ଗୁଜୁରାଟରେ ନବଜାତ ଯାଆଁଳା ଶିଶୁ କରୋନା ସଂକ୍ରମିତ
ଜନ୍ମ ହେବାର 15 ଦିନ ପରେ ଶିଶୁ ଦୁଇଜଣ ଗୁରୁତର ଝାଡ଼ା ଏବଂ ଡିହାଇଦ୍ରେସନ୍ ରୋଗରେ ପୀଡ଼ିତ ହୋଇଥିଲେ । ଏହାପରେ ସେମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏବେ ସେମାନେ ଚିକିତ୍ସିତ ହେଉଛନ୍ତି ।
ଅହମ୍ମଦାବାଦ : ଗୁଜୁରାଟର ଭଦୋଦରା ସହରରେ ଏକ ନବଜାତ ଯାଆଁଳା ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏସ୍ଏଚଜି ଡାକ୍ତରଖାନାର ଡାକ୍ତରଙ୍କ ସୂଚନା ଅନୁସାରେ, ଜନ୍ମ ହେବାର 15 ଦିନ ପରେ ଶିଶୁ ଦୁଇଜଣ ଗୁରୁତର ଝାଡ଼ା ଏବଂ ଡିହାଇଦ୍ରେସନ୍ ରୋଗରେ ପୀଡ଼ିତ ହୋଇଥିଲେ । ଏହାପରେ ସେମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏବେ ସେମାନେ ଚିକିତ୍ସିତ ହେଉଛନ୍ତି । ପୂର୍ବାପେକ୍ଷା ଶିଶୁଙ୍କର ଅବସ୍ଥା ଭଲ ରହିଛି । ସେମାନଙ୍କୁ ଡିସଚାର୍ଜ କରାଯାଇନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
Gujarat: Newborn twins tested positive for #COVID19 in Vadodara
"Twins were brought in 15 days after being born with severe diarrhoea & dehydration. They tested positive but are better now. Haven't been discharged yet," said Dr Iyer, Head Dept of Pediatrics, SSG Hospital (01.04) pic.twitter.com/vvg1Mzl6U7
— ANI (@ANI) April 2, 2021
ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ଗେଖିବାକୁ ମିଳୁଛି । ଗତ 6 ମାସ ମଧ୍ୟରେ ପ୍ରଥମ ଥର ପାଇଁ କୋଭିଡ -19 ସଂକ୍ରମିତଙ୍କ ସଂଖ୍ୟା 81 ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି । ଏଥି ସହିତ, ଏହି ବର୍ଷରେ ସର୍ବାଧିକ ମୃତ୍ୟୁ ଗୋଟିଏ ଦିନରେ 469 ରହିଛି । କ୍ରମାଗତ 9 ଦିନ ପାଇଁ ଦେଶରେ 50 ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର (ଏପ୍ରିଲ 2) ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ କୋଭିଡ -19 ର 81,466 ଟି ନୂଆ ମାମଲା ରୁଜୁ ହୋଇଛି । ଏଥିସହ 469 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହାବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ 50 ହଜାର 356 ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା 1,63,396
ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 1,63,396 କୁ ବୃଦ୍ଧି ପାଇଛି । ଏଥି ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1,23,03,131 କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ 6,14,696 ହେଉଛି କରୋନାର ସକ୍ରିୟ ମାମଲା । ଏଥି ସହିତ, କୋଭିଡ -19 ରୁ 1,15,25,039 ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ସମୁଦାୟ 6,87,89,138 ଲୋକଙ୍କୁ କରୋନା ଟିକା ଦିଆଯାଇଛି ।












Click it and Unblock the Notifications