Get Updates
Get notified of breaking news, exclusive insights, and must-see stories!

ଅପରାହ୍ନ 3 ଟାରୁ ରାତି 9 ଟା ଯାତ୍ରୀଙ୍କ ପାଇଁ ସାଜିଛି ବିପଜ୍ଜନକ, ଏହି ସମୟରେ ହେଉଛି ଅଧିକ ଦୁର୍ଘଟଣା

ଦେଶରେ ସଡ଼କ ଦୁର୍ଘଟଣାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି । ସରକାରୀ ରିପୋର୍ଟ ଅନୁସାରେ ଅପରାହ୍ନ 3 ଟାରୁ ରାତି 9 ଟା ହେଉଛି ଯାତ୍ରୀଙ୍କ ପାଇଁ ବିପଜ୍ଜନକ ସମୟ ।

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି । ସରକାରୀ ରିପୋର୍ଟ ଅନୁସାରେ ଅପରାହ୍ନ 3 ଟାରୁ ରାତି 9 ଟା ହେଉଛି ଯାତ୍ରୀଙ୍କ ପାଇଁ ବିପଜ୍ଜନକ ସମୟ । ଗୋଟିଏ ଦିନରେ ଏହି ସମୟରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଛି । 2011 ମସିହାରେ ଏହି ସମୟ ବ୍ୟବଧାନରେ କେବଳ 40 ପ୍ରତିଶତ ଦୁର୍ଘଟଣା ଘଟିଛି । ଅପରପକ୍ଷରେ ରାତି 12 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ସବୁଠାରୁ ନିରାପଦ ସମୟ । ଏହି ସମୟରେ ଘଟିଛି 10 ପ୍ରତିଶତ ଦୁର୍ଘଟଣା ।

accident

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ 2021 ରେ ଦେଶରେ ମୋଟ 4 ଲକ୍ଷ 12 ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ ମୋଟ ମୃତ୍ୟୁ ସଂଖ୍ୟା ଥିଲା 1 ଲକ୍ଷ 51 ହଜାର 971 । ଏହି ସଂଖ୍ୟା 2011 ପରଠାରୁ ସର୍ବାଧିକ । ତେବେ ଏହି ରିପୋର୍ଟର ଅର୍ଥ ପ୍ରତିଦିନ 422 ଜଣ ଅର୍ଥାତ୍ ପ୍ରତି ଘଣ୍ଟାରେ 18 ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ସେହିପରି 2021 ରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା 3 ଲକ୍ଷ 84 ହଜାର 432 । 2021 ରେ ଘଟିଥିବା ଦୁର୍ଘଟଣା ମଧ୍ୟରୁ ଅପରାହ୍ନ 3 ଟାରୁ ରାତି 9 ଟା ମଧ୍ୟରେ 1 ଲକ୍ଷ 58 ହଜାର ଦୁର୍ଘଟଣା ଘଟିଥିଲା । ଅପରାହ୍ନ ୩ ଟାରୁ ସନ୍ଧ୍ୟା 6 ଟା ମଧ୍ୟରେ 73 ହଜାର 467 ଟି ଦୁର୍ଘଟଣା ଘଟିଥିବାବେଳେ 6ରୁ ରାତି 9 ଟା ମଧ୍ୟରେ 85 ହଜାର 179 ଦୁର୍ଘଟଣା ଘଟିଛି ।

ଅପରପକ୍ଷରେ ରାତି 9 ରୁ ମଧ୍ୟରାତ୍ରି ମଧ୍ୟରେ ଘଟିଥିଲା 41 ହଜାର 92 ଦୁର୍ଘଟଣା । ଏହା ବ୍ୟତୀତ ରାତି 12 ରୁ ଭୋର 3ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା 19 ହଜାର 682 । ଏହିପରି ଭୋର 3 ଟାରୁ ସକାଳ 6 ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା 20 ହଜାର 120 । ସେହିପରି ସକାଳ 6 ଟାରୁ ସକାଳ 9 ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା 43 ହଜାର 370 । ଏପରିକି ସକାଳ 9 ରୁ ମଧ୍ୟାହ୍ନ 12 ଟା ଯାଏଁ ଏହି ସଂଖ୍ୟା ଥିଲା 61 ହଜାର 387 । ମଧ୍ୟାହ୍ନ 12 ରୁ ଅପରାହ୍ନ 3ଟା ମଧ୍ୟରେ 63 ହଜାର 139 ଦୁର୍ଘଟଣା ଘଟିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+