Get Updates
Get notified of breaking news, exclusive insights, and must-see stories!

'ସମଲିଙ୍ଗୀ ହେତୁ ପଦୋନ୍ନତିରେ ହେଉଛି ବିଳମ୍ବ', ଏପରି କହିଲେ ଓକିଲ ସୌରଭ କୃପାଲ

ଓକିଲ ସମଲିଙ୍ଗୀ ହୋଇଥିବାରୁ ବିଚାରପତି ଭାବେ ପଦୋନ୍ନତିରେ ହେଉଛି ବିଳମ୍ବ । ଏପରି କହିଛନ୍ତି ଦେଶର ବରିଷ୍ଠ ଆଡଭୋକେଟ୍ ସୌରଭ କୃପାଲ ।

ନୂଆଦିଲ୍ଲୀ : ଓକିଲ ସମଲିଙ୍ଗୀ ହୋଇଥିବାରୁ ବିଚାରପତି ଭାବେ ପଦୋନ୍ନତିରେ ହେଉଛି ବିଳମ୍ବ । ଏପରି କହିଛନ୍ତି ଦେଶର ବରିଷ୍ଠ ଆଡଭୋକେଟ୍ ସୌରଭ କୃପାଲ । କୃପାଲ କହିଛନ୍ତି ଯେ ତାଙ୍କ 'ଯୌନ ସମ୍ପର୍କ' ହେଉଛି କେନ୍ଦ୍ର ସରକାରଙ୍କ ବିଚାରପତି ଭାବରେ ପଦୋନ୍ନତି ସୁପାରିଶ ଅନୁଯାୟୀ କାର୍ଯ୍ୟକାରୀ ନ ହେବାର ପ୍ରକୃତ କାରଣ । ଯଦି ସୌରଭ କୃପାଲ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୁଅନ୍ତି, ତେବେ ସେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ ।

Saurabh Kirpal

ଦିଲ୍ଲୀରେ ସାହିତ୍ୟ ଆଜ ତକ୍ 2022 କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଡଭୋକେଟ କୃପାଲ କହିଛନ୍ତି, "ଏହା କହିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ ବୋଲି ମୁଁ ଭାବୁଛି । 12 ଟି ସୁପାରିଶ ମଧ୍ୟରୁ 11 ଜଣ ନିଯୁକ୍ତ ହୋଇଥିଲେ ଏବଂ ମୁଁ ସେମାନଙ୍କ ମଧ୍ୟରେ ନାହିଁ, ଏହାର କାରଣ କ'ଣ ହୋଇପାରେ । କଥିତ କାରଣ ଦେଖାଣିଆ, କିନ୍ତୁ ଏକମାତ୍ର ପ୍ରକୃତ କାରଣ ହେଉଛି ମୋର ଯୌନ ସମ୍ପର୍କ । ଏଥିପାଇଁ ଅନ୍ୟ କୌଣସି ସମ୍ଭାବ୍ୟ କାରଣ ନାହିଁ ।"

ବରିଷ୍ଠ ଆଡଭୋକେଟ ସୌରଭ କୃପାଲ 19 ନଭେମ୍ବରରେ ସାହିତ୍ୟ ଆଜତକ୍ 2022 ରେ ତାଙ୍କ ପୁସ୍ତକ 'Fifteen Judgements: Cases that have Shaped the Financial Landscape of India' ଉନ୍ମୋଚନ ସମୟରେ ବିଚାରପତି ଭାବରେ ପଦୋନ୍ନତି ବିଳମ୍ବ ସମ୍ପରକ୍ରେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ଟୁଡେ ସମ୍ପାଦକ ରାଜଦୀପ ସରଦେଶାଇ ବରିଷ୍ଠ ଓକିଲ ସୌରଭ କୃପାଲଙ୍କୁ ପଚାରିଥିଲେ ଯେ ସରକାର ତାଙ୍କୁ ଜଣେ ବିଚାରପତି ଭାବରେ ପଦୋନ୍ନତି ଦେଇ ନାହାଁନ୍ତି କାରଣ ସେ ଖୋଲାଖୋଲି ଭାବରେ ନିଜର ଯୌନ ସମ୍ପର୍କ ଘୋଷଣା କରିଛନ୍ତି ଏବଂ ସରକାର ସମଲିଙ୍ଗୀ ବିଚାରପତି ଗ୍ରହଣ କରିପାରିବେ ନାହିଁ ?

ଏହି ପ୍ରଶ୍ନର ଉତ୍ତରରେ ସିନିୟର ଆଡଭୋକେଟ୍ ସୌରଭ କୃପାଲ କହିଛନ୍ତି ଯେ "ଯଦି ଜଣେ ବିଚାରପତି ଭାବରେ ପଦୋନ୍ନତିରେ ବିଳମ୍ବ ହେବାର କାରଣ ଯାଞ୍ଚ କରିବା ଏବଂ ଏହି ଘଟଣାର ଅନୁଧ୍ୟାନ କରିବା ପାଇଁ ସବିଶେଷ ତଥ୍ୟ ଯାଏ ତେବେ ଜଜ୍ ଭାବରେ ପଦୋନ୍ନତି ବିଳମ୍ବ ହେବାର ଏକମାତ୍ର କାରଣ ମୋର ସେକ୍ସୁଆଲିଟି । ଏହା ବ୍ୟତୀତ ଅନ୍ୟ କୌଣସି କାରଣ ହୋଇପାରିବ ନାହିଁ ।" ସୌରଭ କୃପାଲ କହିଛନ୍ତି ଯେ ସେ କଲେଜିୟମର କିଛି ସୂତ୍ରରୁ ଜାଣିବାକୁ ପାଇଛନ୍ତି ଯେ ଏହା ପ୍ରକୃତରେ ଏହା ହିଁ କାରଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+