For Quick Alerts
Turn On Notification  
For Daily Alerts
Oneindia App Download

ମୁମ୍ବାଇ କୋଠା ଭୁଷୁଡ଼ିବ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ଦୁଃଖଦ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କୁ 50,000 ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ।

|

ମୁମ୍ବାଇ : ଗତକାଲି ରାତିରେ ମୁମ୍ବାଇର ପଶ୍ଚିମ ମଲାଡର ନ୍ୟୁ କଲେକ୍ଟରେଟ୍ କମ୍ପାଉଣ୍ଡରେ ଏକ କୋଠା ଭୁଶୁଡ଼ିବା ପରେ 11 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଅଛନ୍ତି । ଏହି ଦୁଃଖଦ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କୁ 50,000 ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗୁରୁବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଦୁର୍ଘଟଣା ବୁଧବାର ରାତି ପ୍ରାୟ 11.15 ସମୟରେ ମାଲଭାନି ଅଞ୍ଚଳର ଅବଦୁଲ ହମିଦ ରୋଡର ନୂଆ କଲେକ୍ଟର କମ୍ପାଉଣ୍ଡରେ ଘଟିଛି ।

Narendra-Modi

ପ୍ରବଳ ବର୍ଷା ହେତୁ ଏହି ଦୁର୍ଘଟଣା ହୋଇଛି । ମୃତକ ଆଠ ଜଣ ଗୋଟିଏ ପରିବାରର ଥିଲେ । 18 ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ଆହତ 7 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ କହିଛନ୍ତି ଯେ କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ହିସାବରେ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପୋଲିସ ଘଟଣାର ତଦନ୍ତ କରିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁମ୍ବାଇରେ ବିଲଡିଂ ଭୁଶୁଡ଼ିବା ଘଟଣାରେ ଯୁଗ୍ମ ସିପି (ଆଇନ ଏବଂ ବ୍ୟବସ୍ଥା) ବିଶ୍ୱାସ ନାଙ୍ଗ୍ରେ ପାଟିଲ କହିଛନ୍ତି ଯେ ପୋଲିସ୍ ବିଲ୍ଡିଂର ମାଲିକ ତଥା କଣ୍ଟ୍ରାକ୍ଟରଙ୍କ ବିରୋଧରେ ହତ୍ୟାକାଣ୍ଡ ଭଳି ମାମଲା ରୁଜୁ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mumbai Building Collapse : PM Modi Announced Rs 2 lakh for Ex-Gratia To The Kin of lost their life
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X