ଜେଲରଙ୍କୁ ଧମକ ଦେବା ମାମଲାରେ ମୁଖତାର ଅନସାରୀଙ୍କୁ ଦୁଇ ବର୍ଷ ଜେଲ
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କୁ 2 ବର୍ଷ ଜେଲ୍ ଦଣ୍ଡ । ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ରାଜଧାନୀର ଆଲମବାଗ ଥାନାରେ ଏକ ଅପରାଧିକ ମାମଲାରେ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।
ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କୁ 2 ବର୍ଷ ଜେଲ୍ ଦଣ୍ଡ । ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ରାଜଧାନୀର ଆଲମବାଗ ଥାନାରେ ଏକ ଅପରାଧିକ ମାମଲାରେ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି । କୋର୍ଟ ମୁଖତାର୍ ଅନସାରୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ରାଜ୍ୟ ସରକାରଙ୍କ ଆବେଦନକୁ ଅନୁମତି ଦେଇ ଜଷ୍ଟିସ ଦୀନେଶ କୁମାର ସିଂହଙ୍କ ଏକକ ବେଞ୍ଚ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ମୁଖତାର ଅନସାରୀ ବର୍ତ୍ତମାନ ବାନ୍ଦା ଜେଲରେ ଅଛନ୍ତି ।

2003 ମସିହାରେ ତତ୍କାଳୀନ ଜେଲର ଏସ. କେ ଅୱସ୍ତି ଆଲାମବାଗ ଥାନାରେ ମୁଖତାର ଅନସାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ । ଏଫ୍ଆଇଆର୍ ଅନୁଯାୟୀ, ଜେଲରେ ମୁଖତାର୍ ଅନସାରୀଙ୍କୁ ଭେଟିବାକୁ ଆସିଥିବା ଲୋକଙ୍କ ତଲାସି କରିବାରୁ ମୃତ୍ୟୁ ଧମକ ଦିଆଯାଇଥିଲା । ଏହା ସହିତ ତାଙ୍କୁ ଗାଳି ଗୁଲଜ କରିବା ସହ ମୁଖତାର ମଧ୍ୟ ତାଙ୍କୁ ପିସ୍ତଲ ଦେଖାଇଥିଲେ । ଏହି ମାମଲାରେ ଟ୍ରାଏଲ କୋର୍ଟ ମୁଖତାରଙ୍କୁ ଖଲାସ କରିଥିଲେ, ଏହା ବିରୋଧରେ ସରକାର ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ମୁଖତାର୍ ଅନସାରୀ ବର୍ତ୍ତମାନ ବାନ୍ଦା ଜେଲରେ ଅଛନ୍ତି । ତାଙ୍କ ସୁରକ୍ଷା ପାଇଁ ଜେଲ ପ୍ରଶାସନ ସହିତ କାନପୁରର ଜଣେ ଡେପୁଟି ଜେଲରଙ୍କୁ ଦାୟିତ୍ୱ ଦିଆଯାଇଛି । ଜେଲ ପ୍ରଶାସନର ସୂଚନାନୁସାରେ, ମୁଖତାର କୁ ସୁରକ୍ଷା ଦେବା ପାଇଁ ପ୍ରାୟ 32 ସୁରକ୍ଷା କର୍ମୀଙ୍କୁ 24 ଘଣ୍ଟା ମଧ୍ୟରେ ଡ୍ୟୁଟିରେ ରଖାଯାଇଛି ।












Click it and Unblock the Notifications