ଏୟାର ଇଣ୍ଡିଆ ବିମାନରେ କମୁନି ଅବହେଳା, ମହିଳାଙ୍କ ଉପରେ ପରିସ୍ରା ପରେ ଖାଦ୍ୟରେ ମିଳିଲା ଗୋଡ଼ି

ଖାଦ୍ୟରୁ ଗୋଡ଼ି ବାହାରିବା ପ୍ରସଙ୍ଗରେ ମହିଳା ଯାତ୍ରୀ ଏକ ଫଟୋ ଟ୍ୱିଟ କରି ଅସନ୍ତୋଷ ପ୍ରକାଶ କରିବା ସହ ଏୟାର ଇଣ୍ଡିଆ ଉପରେ ବର୍ଷିଛନ୍ତି । ଏପରି ଅବହେଳା ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ଯାତ୍ରୀ ।

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଏୟାର ଇଣ୍ଡିଆ ବିମାନରେ ଅବହେଳା ମାମଲା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଅବହେଳାର ଘଟଣା ସାମ୍ନାକୁ ଆସୁଛି । ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ବେଳେ ବିମାନରେ ଦିଆଯାଇଥିବା ଖାଦ୍ୟରେ ମିଳିଛି ଗୋଡ଼ି । ଏହା ପରେ ଏୟାର ଇଣ୍ଡିଆର ଛବି ମଳିନ ପଡ଼ିବାରେ ଲାଗିଛି । ଖାଦ୍ୟରେ ଗୋଡ଼ି ବାହାରିବା ଫଟୋ ସେୟାର କରି ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Air India

ଖାଦ୍ୟରୁ ଗୋଡ଼ି ବାହାରିବା ପ୍ରସଙ୍ଗରେ ମହିଳା ଯାତ୍ରୀ ଏକ ଫଟୋ ଟ୍ୱିଟ କରି ଅସନ୍ତୋଷ ପ୍ରକାଶ କରିବା ସହ ଏୟାର ଇଣ୍ଡିଆ ଉପରେ ବର୍ଷିଛନ୍ତି । ଏପରି ଅବହେଳା ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ଯାତ୍ରୀ ।

ମହିଳା ଯାତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, "ପଥର ମୁକ୍ତ ଖାଦ୍ୟ ନିଶ୍ଚିତ କରିବାକୁ ଏୟାର ଇଣ୍ଡିଆକୁ ସମ୍ବଳ ଏବଂ ଅର୍ଥର ଆବଶ୍ୟକତା ନାହିଁ । ଆଜି AI 215 ବିମାନରେ ଦିଆଯାଇଥିବା ଖାଦ୍ୟରେ ମତେ ଏହା ମିଳିଛି । ମୁଁ ବିମାନର କ୍ରୁ ସଦସ୍ୟ ଜୋଡାନଙ୍କ ନିକଟରେ ଅଭିଯୋଗ କରିଛି । ଏଭଳି ଅବହେଳା ଗ୍ରହଣୀୟ ନୁହଁ ।"

ସର୍ବପ୍ରିୟା ସାଙ୍ଗୱାନ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ପୋଷ୍ଟକୁ ସେୟାର କରିଛନ୍ତି । ଏହି ପୋଷ୍ଟକୁ ଦେଖି ଉପଭୋକ୍ତାମାନେ ଏୟାର ଇଣ୍ଡିଆର ସେବାକୁ ତୀବ୍ର ନିନ୍ଦା କରୁଛନ୍ତି । ଏଥି ସହିତ ଏୟାର ଇଣ୍ଡିଆ ମଧ୍ୟ ଏହାର ଜବାବ ଦେଇଛି ।

ଏୟାର ଇଣ୍ଡିଆ ମହିଳାଙ୍କ ଅଭିଯୋଗରେ ଜବାବ ଦେଇ ଲେଖିଛି: ମ୍ୟାଡାମ୍, ଏହା ଏକ ଚିନ୍ତାର ବିଷୟ ଏବଂ ଆମେ ଏହାକୁ ତୁରନ୍ତ ଆମର କ୍ୟାଟରିଂ ଦଳ ନିକଟରେ ରଖିବୁ । ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଦୟାକରି ଆମକୁ କିଛି ସମୟ ଦିଅନ୍ତୁ । ଏହି ଭୁଲ ବିଷୟରେ ଆମକୁ ସୂଚିତ କରିଥିବାରୁ ଆମେ ପ୍ରଶଂସା କରୁଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+