ଦିଲ୍ଲୀର ଆନ୍ଦୋଳନ ସ୍ଥଳରେ ବିଜୁଳି ଓ ପାଣି ବ୍ୟବସ୍ଥା ପାଇଁ ଚିଠି ଗୃହମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି
କଂଗ୍ରେସର ଦିଗବିଜୟ ସିଂ, ଆମ୍ ଆଦମୀ ପୀର୍ଟିର ସଞ୍ଜୟ ସିଂଙ୍କ ସମେତ ଦଶରୁ ଅଧିକ ବିରୋଧୀଦଳ ସାଂସଦ ମିଳିତ ଭାବେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଆନ୍ଦୋଳନ ସ୍ଥଳରେ ବିଜୁଳି ଓ ପାଣି ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।
ନୂଆଦିଲ୍ଲୀ : ଦୁଇମାସରୁ ଅଧିକ ସମୟ ଧରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ କେନ୍ଦ୍ର ସରକାରଙ୍କ ତିନୋଟି ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନ କରିଆସୁଛନ୍ତି । ଏହି ସମୟରେ ଦେଶ ବିଦେଶରୁ ଏହି କୃଷକ ଆନ୍ଦୋଳନକୁ ସମର୍ଥନ ମିଳୁଛି । ଗୁରୁବାର 10 ବିରୋଧୀ ଦଳର ସାଂସଦ କୃଷକ ଆନ୍ଗୋଳନ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଉଦ୍ଦେଶ୍ୟରେ ଏକ ମିଳିଚ ଚିଠି ଲେଖିଛନ୍ତି । କଂଗ୍ରେସ, ଆମ୍ ଆଦମୀ ପାର୍ଟି ସହିତ 10ରୁ ଅଧିକ ରାଜନୈତିକ ଦଳର ନେତା ମିଳିତ କୃଷକମାନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ନେଇ ଚିଠିରେ ଲେଖିଛନ୍ତି ।

ଖବର ସରବରାହ ସଂସ୍ଥା ANI ଅନୁଯାୟୀ, କଂଗ୍ରେସର ଦିଗବିଜୟ ସିଂ, ଆମ୍ ଆଦମୀ ପୀର୍ଟିର ସଞ୍ଜୟ ସିଂଙ୍କ ସମେତ ଦଶରୁ ଅଧିକ ବିରୋଧୀଦଳ ସାଂସଦ ମିଳିତ ଭାବେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ କୃଷକଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ସହ ଆନ୍ଦୋଳନ ସ୍ଥଳରେ ବିଜୁଳି ଓ ପାଣି ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।
Over 10 Opposition parties' MPs, including Congress' Digvijaya Singh & AAP's Sanjay Singh, write a joint letter to HM Amit Shah urging govt to withdraw actions against farmers' protest in Delhi as well as restore electricity & water supply to protest sites in Delhi's border areas
— ANI (@ANI) February 4, 2021












Click it and Unblock the Notifications