ନାଗାଲାଣ୍ଡ ହିଂସା : ରାଜଧାନୀ କୋହିମାରେ NSF ର ବିଶାଳ ସମାବେଶ, AFSPA ହଟାଇବାକୁ ଦାବି
ନାଗା ଷ୍ଟୁଡେଣ୍ଟସ ଫେଡେରେଶନ (ଏନଏସଏଫ) ଶୁକ୍ରବାର ଦିନ ରାଜଧାନୀ କୋହିମାରେ ଏକ ବିଶାଳ ସମାବେଶର ଆୟୋଜନ କରିଛି । ଯେଉଁଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଦାବି ଏବଂ AFSPA ଆଇନ ରଦ୍ଦ ପାଇଁ ଦାବି କରାଯାଇଥିଲା ।
କୋହିମା : ଚଳିତ ମାସ ଆରମ୍ଭରେ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ସେନା ଗୁଳିରେ 14 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଯଦିଓ ପରେ ସେନା ଏବଂ ସରକାର କ୍ଷମା ପ୍ରାର୍ଥନା କରିଛନ୍ତି, ଭୁଲକୁ ସ୍ୱୀକାର କରିଛନ୍ତି, କିନ୍ତୁ ରାଜ୍ୟରେ ଏହି ଘଟଣାର ବିରୋଧ ଜାରି ରହିଛି । ନାଗା ଷ୍ଟୁଡେଣ୍ଟସ ଫେଡେରେଶନ (ଏନଏସଏଫ) ଶୁକ୍ରବାର ଦିନ ରାଜଧାନୀ କୋହିମାରେ ଏକ ବିଶାଳ ସମାବେଶର ଆୟୋଜନ କରିଛି । ଯେଉଁଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଦାବି ଏବଂ AFSPA ଆଇନ ରଦ୍ଦ ପାଇଁ ଦାବି କରାଯାଇଥିଲା ।

ଖବର ଅନୁଯାୟୀ, କ୍ରମାଗତ ତିନି ଦିନ ଧରି ଚାଲିଥିବାରୁ ଶୁକ୍ରବାରର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ପ୍ରସଙ୍ଗରେ ନାଗା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଶୁକ୍ରବାର ଦିନ ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ସମସ୍ତଙ୍କ ହାତରେ 'ଟେକ୍ ବ୍ୟାକ୍ AFSPA' ଭଳି ପୋଷ୍ଟର ଥିଲା । ଏହାପୂର୍ବରୁ ଗୁରୁବାର ଦିନ ମୋନ୍ ଜିଲ୍ଲାରେ ବନ୍ଦ ଆହ୍ୱାନ ଦିଆଯାଇଥିଲା । ଫଳରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।ଏଥିସହିତ ଯାନବାହାନର ଚଳାଚଳ ମଧ୍ୟ ବ୍ୟାହତ ହୋଇଥିଲା ।
ଅନ୍ୟ ପଟେ କୋନ୍ୟାକ ସଂଘ (କୋନ୍ୟାକ ନାଗା ଜନଜାତିର ସର୍ବୋଚ୍ଚ ସଂସ୍ଥା) ସୋମାଠାରେ ଆନ୍ଦୋଳନ ଆରମ୍ଭ କରିଥିଲା । କୌଣସି ପ୍ରକାରର ଜାତୀୟ କାର୍ଯ୍ୟରେ ସେମାନେ ଅଂଶଗ୍ରହଣ କରିବେ ନାହିଁ ବୋଲି ସଂଗଠନ କହିଛି । ଏହା ବ୍ୟତୀତ ସେନାର ସାଧାରଣ ନାଗରିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କର କୌଣସି ଅଂଶଗ୍ରହଣ ରହିବ ନାହିଁ ଏବଂ ୟୁନିଅନ୍ ଏହି ଅଞ୍ଚଳରେ ନିଯୁକ୍ତି ଡ୍ରାଇଭ୍ କୁ ଅନୁମତି ଦେବ ନାହିଁ । ମୋନ୍ ଜିଲ୍ଲା ବ୍ୟତୀତ ରାଜ୍ୟର ପୂର୍ବ ଭାଗରେ ଥିବା କିଫିର, ତୁଏନସାଙ୍ଗ, ନୋକଲାକ ଏବଂ ଲୋଙ୍ଗଲେଙ୍ଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଲୋକମାନେ ସେମାନଙ୍କର ଦୋକାନ ବନ୍ଦ ମଧ୍ୟ ରଖିଥିଲେ ।
ସୂନାଯୋଗ୍ୟ, ମୋନ୍ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଭାରତୀୟ ସେନା କମାଣ୍ଡୋମାନେ ଅଭିଯାନ ଚଳାଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଏକ କାର ଆସିଥିଲା । ସୈନିକମାନେ ତାଙ୍କୁ ଅଟକାଇବାକୁ ସଙ୍କେତ ଦେଇଥିଲେ, କିନ୍ତୁ ସେ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥଲା । ଯାହା ପରେ ସେନା ଗୁଳି ଚଳାଇଥିଲେ । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ପରେ ସେଠାରେ ହିଂସା ହୋଇଥିଲା, ଫଳରେ ସେନାକୁ ଗୁଳି ଚଳାଇବାକୁ ପଡିଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ 14 ଜଣ ପ୍ରାଣ ହରାଇଛନ୍ତି ବୋଲି ସରକାର କହିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications