Get Updates
Get notified of breaking news, exclusive insights, and must-see stories!

Modi Cabinet Reshuffle Live : କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ 43 ମନ୍ତ୍ରୀ, ଜାଣନ୍ତୁ ପୁରା ତାଲିକା

2019 ଲୋକସଭା ନିର୍ବାଚନରେ ​​ଏକ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ କରିବେ

ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : 2019 ଲୋକସଭା ନିର୍ବାଚନରେ ​​ଏକ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ କରିବେ । ସୂଚନା ଅନୁଯାୟୀ, ମୋଦୀଙ୍କ ଏହି କ୍ୟାବିନେଟର ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ସନ୍ଧ୍ୟା 6 ଟାରେ ରଖାଯାଇଛି । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ, ସାମ୍ନକୁ ଆସିଛି 43 ଜଣଙ୍କ ତାଲିକା ସାମ୍ନକୁ ଆସିଛି । ଏହା ବ୍ୟତୀତ ଡିଭି ସଦାନନ୍ଦ ଗୌଡା, ଥୱରଚାନ୍ଦ ଗେହଲୋଟ୍, ସନ୍ତୋଶ କୁମାର ଗାଙ୍ଗୱାର, ବାବୁଲ ସୁପ୍ରିଓ, ଧୋଟ୍ରେ ସଞ୍ଜୟ ଶାମରାଓ, ରତନ ଲାଲ କାଟାରିଆ, ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଏବଂ ଦେବଶ୍ରୀ ଚୌଧରୀଙ୍କ ସମେତ 12 ଜଣ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଲାଇଭ୍ ଅପଡେଟ୍

Jul 08, 2021, 4:20 pm IST

ଅନୁପ୍ରିୟା ସିଂ ପଟେଲ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ ଗ୍ରହଣ କଲେ। ଦ୍ୱିତୀୟ ଥର ପାଇଁ ଏହି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ।
Jul 08, 2021, 3:12 pm IST

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ : ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ 43 ଜଣ ସାମିଲ ହୋଇଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ନୂଆ କ୍ୟାବିନେଟରେ ଉତ୍ତର ପ୍ରଦେଶରୁ ସର୍ବାଧିକ 8 ଜଣ ମନ୍ତ୍ରୀ ହୋଇଥିବା ବେଳେ ଗୁଜୁରାଟରୁ 6 ଜଣ ମନ୍ତ୍ରୀ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ 4 ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି । ବିହାର ଓ କର୍ଣ୍ଣାଟକରୁ 3 ଜଣ ଲେଖାଏଁ ମନ୍ତ୍ରୀ ହୋଇଥିବା ବେଳେ ମଧ୍ୟପ୍ରଦେଶ ଓ ଓଡ଼ିଶାରୁ 2 ଜଣ ମନ୍ତ୍ରୀ ହୋଇଛନ୍ତି । ଅପରପକ୍ଷରେ ଆସାମ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ନୂଆଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ଝାଡଖଣ୍ଡ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳପ୍ରଦେଶ ଓ ମଣିପୁରରୁ ଜଣେ ଲେଖାଏଁ ମୋଦୀଙ୍କ ନୂଆ ଟିମରେ ମନ୍ତ୍ରୀ ହୋଇଛନ୍ତି । ଏଠାରେ ସୂଚନାଥାଉକି, ମୋଦୀଙ୍କ କ୍ୟାବିନେଟରେ ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି ।
Jul 08, 2021, 2:58 pm IST

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ 13 ଜଣ ଓକିଲ, 6 ଡାକ୍ତର, 5 ଇଞ୍ଜିନିୟର, 6 ପିଏଚଡି, 3 ଏମବିବିଏସ ଓ 7 ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରହିଛନ୍ତି ।
Jul 08, 2021, 2:55 pm IST

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ 13 ଜଣ ଓକିଲ, 6 ଡାକ୍ତର, 5 ଇଞ୍ଜିନିୟର, 6 ପିଏଚଡି, 3 ଏମବିବିଏସ ଓ 7 ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରହିଛନ୍ତି ।
Jul 08, 2021, 2:37 pm IST

ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Jul 08, 2021, 2:35 pm IST

ଦାୟିତ୍ୱ ନେଲେ ଜିତେନ୍ଦ୍ର ସିଂ ।
Jul 08, 2021, 10:58 am IST

ରେଳବାଇ ହେଉଛି ପିଏମ ମୋଦୀଙ୍କ ଦୂରଦୃଷ୍ଟିର ଏକ ପ୍ରମୁଖ ଅଂଶ । ରେଳବାଇ ପାଇଁ ତାଙ୍କର ଦୃଷ୍ଟିକୋଣ ହେଉଛି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା, ଯେ ସମସ୍ତ ସାଧାରଣ ଲୋକ, କୃଷକ, ଗରିବ ଯେପରି ରେଳବାଇର ଲାଭ ପାଇବେ । ମୁଁ ସେହି ଦିଗରେ କାର୍ଯ୍ୟ କରିବି: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Jul 07, 2021, 11:26 pm IST

କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ଅଶ୍ୱିନ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Jul 07, 2021, 11:24 pm IST

କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ବିଶେଶ୍ୱର ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Jul 07, 2021, 11:19 pm IST

ନୂତନ ଭାବେ ଦାୟୀତ୍ୱ ନେଇଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜେଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Jul 07, 2021, 11:15 pm IST

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି ।
Jul 07, 2021, 7:45 pm IST

15 ଜଣଙ୍କୁ ମିଳିଲା ୟୁନିୟନ କ୍ୟାବିନେଟରେ ସ୍ଥାନ । 28 ଜଣଙ୍କୁ ରାଜ୍ୟ କେନ୍ଦ୍ରମନ୍ତ୍ରୀ ପାହ୍ୟା ।
Jul 07, 2021, 7:40 pm IST

ମୋଦୀଙ୍କ କ୍ୟାବିନେଟର ନୂଆ ଚେହେରା ।
Jul 07, 2021, 7:30 pm IST

ଶପଥଗ୍ରହଣ ଉତ୍ସବର ଦେଖନ୍ତୁ ଲାଇଭ୍ ଅପେଡେଟ
Jul 07, 2021, 7:24 pm IST

ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜନୈତିକ କ୍ୟାରିୟର ପୂର୍ବରୁ ସେ ଓଡିଶାର ଜଳ ସମ୍ପଦ ବିଭାଗରେ ଜଣେ ବରିଷ୍ଠ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ ।
Jul 07, 2021, 7:22 pm IST

ରାଜକୁମାର ରଂଜନ ସିଂ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ମଣିପୁରରୁ ପ୍ରଥମ ଥର ପାଇଁ ଲୋକସଭା ସଦସ୍ୟ ହୋଇଛନ୍ତି ।
Jul 07, 2021, 7:19 pm IST

କପିଲ ମୋରେଶ୍ୱର ପାଟିଲ ଏବଂ ପ୍ରତୀମା ଭୌମିକଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶପଥ ଗ୍ରହଣ କରାଇଛନ୍ତି ।
Jul 07, 2021, 7:16 pm IST

ସୁଭାଷ ସରକାର, ଭାଗବତ କିଶାନରାଓ କରଦ, ରାଜକୁମାର ରଂଜନ ସିଂ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।
Jul 07, 2021, 7:13 pm IST

କେନ୍ଦ୍ର କ୍ୟାବିନେଟରେ ପ୍ରତିନିଧିତ୍ୱ ପାଇବାକୁ ମହାରାଷ୍ଟ୍ରର ଥାନେର ପ୍ରଥମ ସାଂସଦ କପିଲ ପାଟିଲ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
Jul 07, 2021, 7:11 pm IST

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବି.ଏଲ୍ ଭର୍ମା, ଅଜୟ କୁମାର, ଦେବୁ ସିଂ ଚୌହାନ, ଭଗବନ୍ତ ଖୁବାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି ।
Jul 07, 2021, 7:10 pm IST

କର୍ଣ୍ଣାଟକର ବିଡାର ଲୋକସଭା ସାଂସଦ ଭଗବନ୍ତ ଗୁରୁବାସପ୍ପା ଖୁବା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
Jul 07, 2021, 7:06 pm IST

ଗୁଜୁରାଟର ଖେଡାରୁ ଲୋକସଭା ସଦସ୍ୟ ଦେବୁସିନ୍ ଶପଥ ଗ୍ରହଣ କରିଛନ୍ତି । ତାଙ୍କର ପୂର୍ଣ୍ଣକାଳୀନ ରାଜନୈତିକ କ୍ୟାରିୟର ପୂର୍ବରୁ ସେ ଅଲ ଇଣ୍ଡିଆ ରେଡିଓରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଛନ୍ତି।
Jul 07, 2021, 6:57 pm IST

ଉତ୍ତରପ୍ରଦେଶର ମୋହନଲାଲଗଞ୍ଜରୁ ଭାରତୀୟ ଜନତା ପାର୍ଟିର ସାଂସଦ କୌଶଲ କିଶୋର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
Jul 07, 2021, 6:54 pm IST

ଉତ୍ତରପ୍ରଦେଶର ଆଉ ଏକ ଚେହେରା ଭାନୁ ପ୍ରତାପ ସିଂ ଭର୍ମା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କର ରାଜନୈତିକ କ୍ୟାରିୟର 3 ଦଶନ୍ଧି ଧରି ବିସ୍ତାର କରିଛି ।
Jul 07, 2021, 6:53 pm IST

କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ଅଶ୍ୱିନୀ ବୈଷ୍ଣବ ନେଲେ ଶପଥ ।
Jul 07, 2021, 6:52 pm IST

ଶୋଭା କରନ୍ଦଲାଜେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ କର୍ଣ୍ଣାଟକର ଜଣେ ବିଜେପି ନେତ୍ରୀ । ବର୍ତ୍ତମାନ କର୍ଣ୍ଣାଟକ ବିଜେପିର ଉପାଧ୍ୟକ୍ଷ ଏବଂ ଉଦୁପି ଚିକମାଗାଲୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଅଛନ୍ତି । ସେ କର୍ଣ୍ଣାଟକ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।
Jul 07, 2021, 6:50 pm IST

ହର୍ଷବର୍ଧଙ୍କ ଇସ୍ତଫାକୁ ନେଇ ଟାର୍ଗେଟକୁ କଲା କଂଗ୍ରେସ ।
Jul 07, 2021, 6:49 pm IST

ଦାୟୀତ୍ନ ନେବା ପୂର୍ବରୁ ନିଜ ଟ୍ରାକ ରେକର୍ଡ ଦେଖନ୍ତୁ - କଂଗ୍ରେସ
Jul 07, 2021, 6:48 pm IST

ରାଜୀବ ଚନ୍ଦ୍ରଶେଖର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ 2018 ପର୍ଯ୍ୟନ୍ତ ବିଜେପିର ସଦସ୍ୟ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଜେପି ନେତୃତ୍ୱାଧୀନ ମିଳିତ ଜାତିସଂଘ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର କେରଳ ୱିଙ୍ଗର ଉପାଧ୍ୟକ୍ଷ ଥିଲେ ।
Jul 07, 2021, 6:41 pm IST

ବିଜେପି ନେତା ପଙ୍କଜ ଚୌଧୁରୀଙ୍କିୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+