଂଖ୍ୟା 64 ପ୍ରତିଶତ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ 90 ପ୍ରତିଶତ ହ୍ରାସ ପାଇଛି ।












Click it and Unblock the Notifications