ଭୋଟର ଦିବସର ବିଷୟବସ୍ତୁ : ଭୋଟରଙ୍କୁ କରିବା ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ

ଭାରତର ନିର୍ବାଚନ ଆୟୋଗ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

ନୂଆଦିଲ୍ଲୀ : ଆଜି ଜାତୀୟ ଭୋଟର ଦିବସ । ଭାରତର ନିର୍ବାଚନ ଆୟୋଗ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଅଶୋକ ହୋଟେଲରେ ଅନୁଷ୍ଠିତ ହେବ ଏବଂ ମାନ୍ୟବର ରାଷ୍ଟ୍ରପତି ଏହି ଉତ୍ସବକୁ ରାଷ୍ଟ୍ରପତି ଭବନରୁ ଭର୍ଚୁଆଲ୍ ମୋଡରେ ଯୋଗଦେବେ । ଏଥିସହିତ ଆଇନ ଓ ନ୍ୟାୟ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର କେନ୍ଦ୍ରମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।

Voter

ଚଳିତ ବର୍ଷ ଜାତୀୟ ଭୋଟର ଦିବସର ବିଷୟବସ୍ତୁ ରହିଛି , 'ଆମର ଭୋଟରଙ୍କୁ ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ'କରାଇବା । ନାଗରିକଙ୍କୁ ଭୋଟଦାନ ନେଇ ନିଜର ଅଧିକାର ବିଷୟରେ ଅବଗତ କରାଇବା ସହ ଚଳିତ ବର୍ଷ କୋଭିଡ୍-19 ମହାମାରୀ ସମୟରେ ନିର୍ବାଚନ ପ୍ରସ୍ତୁତି କରାଇବା ଉପରେ ଧ୍ୟାନ ଦିଆଯାଇଛି ।

କାହିଁକି ପାଳନ କରାଯାଏ ଜାତୀୟ ଭୋଟର ଦିବସ ?

2011 ମସିହାରୁ ପ୍ରତିବର୍ଷ ଜାନୁଆରୀ 25 କୁ ସାରା ଦେଶରେ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି । ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ 25 ଜାନୁଆରୀ 1950 କୁ ଜାତୀୟ ନିର୍ବାଚନ ଦିବସ ଭାବେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ । ଏହି ଜାତୀୟ ନିର୍ବାଚନ ଦିବସର ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶ ନୂଆ ମତଦାତା ମାନଙ୍କୁ ଭୋଟ ବିଷୟରେ ଅବଗତ କରାଇବା ସହ ମତଦାନ ନେଇ ସେମାନଙ୍କୁ ଉତ୍ସାହିତ କରିବା, ବିଶେଷ କରି ନୂଆ ଭୋଟର ମାନଙ୍କୁ ମତଦାତା ତାଲିକାରେ ଅନ୍ତର୍ଭୁକ୍ତ କରାଇବା । ଦେଶର ଭୋଟରଙ୍କୁ ଉତ୍ସର୍ଗୀକୃତ ଏହି ଦିନଟି ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପାଳ କରାଯାଇଥାଏ । ଆଜିର ଏହି ଦିନରେ ନୂଆ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ଦାନ କରାଯାଇଥାଏ ।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ରାଷ୍ଟ୍ରପତି ଭାରତୀୟ ନିର୍ବାଚନ ଆୟୋଗର ୱେବ୍ ରେଡିଓ, 'ହେଲୋ ଭୋଟର'ଲଞ୍ଚ କରିବେ । ଏଥିସହିତ 2020-21 ବର୍ଷ ପାଇଁ ନିର୍ବାଚନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ । ନିର୍ବାଚନ ପରିଚାଳନା କ୍ଷେତ୍ରରେ ସୂଚନା ଓ ପ୍ରଯୁ୍କ୍ତି ବିଦ୍ୟା, ସୁରକ୍ଷା ପରିଚାଳନା, COVID-19 ସମୟରେ ନିର୍ବାଚନ ପରିଚାଳନା, ଏବଂ ଭୋଟର ସଚେତନତା ଏବଂ ପ୍ରସାର କ୍ଷେତ୍ରରେ ଏହି ପୁରସ୍କାର ଦିଆଯିବ । ଭୋଟରଙ୍କ ସଚେତନତା ଦିଗରେ ମୂଲ୍ୟବାନ ଅବଦାନ ପାଇଁ ଜାତୀୟ ଆଇକନ୍, ସିଏସ୍ଓ ଏବଂ ମିଡିଆ ଗୋଷ୍ଠୀଙ୍କୁ ମଧ୍ୟ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।

ECI ର ୱେବ୍ ରେଡିଓ : 'ହେଲୋ ଭୋଟର' ଏହି ଅନଲାଇନ୍ ଡିଜିଟାଲ୍ ରେଡିଓ ସେବା ଭୋଟର ସଚେତନତା କାର୍ଯ୍ୟକ୍ରମ ଦିଗରେ କାର୍ଯ୍ୟ କରିବ । ଭାରତର ନିର୍ବାଚନ ଆୟୋଗ ୱେବସାଇଟରେ ଥିବା ଏକ ଲିଙ୍କ ମାଧ୍ୟମରେ ଉପଲବ୍ଧ ହେବ । ଏହା ଦେଶର ବିଭିନ୍ନ ସ୍ଥାନରୁ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ଗୀତ, ଡ୍ରାମା, ଆଲୋଚନା, ସ୍ପଟ୍, ନିର୍ବାଚନର କାହାଣୀ ଇତ୍ୟାଦି ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା ଉପରେ ସୂଚନା ଏବଂ ଶିକ୍ଷା ପ୍ରଦାନ କରିବ ।

ଆଇନ ଓ ନ୍ୟାୟ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ e-EPIC କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏବଂ ପାଞ୍ଚଜଣ ନୂତନ ଭୋଟରଙ୍କୁ ଅନଲାଇନ୍ ମାଧ୍ୟମରେ ଭୋଟର କାର୍ଡ ପ୍ରଦାନ କରିବେ । e-EPIC, ଭୋଟର ଫଟୋ ପରିଚୟ ପତ୍ରର ଏକ ଡିଜିଟାଲ୍ ସଂସ୍କରଣ । ଭୋଟର ହେଲ୍ପଲାଇନ ଆପ୍ ଏବଂ ୱେବସାଇଟ୍ https://voterportal.eci.gov.in/ ଏବଂ https://www.nvsp.in/ ମାଧ୍ୟମରେ ଅନଲଇନ ଜରିଆରେ ଭୋଟର ପରିଚୟ ପତ୍ର ପାଇପାରିବେ । ଏଥିସହିତ ସେ ନିର୍ବାଚନ ଆୟୋଗର ତିନୋଟି ପ୍ରକାଶନ ଉନ୍ମୋଚନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+