ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ଇଡିରେ ପୁଣି ହାଜର ହେବେ ସୋନିଆ ଗାନ୍ଧୀ
ନ୍ୟାସ୍ନାଲ୍ ହେରାଲ୍ଡ୍' ଖବରକାଗଜ ମାମଲାରେ ଆଜି ପୁଣି ଇଡି ନିକଟରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ମାମଲାରେ ଇଡି ସୋନିଆଙ୍କୁ ତୃତୀୟ ଥର ପାଇଁ ଜେରା କରିବ ।
ନୂଆଦିଲ୍ଲୀ : ନ୍ୟାସ୍ନାଲ୍ ହେରାଲ୍ଡ୍' ଖବରକାଗଜ ମାମଲାରେ ଆଜି ପୁଣି ଇଡି ନିକଟରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ମାମଲାରେ ଇଡି ସୋନିଆଙ୍କୁ ତୃତୀୟ ଥର ପାଇଁ ଜେରା କରିବ । ଗତକାଲି ଇଡି ସୋନିଆଙ୍କୁ ପ୍ରାୟ 6 ଘଣ୍ଟା ଧରି ଜେରା କରିଥିଲା ।
ପୁଣି ଥରେ ଆଜି ସକାଳ 11 ଟାରେ ଜେରା ପାଇଁ ସୋନିଆଙ୍କୁ ନୋଟିସ ଜାରି କରିଛି ଇଡି । ବର୍ତ୍ତମାନ ସୁଦ୍ଧା ଇଡିର 75 ଟି ପ୍ରଶ୍ନରେ ସୋନିଆଙ୍କ ବୟାନ ରେକର୍ଡ କରାଯାଇଛି ।

ଅପରପକ୍ଷରେ ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଆରମ୍ଭରୁ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରି ଆସୁଛନ୍ତି । ଗତକାଲି ପ୍ରଦର୍ଶନରେ ସୋନିଆଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନେତୃତ୍ୱ ନେଇଥିଲେ । ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୋନିଆଙ୍କୁ ପ୍ରଥମ ପର୍ଯ୍ୟାୟ ଜେରା ସମୟରେ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍ ଲଗାଇଥିଲା । କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜବାବରେ ରାହୁଲଙ୍କ ସହ 50 ସାଂସଦଙ୍କୁ ଉଠାଇ ନେଇଥିଲା ପୋଲିସ୍ ।












Click it and Unblock the Notifications