ପୁଣି ବଢିଲା ନୁପୁର ଶର୍ମାଙ୍କ ବିବାଦ, ଥାନେ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ
ବିବାଦୀୟ ଧାର୍ମିକ ମନ୍ତବ୍ୟ ପାଇଁ ପୋଲିସ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ପରେ ପୋଲିସ ବିଭାଗ ତଦନ୍ତ ଆରମ୍ଭ କରିଛି । ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ କହିଛନ୍ତି ଯେ ନୁପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଥାନେ : ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସିଛନ୍ତି ନୁପୁର ଶର୍ମା । ଏହି ମାମଲାରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଅଡ଼ୁଆ ବଢିବାରେ ଲାଗିଛି ।
ବିବାଦୀୟ ଧାର୍ମିକ ମନ୍ତବ୍ୟ ପାଇଁ ପୋଲିସ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ପରେ ପୋଲିସ ବିଭାଗ ତଦନ୍ତ ଆରମ୍ଭ କରିଛି । ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ କହିଛନ୍ତି ଯେ ନୁପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଖୀଳ ଭାରତୀୟ ପ୍ରଗତିଶୀଳ ମୁସିଲମ୍ କଲ୍ୟାଣ ସମିତି ଅମ୍ବରନାଥ ପୋଲିସ ଷ୍ଟେସନରେ ଏହି ମାମଲା ପଞ୍ଜିକରଣ କରାଇଛି । ତାଙ୍କ ବିବାଦୀୟ ଧାର୍ମିକ ମନ୍ତବ୍ୟ ପାଇଁ ଧାରା 153A, 153B, 295 (A) ଅନୁଯାୟୀ FIR ପଞ୍ଜିକରଣ ପାଇଁ ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କ ବିରୋଧରେ କମିଟି ଏକ ଅଭିଯୋଗ ଦାଖଲ କରିଛି । ଯାହା ପରେ ଏହି ମାମଲା ପଞ୍ଜିକୃତ ହୋଇଛି ।

Click it and Unblock the Notifications