Get Updates
Get notified of breaking news, exclusive insights, and must-see stories!

ମୁମ୍ବାଇ ଲଗାଣ ବର୍ଷା ନେଲାଣି 138 ଜୀବନ, 84,452 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଶୁକ୍ରବାର ଦିନ ପୁଣେ ଡିଭିଜନ ଅଧୀନରେ ଥିବା 84,452 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି।

ମୁମ୍ବାଇ : ଶୁକ୍ରବାର ଦିନ ପୁଣେ ଡିଭିଜନ ଅଧୀନରେ ଥିବା 84,452 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି।

ମୁମ୍ବାଇ : ଗତ କିଛି ଦିନ ହେବ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା, ଭୂ-ସ୍ଖଳନ ଏବଂ ଅନ୍ୟାନ୍ୟ ଅଘଟଣ ହୋଇଛି । ଗତ 2 ଦିନରେ ମୁମ୍ବାଇରେ ଗଲାଣି 138 ଜୀବନ । କେବଳ ପୁଣେ ଡିଭିଜନରେ 84 ହଜାର 452 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

mumbai rain

କେବଳ କେବଳ ରାଇଗଡ଼ରେ ଭୂସ୍ଖଳନ ଯୋଗୁ 36 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ହେଉଛି । ବିଶେଷ କରି କୋଙ୍କଣ ରିଜନରେ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ବନ୍ୟା ଜଳ ମଧ୍ୟରେ ଫସି ରହିଛନ୍ତି । ବନ୍ୟାରେ ଫସି ରହିଥିବା ପ୍ରାୟ 85 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ହେଲେ ଏବେ ବି ଆହୁରି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ରିଲିଫ ଓ ପୁନଃ ଉଦ୍ଧାର ମନ୍ତ୍ରୀ ବିଜୟ ୱାଡେଟ୍ଟିୱର କହିଛନ୍ତି, ବର୍ଷା ଓ ଅନ୍ୟ ମୌସୁମୀ ସହ ଜଡ଼ିତ ଅଘଟଣରେ ଏଯାଏଁ 138 ଜଣଙ୍କ ମୃତ୍ୟୁ ହୋଇଛି । ୱେଷ୍ଟର୍ଣ୍ଣ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମଧ୍ୟ ବର୍ଷା ବ୍ୟାପକ କ୍ଷତି ଘଟାଇଛି । ଏଠାରେ ଅନେକ ଲୋକ ବନ୍ୟା ଜଳରେ ଭାସି ଯାଇଥିବା ରିପୋର୍ଟ ମିଳିଛି । ସାତାରାରେ ଏଯାଏଁ 27 ଜଣଙ୍କ ମୃତ୍ୟୁ ଘଟିଛି । ନିଖୋଜ ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି । ଗୋଣ୍ଡିଆ ଓ ଚନ୍ଦ୍ରପୁର ଜିଲ୍ଲାରେ ମଧ୍ୟ ବର୍ଷା ଜନିତ ଅଘଟଣରୁ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି ।

ଲଗାଣ ବର୍ଷା ଯୋଗୁ ସମୁଦ୍ରରେ ବଡ଼ବଡ଼ ଜୁଆର ଉଠିଥିବା ବେଳେ ଡ୍ୟାମରୁ ଜଳ ନର୍ଗତ ହେବାରୁ ବନ୍ୟା ସୃଷ୍ଟି ହୋଇଛି । ବନ୍ୟାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କ ମଧ୍ୟରେ କେବଳ କୋହ୍ଲାପୁରରୁ 40 ହଜାର ଲୋକ ରହିଛନ୍ତି । କୋହ୍ଲାପୁରର 54 ଗାଁ ସଂପୂର୍ଣ୍ଣ ଭାବେ ବନ୍ୟା ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ 821 ଟି ଗାଁ ଆଂଶିକ ଭାବେ ପ୍ରଭାବିତ ହୋଇଛନ୍ତି । ଏହି ଜିଲ୍ଲା ଦେଇ ଯାଇଥିବା ପଞ୍ଚଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କୋହ୍ଲାପୁରରେ ବନ୍ୟା ଯୋଗୁ 39 ଟି ରାସ୍ତାରେ ଯାତାୟାତ ବନ୍ଦ କରି ଦିଆଯାଇଛି ।

ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ଏଜେନ୍ସି ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ନୌସେନା ଓ ସ୍ଥଳ ସେନାର 6 ଟି ଟିମ୍‌କୁ ନିୟୋଜିତ କରାଯାଇଛି । ଭୂସ୍ଖଳନ ଓ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ଜରିଆରେ ମଧ୍ୟ ଉଦ୍ଧାର କରାଯାଉଛି ।

ବର୍ଷା ଯୋଗୁ ରାଇଗଡ଼, ରତ୍ନଗିରି, ପାଲଘର, ଥାଣେ, ସିଦ୍ଧୁଦୁର୍ଗ, କୋହ୍ଲାପୁର, ସଙ୍ଗଲୀ ଓ ସାତାରା ଜିଲ୍ଲାରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ସଙ୍ଗଲୀ ଜିଲ୍ଲାରେ ବନ୍ୟା ପାଣି ମାଡ଼ି ଯାଇଥିବାରୁ 36 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ବର୍ଷା ଜନିତ ଅଘଟଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+