ପ୍ରକାଶ ପାଇଲା ଅତ୍ୟାବଶ୍ୟକ ଔଷଧ ତାଲିକା, ରାନିଟିଡିନ୍ ସମେତ 26 ଟି ଔଷଧ ତାଲିକାରୁ ବାଦ୍
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ମଙ୍ଗଳବାର ଏକ ସଂଶୋଧିତ ଅତ୍ୟାବଶ୍ୟକ ଔଷଧ ତାଲିକା ପ୍ରକାଶ କରିଛନ୍ତି । ଏଥିରେ 26 ଟି ଔଷଧ ତାଲିକାରୁ ବାଦ୍ ପଡ଼ିଛି ।
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ମଙ୍ଗଳବାର ଏକ ସଂଶୋଧିତ ଅତ୍ୟାବଶ୍ୟକ ଔଷଧ ତାଲିକା ପ୍ରକାଶ କରିଛନ୍ତି । ଏଥିରେ 26 ଟି ଔଷଧ ତାଲିକାରୁ ବାଦ୍ ପଡ଼ିଛି । ଏଥିରେ ରାନିଟିଡିନ୍, ଏସୀଲକ ଏବଂ ଜୈଣ୍ଟୈକ୍ ଅଛି । ଏଥି ସହିତ 34 ଟି ଔଷଧ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ରାନିଟିଡିନ୍ ପ୍ରାୟତଃ ଏସିଡିଟି ଏବଂ ପେଟ ସମ୍ବନ୍ଧୀୟ ରୋଗ ପାଇଁ ବ୍ୟବହାର ହୁଏ ।

ବାଦ୍ ପଡ଼ିଲା ରାନିଟିଡିନ୍
2020 ରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ନିମ୍ନ ସ୍ତରର ନାଇଟ୍ରୋସୋଡିମେଥାଇଲାମାଇନ୍ (NDMA) ଉପସ୍ଥିତି ପ୍ରକାଶ ପାଇବା ପରେ ସମସ୍ତ ରାନିଟିଡିନ୍ ଉତ୍ପାଦ (ଇଞ୍ଜେକ୍ସନ ଏବଂ ବଟିକା) କୁ ସାମିଲ କରାଯାଇଥିଲା । ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଫାର୍ମାକୋଲୋଜି ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏନ-ନାଇଟ୍ରୋସାମାଇନ୍ ପେଟ, ଏସୋଫାଗସ୍, ନାସୋଫାରିନକ୍ସ ଏବଂ ବ୍ଲାଡର କର୍କଟ ସହିତ ଜଡିତ । ତେଣୁ ଏହାକୁ ପୁନର୍ବାର ତାଲିକାରୁ ବାହାର କରାଯାଇଛି ।
ସାମିଲ ହେଲା 34 ଔଷଧ
ଏଥି ସହିତ, 34 ଟି ଔଷଧ ଅତ୍ୟାବଶ୍ୟକ ତାଲିକାରେ ସାମିଲ ହୋଇଛି । ଏଥିରେ କେତେକ ଆଣ୍ଟି-ଇନଫେକ୍ସନ୍ ଔଷଧ ଯେପରିକି ଆଇଭର୍ମେକ୍ଟିନ୍, ମୁପିରୋସିନ୍ ଏବଂ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ରହିଛି । ଏହା ଅଧୀନରେ ମୋଟ 384 ଔଷଧ ସାମିଲ ହୋଇଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଏଣ୍ଡୋକ୍ରାଇନ୍ ଔଷଧ ଏବଂ ଗର୍ଭନିରୋଧକ ଫ୍ଲୁଡ୍ରୋକୋର୍ଟିସୋନ୍, ଅର୍ମେଲୋକ୍ସିଫେନ୍, ଇନସୁଲିନ୍ ଗ୍ଲାର୍ଜିନ୍ ଏବଂ ଟେନେଲିଗ୍ଲିଟିନ୍ ମଧ୍ୟ ଏହି ତାଲିକାରେ ରଖାଯାଇଛି ।
ହୃଦ୍ରୋଗର ଔଷଧ ଡାବିଗାଟ୍ରାନ୍ ଏବଂ ଟେନେକ୍ଟେପ୍ଲେଜ୍ ମଧ୍ୟ ଏଥିରେ ସାମିଲ ଅଛି । ନୂତନ ତାଲିକାରେ ଥିବା ଔଷଧର ଦର ନିୟନ୍ତ୍ରଣ କରିବା ଲାଗି ସିଲିଂ ଦିଆଯାଇଥିବାରୁ ଏହା ଶସ୍ତା ହେବ ଏବଂ ଲୋକଙ୍କ ପକେଟ ଉପରେ ବୋଝ ପଡ଼ିବ ନାହିଁ ବୋଲି କୁହାଯାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଅତ୍ୟାବଶ୍ୟକ ଔଷଧର ତାଲିକା ଆଜି ପ୍ରକାଶ ପାଇଛି । ସେହି ଆଧାରରେ, ଜାତୀୟ ଫାର୍ମା ମୂଲ୍ୟ ନିର୍ଧାରଣ ପ୍ରାଧିକରଣ ଏହାର ବିକ୍ରୟ ମୂଲ୍ୟ ସ୍ଥିର କରିବ । କୌଣସି କମ୍ପାନୀ ନିଜେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି କରିବେ ନାହିଁ ।
ବାଦ୍ ପଡ଼ିଥିବା ଔଷଧ ତାଲିକା -
- Alteplase
- Atenolol
- Bleaching Powder
- Capreomycin
- Cetrimide
- Chlorpheniramine
- Diloxanide furoate
- Dimercaprol
- Erythromycin
- Ethinylestradiol
- Ethinylestradiol(A) + Norethisterone (B)
- Ganciclovir
- Kanamycin
- Lamivudine (A) + Nevirapine (B) + Stavudine (C)
- Leflunomide
- Methyldopa
- Nicotinamide
- Pegylated interferon alfa 2a, Pegylated interferon alfa 2b
- Pentamidine
- Prilocaine (A) + Lignocaine (B)
- Procarbazine
- Ranitidine
- Rifabutin
- Stavudine (A) + Lamivudine (B)
- Sucralfate
- White Petrolatum
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications