ସୁପ୍ରିମକୋର୍ଟର 44 କର୍ମଚାରୀ କରୋନା ସଂକ୍ରମିତ, ଭର୍ଚୁଆଲ ମୋଡରେ ଶୁଣାଣି କରିବେ ବିଚାରପତି
ଦେଶର ସର୍ବୋଚ୍ଚ ନ୍ୟାୟଳୟର 44ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ଅଦାଲତ ପରିସରରେ ଭୟର ବାତାବରଣ ଖେଳିଯାଇଛି ।
ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟଳୟର 44ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ଅଦାଲତ ପରିସରରେ ଭୟର ବାତାବରଣ ଖେଳିଯାଇଛି ।

ସଂକ୍ରମିତ କର୍ମଚାରୀଙ୍କୁ ହୋମକ୍ୱାରେଣ୍ଟିନ୍ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ସର୍ବୋଚ୍ଚ ଅଦାଲତର ସମସ୍ତ କୋର୍ଟ ରୁମ୍ ଏବଂ ସମୁଦାୟ ପରିସରକୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସହିତ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କ ଘରେ ଥାଇ ଭର୍ଚୁଆଲ୍ ମୋଡରେ ମାମଲାଗୁଡିକର ବିଚାର କରିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି ।
ମିଳିଥିବ ସୂଚନା ଅନୁସାରେ, ବିଚାରପତିମାନେ ନିଜ ନିଜ ଘରେ ଥାଇ ଭିଡିଓ କନଭରେନ୍ସିଂ ଜରିଆରେ ଶୁଣାଣି କରିବେ । ଏତେ ଜଣ କର୍ମଚାରୀ ପଜିଟିଭ୍ ଆସିଥିବାରୁ ସୁପ୍ରିମ୍ କୋର୍ଟର ସମସ୍ତ କଠୋରୀଗୁଡ଼ିକୁ ବର୍ତ୍ତମାନ 'ସାନିଟାଇଜ୍' କରାଯାଉଛି । ସେହି କାରଣରୁ ଆଜି ଦିନ 10.30ରେ ହେବାକୁ ଥିବା ସୁପ୍ରିମ୍ କୋର୍ଟର ଖଣ୍ଡପୀଠ ଦିନ 1.30ରେ ଆରମ୍ଭ ହୋଇଛି । ଏହାଛଡ଼ା, ଦିନ 11ଟାରେ ହେବାକୁ ଥିବା ଖଣ୍ଡପୀଠ ମଧ୍ୟାହ୍ନ 12ରେ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ସୁପ୍ରିମ୍ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା 3,400 । ଗତବର୍ଷ ଏପ୍ରିଲ୍ରୁ ଭର୍ଚ୍ୟୁଆଲ୍ ଶୁଣାଣି କରି ଆସୁଥିବା ଉଚ୍ଚତମ ନ୍ୟାୟଳୟ ମାର୍ଚ୍ଚ 15 ତାରିଖ ଠାରୁ ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications