ନ୍ୟାସନାଲ ହେରାଲ୍ଡ ମାମଲା, ଆଜି ଇଡିରେ ପୁଣି ହାଜର ହେବେ ରାହୁଲ
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମସ୍ୟା ଶେଷ ହେଉନାହିଁ । ଆଜି ବି ପୁଣି ସେ ଇଡି ରେ ହାଜର ହେବେ । ଗତ କିଛି ଦିନ ମଧ୍ୟରେ ତାଙ୍କୁ 4 ଥର ପଚରାଉଚୁରା କରିବା ପରେ ମଧ୍ୟ ଆଜି ପୁଣି ଇଡିରେ ହାଜର ହେବାକୁ କୁହାଯାଇଛି ।
ନୂଆଦିଲ୍ଳୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମସ୍ୟା ଶେଷ ହେଉନାହିଁ । ଆଜି ବି ପୁଣି ସେ ଇଡି ରେ ହାଜର ହେବେ । ଗତ କିଛି ଦିନ ମଧ୍ୟରେ ତାଙ୍କୁ 4 ଥର ପଚରାଉଚୁରା କରିବା ପରେ ମଧ୍ୟ ଆଜି ପୁଣି ଇଡିରେ ହାଜର ହେବାକୁ କୁହାଯାଇଛି । ଗତ 4 ଦିନରେ ଇଡି ରାହୁଲଙ୍କୁ ପ୍ରାୟ 40 ଘଣ୍ଟା ଧରି ପଚରାଉଚୁରା କରିଥିଲା । କେବଳ ସୋମବାର ଦିନ ତାଙ୍କୁ 12 ଘଣ୍ଟା ଧରି ପଚରାଉଚୁରା କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲା । ପ୍ରଥମେ ଜୁନ୍ 8 ରେ ହାଜର ହେବାକୁ ଇଡି ନୋଟିସ୍ କରିଥିଲା । କିନ୍ତୁ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିବାରୁ ହାଜରହେବାକୁ ଅଧିକ ସମୟ ମାଗିଥିଲେ । ଏହାପରେ ଜୁନ୍ 13 ରେ ହାଜର ହେବାକୁ ଇଡି ସମନ ଦେଇଥିଲା । ସେବେଠାରୁ ଜୁନ୍ 13 ରୁ 15 ପର୍ଯ୍ୟନ୍ତ ଲଗାତାର ତିନି ଦିନ ଜେରା ପରେ ରାହୁଲଙ୍କୁ 17 ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ ରାହୁଲ ଏହାକୁ 20 ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ କହିଥିଲେ । ଏହାପରେ ରାହୁଲଙ୍କୁ ସଦ୍ୟ ସମନ୍ ଜାରି କରି ସୋମବାର ହାଜର ହେବା ପାଇଁ କୁହାଯାଇଥିଲା ।












Click it and Unblock the Notifications