ହିନ୍ଦୁ-ମୁସଲମାନ ଭାଇଚାରା ଅନନ୍ୟ ଉଦାହରଣ, ଇସଲାମିକ ରୀତିନୀତିରେ ମନ୍ଦିରରେ ବିବାହ କଲେ ମୁସଲମାନ ଦମ୍ପତି
ଏକ ମୁସଲମାନ ଦମ୍ପତିଙ୍କ ଏହି ବିବାହ ଇସଲାମିକ ରୀତିନୀତିରେ ହୋଇଥିଲା, କିନ୍ତୁ ଏହା ଏତେ ଆଲୋଚନାର ବିଷୟ ହେବାର କାରଣ ହେଲା ଏହି ବିବାହ ଏକ ମନ୍ଦିରରେ ହୋଇଥିଲା ।

ଧର୍ମ ନାମରେ ଲଢୁଥିବା ଲୋକଙ୍କର ଅଭାବ ନଥିବାବେଳେ ଧାର୍ମିକ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଏ ସମାଜରେ କମ୍ ନୁହଁ । ଅନେକ ସ୍ଥାନରେ ଧର୍ମର ବାଦବିବାଦରୁ ଦୂରେଇ ରହି ନିଜ ନିଜ ମଧ୍ୟରେ ଭାଇଚାରାର ସମ୍ପର୍କ ରଖିଥିବା ନେଇ ଅନେକ ନଜିର ରହିଛି । ଏପରି ଏକ ଅତି ସୁନ୍ଦର ଉଦାହରଣ ସାମ୍ନାକୁ ଆସିଛି ।
ନିକଟରେ ଶିମଲା ରାମପୁରର ଏକ ହିନ୍ଦୁ ମନ୍ଦିରରେ ମୁସଲମାନ ଦମ୍ପତି ବିବାହ କରିଛନ୍ତି । ଏକ ମୁସଲମାନ ଦମ୍ପତିଙ୍କ ଏହି ବିବାହ ଇସଲାମିକ ରୀତିନୀତିରେ ହୋଇଥିଲା, କିନ୍ତୁ ଏହା ଏତେ ଆଲୋଚନାର ବିଷୟ ହେବାର କାରଣ ହେଲା ଏହି ବିବାହ ଏକ ମନ୍ଦିରରେ ହୋଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ଠାକୁର ସତ୍ୟନାରାୟଣ ମନ୍ଦିର ପରିସରରେ ଏହି ବିବାହ ହୋଇଥିଲା । ଯାହାକି ଦୁଇ ଧର୍ମ ମଧ୍ୟରେ ଭାଇଚାରାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି ।
ବର୍ତ୍ତମାନ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହକୁ ଦେଖିବା ପାଇଁ ମୁସଲମାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇଥିଲେ । ମୁସଲିମ୍ ରୀତିନୀତିରେ ମନ୍ଦିର ପରିସରରେ ମୌଲଭି, ସାକ୍ଷୀ ଏବଂ ଜଣେ ଓକିଲଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା । ମନ୍ଦିର ପରିସରରେ ହୋଇଥିବା ଏହି ବିବାହର ଉଦ୍ଦେଶ୍ୟ ଥିଲା, ଲୋକମାନଙ୍କ ମଧ୍ୟରେ ଧାର୍ମିକ ସମନ୍ୱୟ ଏବଂ ଭାଇଚାରା ବାର୍ତ୍ତା ପ୍ରଚାର କରିବା ।
ଉଲ୍ଲେଖଯୋଗ୍ୟ, ସତ୍ୟନାରାୟଣ ମନ୍ଦିର ପରିସର ହେଉଛି ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ଜିଲ୍ଲା କାର୍ଯ୍ୟାଳୟ । ଠାକୁର ସତ୍ୟନାରାୟଣ ମନ୍ଦିର ଟ୍ରଷ୍ଟ ରାମପୁରର ସାଧାରଣ ସମ୍ପାଦକ ବିନୟ ଶର୍ମା ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ ମନ୍ଦିର ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ଜିଲ୍ଲା କାର୍ଯ୍ୟାଳୟ ଚଳାଇଥାଏ ।












Click it and Unblock the Notifications