କୃଷକମାନେ ଯଦି ଅନ୍ୟ ରାସ୍ତା ଆପଣାନ୍ତି ଦେଶ ପାଇଁ ବଡ଼ ସଙ୍କଟ ଆସିବ : ଶରଦ ପାଓ୍ୱାର
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର କୃଷକ ଆନ୍ଦୋଳନ ସମ୍ପର୍କରେ କହିଛନ୍ତି ଯେ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି, କିନ୍ତୁ ଯଦି ସେମାନେ ଅନ୍ୟ ରାସ୍ତା ଆପଣେଇନିଅନ୍ତି, ତେବେ ଦେଶ ବଡ଼ ସଙ୍କଟର ସାମ୍ନା କରିୁପାରେ ।
ନୂଆଦିଲ୍ଲୀ : ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର କୃଷକ ଆନ୍ଦୋଳନ ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି, କିନ୍ତୁ ଯଦି ସେମାନେ ଅନ୍ୟ ରାସ୍ତା ଆପଣେଇନିଅନ୍ତି, ତେବେ ଦେଶକୁବଡ଼ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ । କୃଷକ ଆନ୍ଦୋଳନକୁ ନେଇ ଶରଦ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି । ପୂର୍ବତନ କୃଷି ମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି କୃଷକମାନେ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଛନ୍ତି । କାଲି ଯଦି ସେମାନେ ଏହି ଶାନ୍ତି ଉପାୟ ଛାଡ଼ି ଅଲଗା ରାସ୍ତା ବାଛିନେବେ ତେବେ ଦେଶ ପାଇଁ ଏହା ଏଖ ବଡ଼ ସଙ୍କଟ ହୋଇଯିବ । ଆଉ ଏହା ପାଇଁ କେବଳ ଭାରତୀୟ ଜନତା ପାର୍ଟି ସରକାର ହିଁ ଦାୟୀ ରହିବ ।

ବିଜେପିକୁ ଆକ୍ରମଣ କରି ଶରଦ କହିଛନ୍ତି, କୃଷକ ଆନ୍ଦୋଳନ ବ୍ୟତୀତ ଆହୁରି ଅନେକ ସମସ୍ୟା ଅଛି । କ୍ଷମତାରେ ଥିବା ଲୋକମାନେ ଅସମ୍ବେଦନଶୀଳ ବୋଲି କହିଛନ୍ତି ଏନସିପି ମୁଖ୍ୟ । ସେ ଆହୁରି ମଧ୍ୟ କହିଛନ୍ତି, ସରକାର ସମସ୍ୟାର ସମାଧାନ କରିବାକୁ ଚାହୁଁନାହାଁନ୍ତି । ଏହା ଏକ ଚିନ୍ତାର ବିଷୟ । ଏହା ସହିତ ଶରଦ ପାୱାର ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦୁଃଖର ବିଷୟ ବିରୋଧୀ ଦଳର ସାଂସଦମାନଙ୍କୁ ଗାଜୀପୁରରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ଭେଟିବାରୁ ବଞ୍ଚିତ କରାଗଲା ।
Farmers are sitting there (Delhi borders) peacefully. If they leave the path of peace for some other path, the nation will face a major problem & BJP Govt will have to take its responsibility. There are several issues like this. Those in power are insensitive: Sharad Pawar, NCP pic.twitter.com/to4nwMEEFx
— ANI (@ANI) February 4, 2021
ଶରଦ ପାୱାର କହିଛନ୍ତି ଯେ ବିରୋଧୀ ଦଳର ସାଂସଦମାନେ ଶାନ୍ତିପୂର୍ଣ୍ଣ ଭାବରେ ଚାଷୀଙ୍କ ସହ ଆଲୋଚନା କରିବା ନେଇ ଦିଲ୍ଲୀ ଗାଜୀପୁର ସୀମା ଯାଇଥିଲେ, କିନ୍ତୁ ସେମାନଙ୍କୁ ସେଠାକୁ ଯିବାକୁ ଦିଆଗଲା ନାହିଁ । ଯଦି ଆଜି ଗଣତନ୍ତ୍ରରେ ଏହା ଘଟୁଛି, ତେବେ ଆସନ୍ତାକାଲି ସରକାରଙ୍କୁ ଏହାର ଭାରି ମୂଲ୍ୟ ଦେବାକୁ ପଡିବ।
The condition in which they (farmers) are sitting there (Delhi borders) is not right. A solution needs to be brought out with discussions: Supriya Sule, NCP https://t.co/cyGulK5IPO
— ANI (@ANI) February 4, 2021
ଏଥିସହିତ ଏନସିପିର ସାଂସଦ ସୁପ୍ରିୟା ସୁଲେ ଗୁରୁବାର ଦିନ ଗାଜୀପୁର ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କୁ ଭେଟିବାକୁ ଯାଇଥିଲେ । ଏହା ପରେ ସୁପ୍ରିୟା ସୁଲେ ଗଣମାଧ୍ୟମକୁ କହିଛନ୍ତି, 10 ଟି ବିଭିନ୍ନ ଦଳର ସାଂସଦ ଆଜି ଗାଜୀପୁର ସୀମା ପରିଦର୍ଶନ କରିଥିଲେ । ସେଠାକାର ପରିସ୍ଥିତି ଚିନ୍ତା ଜନକ । କେବଳ କୃଷକମାନଙ୍କୁ ଭେଟିବା ପାଇଁ ସେଠାକୁ ଯାଇଥିଲୁ କିନ୍ତୁ ଆମକୁ ଅନୁମତି ଦିଆଯାଇନଥିଲା । ସେହି ସ୍ଥାନର ପରିବେଶ ଦେଶ ଓ ଜାତିର ସ୍ୱାର୍ଥ ସପକ୍ଷରେ ନୁହେଁ । ଚାଷୀଙ୍କ ଏପରି ଅବସ୍ଥା ଦେଖିବା ପରେ, ଶୀଘ୍ର ସମାଧାନ ହେବା ନେଇ ପ୍ରୟାସ କରିବୋ ବୋଲି କହିଛନ୍ତି ସୁପ୍ରିୟା । ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ ସୀମାରେ କୃଷକ ମାନେ ଯେଉଁଭଳି ଅବସ୍ଥାରେ ବସିଛନ୍ତି, ତାହା ଭଲ ନୁହେଁ, ଆପୋଷ ଆଲୋଚନା ସହିତ ସମସ୍ୟାର ସମାଧାନ ହେବା ଆବଶ୍ୟକ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications