ସାମାନ୍ୟ ଖସିଲା କରୋନା ସଂକ୍ରମଣ ମାମଲା : 24 ଘଣ୍ଟାରେ 3.66 ଲକ୍ଷ ନୂତନ ମାମଲା ସୁସ୍ଥ ହେଲେ 3.53 ଲକ୍ଷ ରୋଗୀ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 66 ହଜାର 161 ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରଭାବ ମଧ୍ୟରେ ସଂକ୍ରମଣ କ୍ଷେତ୍ରରେ ସାମାନ୍ୟ କମ ହୋଇଥିବା ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣ ମାମଲା 4 ଲକ୍ଷରୁ କମ୍ ରେକର୍ଡ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 66 ହଜାର 161 ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥି ସହିତ 3 ଲକ୍ଷ 53 ହଜାର 818 ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହି ଅବଧି ମଧ୍ୟରେ 3,754 ଲୋକ ସଂକ୍ରମଣ ହେତୁ ପ୍ରାଣ ହରାଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା 2 ଲକ୍ଷ୍ୟ 46 ହଜାର 116 କୁ ବୃଦ୍ଧି ପାଇଛି ।

corona-virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 26 ଲକ୍ଷ 62 ହଜାର 575 କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 86 ଲକ୍ଷ 71 ହଜାର 222 ରେ ପହଞ୍ଚିଛି । ଏଥି ସହିତ, ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ 37 ଲକ୍ଷ୍ୟ 45 ହଜାର 237 ଟି ସକ୍ରିୟ ମାମଲା ରହିଛି । ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ଜୀବାଣୁ ବିରୁଦ୍ଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଯେଉଁଥିରେ ଏପର୍ଯ୍ୟନ୍ତ ସମୁଦାୟ 17 କୋଟି 1 ଲକ୍ଷ 76 ହଜାର 603 ଡୋଜ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+