Get Updates
Get notified of breaking news, exclusive insights, and must-see stories!

Narendra modi@73: କଣ ଖାଇବାକୁ ବେଶୀ ପସନ୍ଦ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ ?

Narendra modi@73: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ । ଆଜି ମୋଦୀ 73 ବର୍ଷରେ ପଦାର୍ପଣ କରିଛନ୍ତି । ଏତେ ବୟସ ସତ୍ତ୍ୱେ ମୋଦୀ ଆଜି ବି ସୁସ୍ଥ ଓ ଫିଟ୍ ଅଛନ୍ତି । ନିଜର ବକ୍ତବ୍ୟ ଶୈଳୀ ପାଇଁ ବେଶ୍ ପରିଚିତ ମୋଦୀଙ୍କ ନିଜ ପସନ୍ଦର ଅନେକ ଜିନିଷ ରହିଛି । ସେଥିରୁ ମୋଦୀଙ୍କ ଖାଦ୍ୟ ଅନ୍ୟତମ । ତେବେ ଆସନ୍ତୁ ଜାଣିବା କଣ ଖାଇବାକୁ ପସନ୍ଦ କରନ୍ତି ମୋଦୀ...

ଦେଶର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଷ୍ଟାଇଲ୍ ବ୍ୟତୀତ ସେ ଜଣେ ଖାଦ୍ୟପ୍ରେମୀ ମଧ୍ୟ । ନିଜ ଦମଦାର ଷ୍ଟାଇଲ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଖାଦ୍ୟରେ ମଧ୍ୟ ରୁଚି ରଖନ୍ତି । ଅତି ସାଧାରଣ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ମୋଦୀ । ବିଶେଷ କରି ଭାରତୀୟ ଖାଦ୍ୟ ପ୍ରତି ରହିଛି ବେଶ୍ ରୁଚି । ମୋଦୀ ପ୍ରାୟତଃ ସରଳ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ପିଏମ ମୋଦି ତାଙ୍କ ସ୍ୱର୍ଗତ ମା'ଙ୍କ ହାତରନ୍ଧା ଖାଦ୍ୟ ଖାଇବାକୁ ବେଶ ଭଲପାଆନ୍ତି । ମା'ଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ଥାଳିରେ ତାୱା ରୁଟି, ଡାଲି, ଭଜା ଏବଂ ସାଲାଡ ଖାଇବାକୁ ଭଲପାଆନ୍ତି ।

Narendra Modi

ଫଳ ଭିତରେ ଆମ୍ବ ହେଉଛି ଏତି ପ୍ରିୟ । କିଛି ବର୍ଷ ପୂର୍ବେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଏକ ସାକ୍ଷାତକାରରେ ପିଏମ ମୋଦି ତାଙ୍କ ଜୀବନଶୈଳୀ ସହ ଜଡିତ ଅନେକ ଖୁଲାସା କରିଥିଲେ । ଏହି ସମୟରେ ସେ ତାଙ୍କର ପ୍ରିୟ ଫଳ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ ସେ ଆମ୍ବକୁ ବହୁତ ପସନ୍ଦ କରନ୍ତି ଏବଂ ପିଲାଦିନେ ସେ କ୍ଷେତରେ ଥିବା ଗଛରୁ ଆମ୍ବ ତୋଳି ଖାଉଥିଲେ ।

ସେହିପରି ବିହାରର ଲୋକପ୍ରିୟ ଖାଦ୍ୟ ଲିଟି ଚୋକା ଖାଇବାକୁ ବି ପସନ୍ଦ କରନ୍ତି ମୋଦୀ । ଫେବୃଆରୀ 2020 ରେ ଦିଲ୍ଲୀରେ ଆୟୋଜିତ ହୁନର ହାଟରେ ସେ ଏହି ସୁସ୍ୱାଦୁ ଖାଦ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ମଧ୍ୟ ଦେଇଥିଲେ ।

ଏହା ବାଦ୍ ନିଜ ଡାଇଟରେ ସଜନା ଶାଗର ପରଠାକୁ ସାମିଲ କରନ୍ତି ମୋଦୀ ।

ପୋଷକ ତତ୍ତ୍ୱରେ ଭରପୁର ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ଖଟା ଢୋକଲା ପ୍ରଧାନମନ୍ତ୍ରୀଙ୍କୁ ଖୁବ ପସନ୍ଦ । ଏହା ଇଟିଲି ପରି ମାତ୍ର ବେସନ, ଦହି, ସୋରିଷ ଆଦି ବ୍ୟବହାର ହୋଇଥାଏ । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ।

ବେସନ ଖାଣ୍ଡବୀ ମଧ୍ୟ ମୋଦୀଙ୍କ ପ୍ରିୟ ଖାଦ୍ୟ ମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ବେସନ ଓ ଦହି ଓ ଅନ୍ୟାନ୍ୟ ଜିନିଷରେ ପ୍ରସ୍ତୁତ କରାଯାଏ । ଏହି ଖାଦ୍ୟ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାକୁ ଖାଇବାକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି ।

ସେହିପରି କେସର-ବାଦାମ ଶ୍ରୀଖଣ୍ଡ ମୋଦୀଙ୍କୁ ଖୁବ ପସନ୍ଦ । ପିସ୍ତାବାଦାମ, ବାଦାମ, କେସର ଏହି ଖାଦ୍ୟର ସ୍ୱାଦକୁ ଆହୁରି ବଢାଇଦେଇଥାଏ । ସେହିପରି ପ୍ରଧାନମନ୍ତ୍ରୀଙ୍କର ପ୍ରିୟ ଖାଦ୍ୟ ମାନଙ୍କ ମଧ୍ୟରୁ ଭେଣ୍ଡି କଡ଼ି ଗୋଟିଏ । ବେସନ ଓ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟ ସ୍ୱାଦରେ ଖଟାଳିଆ । ଏହା ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ମାନଙ୍କମଧ୍ୟରୁ ଗୋଟିଏ ।

ଖିଚିଡି ସବୁଠାରୁ ଲୋକପ୍ରିୟ

ପିଏମ ମୋଦିଙ୍କୁ ଖିଚିଡି ଖାଇବାକୁ ବହୁତ ପସନ୍ଦ କରନ୍ତି । ସେ ପ୍ରାୟତଃ ଖିଚିଡି ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଥିବା ଦେଖାଯାଏ । ସେ ପ୍ରାୟତଃ ରାତିରେ ହାଲୁକା ଖାଦ୍ୟ ଖାଆନ୍ତି । ଗୁଜୁରାଟୀ ଖିଚିଡି ବ୍ୟତୀତ ସେ ପ୍ରାୟତଃ ରାତିରେ ରୁଟି, ଡାଲି ଏବଂ ବିନା ମସଲାରେ ତିଆରି ଭଜା ଖାଇବାକୁ ପସନ୍ଦ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+