2022 ରେ 2.25 ଲକ୍ଷରୁ ଅଧିକ ଭାରତୀୟ ଛାଡ଼ିଛନ୍ତି ନାଗରିକତା
2011 ପରଠାରୁ 16 ଲକ୍ଷରୁ ଅଧିକ ଭାରତୀୟ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି । ଏହି ତଥ୍ୟ କେନ୍ଦ୍ର ସରକାର ଗୁରୁବାର ଦିନ ରାଜ୍ୟସଭାରେ ଦେଇଛନ୍ତି । 2022 ମସିହାରେ, ସର୍ବାଧିକ ନାଗରିକତ୍ୱ ଛାଡିଥିବା ଲୋକଙ୍କ ସଂଖ୍ୟା 2,25,620 ।

ନୂଆଦିଲ୍ଲୀ: ନିକଟରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଅନୁଯାୟୀ ଯୋଗ୍ୟ ପାକିସ୍ତାନୀ, ଆଫଗାନିସ୍ତାନ ଏବଂ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ କେନ୍ଦ୍ର ସରକାର 9 ଟି ରାଜ୍ୟର 31 ଜଣ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ, ଯେଉଁମାନେ ଭାରତୀୟ ନାଗରିକତ୍ୱ ତ୍ୟାଗ କରିଛନ୍ତି ସେମାନଙ୍କ ବିଷୟରେ ଗୁରୁବାର ଦିନ ସଂସଦରେ ସରକାର ଦେଇଥିବା ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି । ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ, ସର୍ବାଧିକ ଲୋକ ଗତ ବର୍ଷରେ ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକ ହୋଇଛନ୍ତି । 2011 ରୁ 2022 ପର୍ଯ୍ୟନ୍ତ ଯେଉଁମାନେ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି ସେମାନଙ୍କ ସଂପୂର୍ଣ୍ଣ ତଥ୍ୟ ସଂସଦରେ ରଖାଯାଇଛି ।
2011 ପରଠାରୁ 16 ଲକ୍ଷରୁ ଅଧିକ ଭାରତୀୟ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି । ଏହି ତଥ୍ୟ କେନ୍ଦ୍ର ସରକାର ଗୁରୁବାର ଦିନ ରାଜ୍ୟସଭାରେ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଅନୁଯାୟୀ, 2022 ମସିହାରେ, ସର୍ବାଧିକ ନାଗରିକତ୍ୱ ଛାଡିଥିବା ଲୋକଙ୍କ ସଂଖ୍ୟା 2,25,620 ରେକର୍ଡ କରାଯାଇଛି । ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୃହରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ 2015 ରେ 1 ଲକ୍ଷ 31 ହଜାର 489 ଲୋକ ଭାରତୀୟ ନାଗରିକତ୍ୱ ତ୍ୟାଗ କରିଥିବାବେଳେ 2016 ରେ 1 ଲକ୍ଷ 41 ହଜାର 603 ଏବଂ 2017 ରେ 1 ଲକ୍ଷ 33 ହଜାର 049 ଲୋକ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି । ସେହିଭଳି, 2018 ରେ ଭାରତୀୟ ନାଗରିକତ୍ୱ ତ୍ୟାଗ କରିଥିବା ଲୋକଙ୍କ ସଂଖ୍ୟା ହେଉଛି 1 ଲକ୍ଷ 34 ହଜାର 561 ଏବଂ 2019 ରେ 1 ଲକ୍ଷ 44 ହଜାର 017 ଜଣ, 2020 ରେ 85 ହଜାର 256 ଏବଂ 2021 ରେ ଲକ୍ଷ 63 ହଜାର 370 ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି ।

ରେଫରେନ୍ସ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର 2011 ଠାରୁ ଗତ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ଏହା ଅନୁଯାୟୀ, 2011 ରେ ଭାରତୀୟ ନାଗରିକତ୍ୱ ଛାଡିଥିବା ଭାରତୀୟଙ୍କ ସଂଖ୍ୟା ଥିଲା 1 ଲକ୍ଷ 22 ହଜାର 819 । ସେହପରି 2012 ରେ 1 ଲକ୍ଷ 20 ହଜାର 923 ଲୋକ ଭାରତୀୟ ନାଗରିକତ୍ୱ ଛାଡି ଅନ୍ୟ ଦେଶର ନାଗରିକତା ନେଇଛନ୍ତି । ଏହା ବାଦ୍ 1 ଲକ୍ଷ 31 ହଜାର 405 ଜଣ 2013 ରେ ଏବଂ 2014 ରେ 1 ଲକ୍ଷ 29 ହଜାର 328 ଜଣ ଭାରତର ନାଗରିକତା ଛାଡ଼ିଛନ୍ତି । ଏହିପରି ଭାବରେ ଗତ 12 ବର୍ଷରେ ସମୁଦାୟ 16 ଲକ୍ଷ 63 ହଜାର 440 ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି ।
ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଜୟଶଙ୍କର ଗୃହକୁ କହିଛନ୍ତି ଯେ ସୂଚନା ଅନୁଯାୟୀ 5 ଜଣ ଭାରତୀୟ ନାଗରିକ ଗତ ତିନିବର୍ଷ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ନାଗରିକତ୍ୱ ହାସଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ 135 ଟି ଦେଶର ଏକ ତାଲିକା ପ୍ରଦାନ କରିଛନ୍ତି ଯେଉଁଠାରେ ଭାରତୀୟ ନାଗରିକତା ଛାଡ଼ି ସେଠାକାର ନାଗରିକତା ନେଇଛନ୍ତି ।
ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ବନ୍ଦୀମାନଙ୍କ ସମେତ 83 ଜଣ ଭାରତୀୟ ପ୍ରତିରକ୍ଷା କର୍ମଚାରୀ ପାକିସ୍ତାନର ହେପାଜତରେ ରହିବାର ସମ୍ଭାବନା ରହିଛି । ସରକାର କହିଛନ୍ତି ଯେ ପାକିସ୍ତାନରୁ ମୁକ୍ତ ହେବା ପାଇଁ ଏହି ପ୍ରସଙ୍ଗ କ୍ରମାଗତ ଭାବେ ଉଠାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ସେଠାରେ ସେମାନଙ୍କ ଉପସ୍ଥିତି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ 2014 ପରଠାରୁ 58 ଜଣ ଭାରତୀୟ ବନ୍ଦୀ, 2160 ମତ୍ସ୍ୟଜୀବୀ ଏବଂ 57 ଟି ମତ୍ସ୍ୟଜୀବୀ ଡଙ୍ଗାକୁ ପାକିସ୍ତାନରୁ ମୁକ୍ତ କରି ଫେରାଇ ଅଣାଯାଇଛି ।












Click it and Unblock the Notifications