ଆଜି କୋର୍ଟରେ ସିଦ୍ଧୁଙ୍କ ଆତ୍ମସମର୍ପଣ !
ରାଜନେତା ନବଜୋତ ସିଂ ସିଦ୍ଧୁ ଆଜି ପଟିଆଲା ପୋଲିସ ଆଗରେ କରିବେ ଆତ୍ମସମର୍ପଣ । ଦୀର୍ଘ 34 ବର୍ଷ ପୂର୍ବେ ରୋଡ ରେଜ୍ ମାମଲାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।
ଚଣ୍ଡୀଗଡ: ରାଜନେତା ନବଜୋତ ସିଂ ସିଦ୍ଧୁ ଆଜି ପଟିଆଲା ପୋଲିସ ଆଗରେ କରିବେ ଆତ୍ମସମର୍ପଣ । ଦୀର୍ଘ 34 ବର୍ଷ ପୂର୍ବେ ରୋଡ ରେଜ୍ ମାମଲାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏନେଇ ଆଜି ସିଦ୍ଧୁ ନିଜେ ପଟିଆଲା ପୋଲିସ ଆଗରେ ଆତ୍ମସମର୍ପଣ କରିପାରନ୍ତି ।

ସିଦ୍ଧୁ ଆଜି ପଟିଆଲା କୋର୍ଟ ଯିବେ । ସିଦ୍ଧୁଙ୍କ ସହ କୋର୍ଟରେ ପହଞ୍ଚିବାକୁ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ପଟିଆଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିବେଦନ କରିଛନ୍ତି । ସିଦ୍ଧୁଙ୍କୁ ଜେଲ୍ ଦଣ୍ଡାଦେଶ ମିଳିବା ପରେ ତାଙ୍କ ସୁରକ୍ଷା ଫେରାଇ ନେବାକୁ ଆଦେଶ ଜାରି ହୋଇଛି ।
ତାଙ୍କୁ ପାଖାପାଖି 45 ପୋଲିସ କର୍ମୀଙ୍କ ସୁରକ୍ଷା ମିଳୁଥିଲା, ଯାହାକି ଏବେ ଫେରାଇ ନିଆଯିବ । ସୁପ୍ରିମକୋର୍ଟଙ୍କ ଜେଲ୍ ଦଣ୍ଡାଦେଶକୁ ନେଇ କଂଗ୍ରେସ ନେତା ସିଦ୍ଧୁ ଟ୍ବିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । କୋର୍ଟଙ୍କ ରାୟକୁ ସେ ଗ୍ରହଣ କରିଥିବା ଜଣାଇଛନ୍ତି ।












Click it and Unblock the Notifications