ପର୍ବତରୁ ଖସିଲା ବଡ଼ ପଥର, ଚୁରମାର ହୋଇଗଲା ତିନି କାର, ଦୁଇ ମୃତ... ଦେଖନ୍ତୁ ଭିଡ଼ିଓ
ନାଗାଲାଣ୍ଡରୁ ଆସିଛି ଏକ ହୃଦୟବିଦାରକ ଦୃଶ୍ୟ । ଡିମାପୁର ଏବଂ କୋହିମା ମଧ୍ୟରେ ଥିବା ଚୁମୈକେଦିମା ଠାରେ ପାହାଡ଼ରୁ ଖସିଛି ଏକ ବିରାଟ ପଥର । ପଥରଟି ତିନୋଟି କାର ଉପରେ ଗଡ଼ିଯିବାରୁ କାର ଗୁଡ଼ିକୁ ଚୁରମାର ହୋଇଯାଇଛି । ଏହା ପରେ ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ, ମଙ୍ଗଳବାର ସନ୍ଧ୍ୟାରେ ଡିମାପୁର ଏବଂ କୋହିମା ମଧ୍ୟରେ ଥିବା ଚୁମୈକେଦିମା ଠାରେ ରାସ୍ତାରେ ବର୍ଷା ଯୋଗୁଁ ଜାମ୍ ଲାଗିଥିଲା । ଏହି ସମୟରେ ପାହାଡ ଉପରୁ ଏକ ବଡ଼ ପଥର ଖସି ଆସି ତିନୋଟି କାର ଉପରେ ପଡ଼ିଥିଲା । ଏଥିରେ କାର ତିନୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଚି । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଘଟଣାଟି ଏତେ କମ୍ ସମୟରେ ଘଟିଥିଲା ଯେ କେହି କିଛି ଭାବିବା ଆଗରୁ କାର୍ ଗୁଡ଼ିକ ଚୁରମାର ହୋଇଯାଇଥିଲା । ଗାଡ଼ି ଭିତରୁ ବାହାରିବାକୁ ମଧ୍ୟ ସମୟ ପାଇନଥିଲେ ।
#WATCH | A massive rock smashed a car leaving two people dead and three seriously injured in Dimapur's Chumoukedima, Nagaland, earlier today
(Viral video confirmed by police) pic.twitter.com/0rVUYZLZFN
— ANI (@ANI) July 4, 2023
ପ୍ରବଳ ବର୍ଷା ପରେ ସନ୍ଧ୍ୟା ପ୍ରାୟ 5 ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ । ତେବେ ପୀଡିତାଙ୍କୁ ଚିହ୍ନଟ କରାଯାଇ ନାହିଁ ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନିଫି ରିଓ ଏକ ଟ୍ୱିଟରେ କହିଛନ୍ତି ଯେ ଦୁର୍ଘଟଣା ଘଟିଥିବା ସ୍ଥାନ ପାକାଲା ପାହର ନାମରେ ଜଣାଶୁଣା ଏବଂ ଭୂସ୍ଖଳନ ଏବଂ ପଥର ଖସିବା ପାଇଁ କୁଖ୍ୟାତ ।
ଏହା ସହିତ ସିଏମ୍ କହିଛନ୍ତି ଯେ ତାଙ୍କ ସରକାର ଜରୁରୀକାଳୀନ ସେବା ଏବଂ ଆହତମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି । ପ୍ରତ୍ୟେକ ପୀଡିତାଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିସହ ରାଜପଥରେ ଥିବା ସମସ୍ତ ଅସୁରକ୍ଷିତ ସ୍ଥାନରେ ସୁରକ୍ଷା ଭିତ୍ତିଭୂମି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଭାରତ ସରକାର ଏବଂ @nhidcl ସହିତ ଉଦ୍ୟମ ଜାରି ରଖିବେ ।












Click it and Unblock the Notifications