ମୋର୍ବି ପୋଲ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ପରିବାରର 12 ଜଣ ସଦସ୍ୟଙ୍କ ମୃତ୍ୟୁ, କହିଲେ - ଦୋଷୀଙ୍କୁ ଛଡ଼ାଯିବ ନାହିଁ
ମଚ୍ଛୁ ନଦୀ ମୋର୍ବିର ଝୁଲା ପୋଲ ଭୁଶୁଡ଼ିବା ପରେ ସମଗ୍ର ଦେଶରେ ଆଲୋଡ଼ନ ଦେଖାଦେଇଛି । ମୋର୍ବି ବ୍ରିଜ ଦୁର୍ଘଟଣାରେ ଗୁଜରାଟର ରାଜକୋଟରୁ ବିଜେପି ସାଂସଦ ମୋହନଭାଇ କଲ୍ୟାଣଜୀ କୁନ୍ଦରିଆରଙ୍କ ପରିବାରର 12 ଜଣଙ୍କର ମୃତ୍ୟୁ ହୋଇଛି ।
ଗାନ୍ଧୀନଗର : ଗୁଜୁରାଟର ମୋର୍ବି ବ୍ରିଜ ଦୁର୍ଘଟଣାରେ ଏପର୍ଯ୍ୟନ୍ତ 132 ଜଣଙ୍କର ମୃତ୍ୟୁ ହୋଇଛି । ମଚ୍ଛୁ ନଦୀ ମୋର୍ବିର ଝୁଲା ପୋଲ ଭୁଶୁଡ଼ିବା ପରେ ସମଗ୍ର ଦେଶରେ ଆଲୋଡ଼ନ ଦେଖାଦେଇଛି । ମୋର୍ବି ବ୍ରିଜ ଦୁର୍ଘଟଣାରେ ଗୁଜରାଟର ରାଜକୋଟରୁ ବିଜେପି ସାଂସଦ ମୋହନଭାଇ କଲ୍ୟାଣଜୀ କୁନ୍ଦରିଆରଙ୍କ ପରିବାରର 12 ଜଣଙ୍କର ମୃତ୍ୟୁ ହୋଇଛି । ଇଣ୍ଡିଆ ଟୁଡେ ଟିଭି ସହ ଆଲୋଚନା ବେଳେ ମୋହନ ଭାଇ କହିଛନ୍ତି, "ମୋର୍ବି ଦୁର୍ଘଟଣାରେ ମୁଁ ମୋର ପରିବାରର 12 ଜଣ ସଦସ୍ୟଙ୍କୁ ହରାଇଛି । ମୋର ଭଉଣୀଙ୍କ ପରିବାରର ସଦସ୍ୟଙ୍କୁ ହରାଇଛି । ଏହି ମାମଲାରେ ଦୋଷୀମାନଙ୍କୁ ଛଡାଯିବ ନାହିଁ ବୋଲି ମୋହନ ଭାଇ କହିଛନ୍ତି ।

ବିଜେପି ସାଂସଦ କହିଛନ୍ତି, ମୋର୍ବି ଦୁର୍ଘଟଣାରେ ମୋର ଭଉଣୀଙ୍କ ପରିବାରର 12 ଜଣଙ୍କୁ ହରାଇଛି । ଏହା ମୋ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ । ଗତକାଲି ସନ୍ଧ୍ୟା ଠାରୁ ମୁଁ ସେହି ସ୍ଥାନରେ ଅଛି । ଏ0ହି ଦୁର୍ଘଟଣାର ସତ୍ୟତା ଶତପ୍ରତିଶତ ବାହାରକୁ ଆସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି । ସେ ରାତିସାରା ଫୋନ୍ ମାଧ୍ୟମରେ ସୂଚନା ନେଉଥିଲେ ।
ସେତୁ ଖୋଲିବା ପାଇଁ କିପରି ଅନୁମତି ଦିଆଗଲା ବୋଲି ପଚରାଯିବାରୁ ବିଜେପି ସାଂସଦ ମୋହନଭାଇ ଯେ "ଏହି ଦୁଃଖଦ ଘଟଣା କିପରି ଘଟିଛି, କଣ ଅବହେଳା ରହିଛି ତାହା ଜାଣିବା ପାଇଁ ତଦନ୍ତ କରାଯିବ । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଦଣ୍ଡ ଦିଆଯିବ । ଆମେ ଦୋଷୀମାନଙ୍କୁ ରକ୍ଷା କରିବୁ ନାହିଁ । ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ଏବଂ ସ୍ଥାନୀୟ ଲୋକ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।"












Click it and Unblock the Notifications