For Quick Alerts
Turn On Notification  
For Daily Alerts
Oneindia App Download

ଆର୍ୟନଙ୍କ ଜାମିନ ଆବେଦନକୁ ଏନସିବିର ଦୃଢ ବିରୋଧ, କହିଲେ - ଯଦି ବାହରକୁ ଗଲେ, ତେବେ ପ୍ରମାଣ ନଷ୍ଟ କରିପାରିବେ

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି (ବୁଧବାର) ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଶୁଣାଣି କରୁଛନ୍ତି । ଆଜି ଯୁକ୍ତି ସମୟରେ ଆର୍ୟନ୍ ଖାନଙ୍କ ଜାମିନକୁ ଏନସିବିର ଓକିଲ ଦୃଢ ବିରୋଧ କରିଛନ୍ତି ।

|

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି (ବୁଧବାର) ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଶୁଣାଣି କରୁଛନ୍ତି । ଆଜି ଯୁକ୍ତି ସମୟରେ ଆର୍ୟନ୍ ଖାନଙ୍କ ଜାମିନକୁ ଏନସିବିର ଓକିଲ ଦୃଢ ବିରୋଧ କରିଛନ୍ତି । ଏନସିପି ପକ୍ଷରୁ କୁହାଯାଇଥିଲା ଯେ ଆର୍ୟନ୍ ଜଣେ ପ୍ରଭାବଶାଳୀ ପରିବାରର ଏବଂ ଯଦି ସେ ବାହାରେ ରହନ୍ତି ତେବେ ସେ ପ୍ରମାଣ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ।

aryan khan

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ କ୍ରୁଜ୍ ଜାହାଜରେ ରେଭ୍ ପାର୍ଟି କରିଥିବା ଅଭିଯୋଗରେ 03 ଅକ୍ଟୋବରରେ ଆର୍ୟନ୍ ଖାନଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଅଛନ୍ତି । କୋର୍ଟ ଆର୍ୟନଙ୍କୁ ପ୍ରଥମେ ଦିନେ, ପରେ ତିନି ଦିନ ପାଇଁ ରିମାଣ୍ଡରେ ପଠାଇଥଇଲେ । ଏହା ପରେ ଆର୍ୟନ୍ ଖାନ୍ ଏବଂ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
NCB Protesting Bail Plea Of Aryan Khan in Cruise Drug Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X