ଅମୃତପାଲ ସିଂହକୁ ନେଇ ନେପାଳରେ ହାଇ ଆଲର୍ଟ, ବେଶ ବଦଳାଇ ବିଦେଶ ପଳାଇବାକୁ ଚେଷ୍ଟା କରୁଛି ଅମୃତପାଲ

କାଠମାଣ୍ଡୁ : ଖଲିସ୍ତାନୀ କଟ୍ଟରପନ୍ଥୀ ତଥା ପଳାତକ ଅମୃତପାଲ ସିଂହକୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ସୋମବାର ଦିନ ଅମୃତପାଲ ସିଂହକୁ ନେପାଳ ରେ ସର୍ବିଲାନ୍ସରେ ରଖାଯାଇଛି ।
ରିପୋର୍ଟ ଅନୁଯାୟୀ, ଅମୃତପାଲ ସିଂହ ନେପାଳରେ ଲୁଚି ରହିଛି । ଅମୃତପାଲ ସିଂହ ନେପାଳରୁ ଅନ୍ୟ କୌଣସି ଦେଶକୁ ଫେରାର୍ ହେବାକୁ ନ ଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି । ଭାରତର ଅନୁରୋଧ ପରେ ନେପାଳ ଅମୃତପାଲ ଉପରେ ନଜର ରଖିଛି ।
ବର୍ତ୍ତମାନ ଯଦି ଅମୃତପାଲ ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ନେପାଳରୁ ଖସିଯିବାକୁ ଚେଷ୍ଟା କରେ ତେବେ ତାକୁ ଗିରଫ କରାଯିବ । ନେପାଳ-ଭାରତ ସୀମା ଅଞ୍ଚଳରେ ହାଇ ଆଲର୍ଟ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ନେପାଳର ଅଧିକାରୀମାନେ କହିଛନ୍ତି ଯେ ଏଠାରେ ଥିବା ଭାରତୀୟ ଦୂତାବାସର ଅନୁରୋଧ ପରେ ଇମିଗ୍ରେସନ ବିଭାଗ ଅମୃତପାଲ ଉପରେ ନଜର ରଖିଛି । ସୂଚନା ଅଧିକାରୀ କମଲ ପ୍ରସାଦ ପାଣ୍ଡେ କହିଛନ୍ତି ଯେ ଅମୃତପାଲ ସିଂହ ନେପାଳରେ ଲୁଚି ରହିଥିବାର ଦର୍ଶାଯାଇଥିବା ନେଇ ଅମୃତପାଲ ସିଂହ ପାସପୋର୍ଟର ଫଟୋଗ୍ରାଫି ସହିତ ଆମେ (ଭାରତୀୟ) ଦୂତାବାସରୁ ଏକ ଲିଖିତ ନୋଟ୍ ପାଇଛୁ ।
କମଲ ପ୍ରସାଦ ପାଣ୍ଡେ କହିଛନ୍ତି, "ଭାରତୀୟ ଦୂତାବାସ ଏକ ନୋଟ ପଠାଇ ବିଭାଗକୁ ଏକ ବିଚ୍ଛିନ୍ନତାବାଦୀ ଦଳର ସଦସ୍ୟ ଅମୃତ ପାଲ ଉପରେ ନଜର ରଖିବାକୁ କହିଛି । ସେ ନେପାଳରେ ପ୍ରବେଶ କରି ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ଆଶଙ୍କା କରାଯାଉଛି।"












Click it and Unblock the Notifications