For Quick Alerts
Turn On Notification  
For Daily Alerts
Oneindia App Download

ନାଗାଲାଣ୍ଡ ଗୁଳିକାଣ୍ଡ : ମୋନ୍ ଜିଲ୍ଲାରେ ଲାଗୁ ହେଲା କର୍ଫ୍ୟୁ, ଇଣ୍ଟରନେଟ୍ ବନ୍ଦ

ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ହୋଇଥିବା ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ 15 ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି ।

|

କୋହିମା : ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ହୋଇଥିବା ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ 15 ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି । ନାଗାଲାଣ୍ଡରେ ହୋଇଥିବା ହିଂସାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଏହାର ପାଞ୍ଚ ଜଣିଆ ପ୍ରତିନିଧୀ ଦଳକୁ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବାକୁ ପଠାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ପ୍ରଶ୍ନ କରିସାରିଛନ୍ତି । ଅପରପକ୍ଷରେ ନାଗାଲାଣ୍ଡରେ ଘଟିଥିବା ଘଟଣାକୁ ନେଇ ସଂସଦର ଶୀତକାଳୀନ ଅଧିବେଶନରେ ନାରାବାଜି ହେବାର ସମ୍ଭାବନା ମଧ୍ୟ ରହିଛି । ଭାରତୀୟ ସେନା ଦ୍ୱାରା ବିଦ୍ରୋହ ବିରୋଧୀ ଅପରେସନ୍ ଉପରେ ଟିଏମଏସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ଦାବି କରିଛି ।

Nagaland

ବାସ୍ତବରେ, ମୋନ୍ ଜିଲ୍ଲାରେ ଗ୍ରାମବାସୀଙ୍କୁ ଉଗ୍ରବାଦୀ ସନ୍ଦେହ କରି ସେମାନଙ୍କ ଉପରକୁ ଗୁଳି ଚଳାଇ ଥିଲା । ଏଥିରେ ଜଣେ ଯବାନଙ୍କ ସମେତ 15 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ନାଗାଲାଣ୍ଡ ସରକାର ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ଏବଂ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀ ସୂଚନା ପାଇଥିଲେ ଯେ ମୋନର ତିରୁ-ଓଟିଙ୍ଗ ରାସ୍ତାରେ କିଛି ଉଗ୍ରବାଦୀ ଗୁରୁତର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛନ୍ତି, ଫଳରେ ସେନା ସେଠାରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ସେହି ରାସ୍ତା ଦେଇଯାଉଥିବା ଗାଁର କିଛି ଲୋକଙ୍କୁ ଉଗ୍ରବାଦୀ ସନ୍ଦେହ କରି ସେନା ଗୁଳି ଚଳାଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ସେନାର ଏହି କାର୍ଯ୍ୟରେ କ୍ରୋଧିତ ଗ୍ରାମବାସୀ ସେନାର ଗାଡି ପୋଡି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ସୁରକ୍ଷା କର୍ମୀମାନେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିଲ ।

ଏହି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୋନ୍ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ମୋବାଇଲ୍ ଇଣ୍ଟରନେଟ୍ ସେବା ଏବଂ ବଲ୍କ ମେସେଜିଂ ସେବା ସ୍ଥଗିତ ରଖାଯାଇଛି । ନାଗାଲାଣ୍ଡର ଆଓ ଜନଜାତିର ଏକ ଶୀର୍ଷ ସଂଗଠନ Ao Senden ଆଜି ହିଂସାକୁ ବିରୋଧ କରି ବନ୍ଦ ଡାକରା ଦେଇଛି । ଏହି ବନ୍ଦ ସକାଳ 6 ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ହୋଇଥିବାବେଳେ ହର୍ନବିଲ ଫେଷ୍ଟିଭାଲକୁ ମଧ୍ୟ ବନ୍ଦ କରାଯାଇଛି । ବର୍ତ୍ତମାନ ନାଗାଲାଣ୍ଡ ସରକାର ଏହାର ଅନୁସନ୍ଧାନ ପାଇଁ ଏକ ଏସଆଇଟି ଗଠନ କରିଛନ୍ତି ଏବଂ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Nagaland Row : Cufew In Mon District, Internet shutdown
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X