Union Budget 2021: ବଜେଟ୍ ପୂର୍ବରୁ ଆଜି ହେବ ବାର୍ଷିକ ହାଲୁଆ ସମାରୋହ
ବଜେଟ୍ ପୂର୍ବରୁ ହାଲୁଆ ସମାରୋହ ଆୟୋଜନ କରିବାର ବାର୍ଷିକ ପରମ୍ପରା ଆଜି ଅନୁଷ୍ଠିତ ହେବ । ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ପୂର୍ବରୁ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ । ହାଲୁଆ ସାମରୋହ ବଜେଟ୍ ପ୍ରସ୍ତୁତିର ଅଫିସିଆଲ୍ ଘୋଷଣାକୁ ସୂଚିତ କରିଥାଏ ।
ନୂଆଦିଲ୍ଲୀ : ବଜେଟ୍ ପୂର୍ବରୁ ହାଲୁଆ ସମାରୋହ ଆୟୋଜନ କରିବାର ବାର୍ଷିକ ପରମ୍ପରା ଆଜି ଅନୁଷ୍ଠିତ ହେବ । ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ପୂର୍ବରୁ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ । ହାଲୁଆ ସାମରୋହ ବଜେଟ୍ ପ୍ରସ୍ତୁତିର ଅଫିସିଆଲ୍ ଘୋଷଣାକୁ ସୂଚିତ କରିଥାଏ ।

ଚଳିତ ବର୍ଷ ୟୁନିଅନ୍ ବଜେଟ୍ 2021-22 ଉପସ୍ଥାପନ ପୂର୍ବରୁ ଏନେଇ ଜାନୁଆରୀ 30 ତାରିଖରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ ଯେଉଁଥିରେ ସଂସଦର ବଜେଟ୍ ଅଧିବେଶନ ପାଇଁ ସରକାର ଏହାର ଏଜେଣ୍ଡା ପ୍ରସ୍ତୁତ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୁଧବାର କହିଛନ୍ତି । ସେ କହିଛନ୍ତି ଯେ ଏହି ବୈଠକ ଭର୍ଚୁଆଲ୍ ମୋଡରେ ହେବ । ଏହି ବୈଠକରେ ଯୋଗଦେବା ପାଇଁ ସମସ୍ତ ଦଳର ସଂସଦୀୟ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ସଂସଦସ ଅଧିବେଶନର ସୁପରିଚାଳନା ପାଇଁ ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥାଏ । କିନ୍ତି ଚଳିତ ବର୍ଷ ଜାନୁଆରୀ 29 ତାରିଖରେ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁଆରୀ 30 ତାରିଖରେ ଏହା ଅନୁଷ୍ଠିତ ହେବ ।
ଜାନୁଆରୀ 30 ରେ ହେବାକୁ ଥବା ସର୍ବଦଳୀୟ ବୈଠକରେ ସରକାର ସଂସଦ ଅଧିବେଶନ ପାଇଁ ନିଜର ଏଜେଣ୍ଡା ରଖିବେ ଏବଂ ବିରୋଧୀଙ୍କ ମତାମତ ମଧ୍ୟ ଶୁଣିବେ ବୋଲି ଯୋଶୀ କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 29 ରୁ ଆରମ୍ଭ ହୋଇ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ଭାଗ ଫେବୃଆରୀ 15 ରେ ଶେଷ ହେବ ଏବଂ ଦ୍ୱିତୀୟ ଭାଗ ମାର୍ଚ୍ଚ 8 ରୁ ଏପ୍ରିଲ 8 ପର୍ଯ୍ୟନ୍ତ ଚାଲିବ।
ସଂସଦର ରାଜ୍ୟସଭା ଗୃହ ସକାଳେ ଏବଂ ଲୋକସଭା ଅଧିବେଶନ ସନ୍ଧ୍ୟାରେ ହେବ । କୋଭିଡ୍ ମହାମାରୀ ମଧ୍ୟରେ ବଜେଟ୍ ଅଧିବେଶନ ଆୟୋଜନ ପାଇଁ ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସରକାରୀ କର୍ମଚାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା ।












Click it and Unblock the Notifications