ଡ୍ରଗ୍ସ ମାମଲା : ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲା ଜାମିନ
କ୍ରୁଜ୍ ଜାହାଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟ ଆଜି ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅକ୍ଟୋବର 2 ତାରିଖ ରାତିରେ କ୍ରୁଜରୁ ଆର୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଥିଲା ।
ମୁମ୍ବାଇ : କ୍ରୁଜ୍ ଜାହାଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟ ଆଜି ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅକ୍ଟୋବର 2 ତାରିଖ ରାତିରେ କ୍ରୁଜରୁ ଆର୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଥିଲା । ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ ନକରିବା ପରେ ଆର୍ୟନ୍ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଯେଉଁଠାରୁ ସେ ଆଜି ଜାମିନ ପାଇଛନ୍ତି । 25 ଦିନ ଜେଲରେ ରହିବା ପରେ ଆର୍ୟନ୍ ଜାମିନ ପାଇଛନ୍ତି ।

ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି । ଜାମିନ ମିଳିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଆଜି ଜେଲରେ ରାତି କାଟିବେ । ଆସନ୍ତାକାଲି ସକାଳେ ହାଇକୋର୍ଟଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ଅଭିଯୁକ୍ତ ଆର୍ଯ୍ୟନ, ଅର୍ବାଜ ଓ ମୁନମୁନ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି ।
ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ । କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ।












Click it and Unblock the Notifications