ଆତଙ୍କୀ - ଗ୍ୟାଙ୍ଗଷ୍ଟର ଲିଙ୍କ ମାମଲା, 50 ସ୍ଥାନରେ ଏନଆଇଏ ଚଢାଉ
ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କୀ ଲିଙ୍କ ମାମଲାରେ ଚଢାଉ ଜାରି ରଖିଛି ଏନ୍ଆଇଏ । ଦେଶରେ 50 ଟି ଭିନ୍ନ ଭିନ୍ନ ସ୍ଥାନରେ ଏନଆଇଏର ଚଢାଉ କରିଛି ।
ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କୀ ଲିଙ୍କ ମାମଲାରେ ଚଢାଉ ଜାରି ରଖିଛି ଏନ୍ଆଇଏ । ଦେଶରେ 50 ଟି ଭିନ୍ନ ଭିନ୍ନ ସ୍ଥାନରେ ଏନଆଇଏର ଚଢାଉ କରିଛି । ଭାରତରେ, ଜେଲରେ ବା ବିଦେଶରେ ରହି ଅପରେଟ କରୁଥିବା ଗ୍ୟାଙ୍ଗ ଉପରେ ନଜର ରଖିଛି ଏନ୍ଆଇଏ । ନିକଟରେ ଏନଆଇଏ ହରିୟାଣା ଏବଂ ପଞ୍ଜାବ ପୋଲିସ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଥିଲା ।

ଏନଆଇଏ ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ମିମୀ ୟୁପିରେ ରେଡ୍ କରିଛି । ନିକଟରେ ଏନଆଇଏ ନୀରଜ ରବାନା ଗ୍ୟାଙ୍ଗ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମେତ 10 ଗ୍ୟାଙ୍ଗଷ୍ଟର ଉପରେ ରୁଜୁ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଏମାନଙ୍କ ବିରୋଧରେ ୟୁଏପିଏର ଧାରା ଲଗାଯାଇଥିଲା ।
ସୂଚନାଯୋଗ୍ୟ, କିଛି ମାମଲାରେ ତଦନ୍ତ ସମୟରେ ଖାସକରି ପଞ୍ଜାବର ଗ୍ୟାଙ୍ଗଷ୍ଟର ଆଇଏସଆଇ ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ଥିବାର କଥା ସମ୍ନାକୁ ଆସିଥିଲା । ଏହାପରେ ଏନଆଇଏ ସକ୍ରିୟ ହୋଇଯାଇଥିଲା । ଏବେ ଏମାନଙ୍କ ସହ ସମ୍ବନ୍ଧିତ ଠିକଣାରେ ରେଡ୍ କରିଛି ।
ଆତଙ୍କବାଦୀ ସଙ୍ଗଠନ ଏବଂ ସିଦ୍ଧୁ ମୁସେୱାଲା ହତ୍ୟା ମାମଲରେ ଗିରଫ ହୋଇଥିବା ଗ୍ୟାଙ୍ଗ୍ଷ୍ଟର୍ମାନଙ୍କର ଘନିଷ୍ଠ ସମ୍ପର୍କ ଥିବା କଥା ପଞ୍ଜାବ ପୁଲିସ ମହାନିର୍ଦେଶକ ଗୌରବ ଯାଦବ କହିବାର ଦିନକ ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏନ୍ଆଇଏ' ରିପୋର୍ଟ ଅନୁସାରେ, ନୀରଜ ସେରାୱତ୍ ଓରଫ୍ ନୀରଜ ବାୱନା ଏବଂ ତାଙ୍କ ଗ୍ୟାଙ୍ଗ୍ ବିଖ୍ୟାତ ବ୍ୟକ୍ତିତ୍ବଙ୍କ 'ଟାର୍ଗେଟେଡ୍ କିଲିଙ୍ଗ୍' ଓ ସାମାଜିକ ଗଣମାଧ୍ୟମ ଜରିଆରେ ଆତଙ୍କ ସୃଷ୍ଟି କରିବାରେ ସମ୍ପୃକ୍ତ ଅଛନ୍ତି ।












Click it and Unblock the Notifications