Get Updates
Get notified of breaking news, exclusive insights, and must-see stories!

Parliament Monsoon Session Live : ଦୁଇ ଦିନ ପୂର୍ବରୁ ବନ୍ଦ ହେଲା ମୌସୁମୀ ଅଧିବେଶନ

ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ।

ନୂଆଦିଲ୍ଲୀ : ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା । ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକାଳକୁ ଦୁଇ ଦିନ ପୂର୍ବରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଜୁଲାଇ 19ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍, ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ନାରାବାଜି ଯୋଗୁଁ ଗୋଟି ଦିନ ମଧ୍ୟ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଧାର୍ଯ୍ୟ ସମୟର 2 ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ମୌସୁମି ଅଧିବେଶନ

Aug 11, 2021, 7:23 pm IST

କାଲି ଘଟିଥିବା ଘଟଣାକୁ ନେଇ ଉପ ବାଚସ୍ପତ୍ତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ବିରୋଧୀ ଓ ସରକାର କ’ଣ କରିବେ କ’ଣ ନକରିବେ ସେନେଇ ଗୃହ ସେମାନଙ୍କୁ ବାଧ୍ୟ କରିପାରିବ ନାହିଁ । କିନ୍ତୁ ଏଭଳି ହୋ ହାଲ୍ଲା ଭିତରେ ଗୃହ ଚଳାଇବା ସମ୍ଭବ ନୁହେଁ ।
Aug 11, 2021, 7:22 pm IST

ଜୁଲାଇ 19ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍, ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ନାରାବାଜି ଯୋଗୁଁ ଗୋଟି ଦିନ ମଧ୍ୟ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଧାର୍ଯ୍ୟ ସମୟର 2 ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।
Aug 11, 2021, 7:22 pm IST

ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା । ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକାଳକୁ ଦୁଇ ଦିନ ପୂର୍ବରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।
Aug 06, 2021, 5:51 pm IST

ଆଜି ପାଇଁ ଲୋକସଭା ମୁଲତବୀ
Aug 06, 2021, 12:29 pm IST

କୃଷକଙ୍କୁ ସମର୍ଥନ ଦେବାକୁ ଜନ୍ତର ମନ୍ତର ଯିବେ ସମସ୍ତ ବିରୋଧୀ ଦଳ
Aug 06, 2021, 12:14 pm IST

ରାଜ୍ୟସଭା 12 ଟା ଯାଏଁ ମୁଲତବୀ
Aug 05, 2021, 5:22 pm IST

ଆସନ୍ତା କାଲି ଯାଏଁ ଉଭୟ ଗୃହ ମୁଲତବୀ
Aug 04, 2021, 4:45 pm IST

ରାଜ୍ୟସଭାରେ ପାରିତ ହେଲା ସୀମିତ ଦାୟିତ୍ୱ ଭାଗିଦାରୀ (ସଂଶୋଧନ) ବିଲ୍, 2021
Aug 04, 2021, 4:45 pm IST

ଗୋଟିଏ ଦିନ ପାଇଁ ନିଲମ୍ବିତ ହୋଇଥିବା ସମସ୍ତ ଟିଏମସି ସାଂସଦମାନେ ରାଜ୍ୟସଭା ପ୍ରବେଶ ଦ୍ୱାର ନିକଟରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।
Aug 04, 2021, 4:42 pm IST

ପେଗାସସ ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ରାଜ୍ୟସଭା କାଲି 11 ଯାଏଁ ମୁଲତବୀ
Aug 04, 2021, 11:49 am IST

ପେଗାସସ ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ରାଜ୍ୟସଭା 2 ଯାଏଁ ମୁଲତବୀ
Aug 03, 2021, 4:58 pm IST

ବିରୋଧୀଙ୍କ ହଟ୍ଟଗୋଳ, ଉଭୟ ଗୃହ ଆସନ୍ତାକାଲି 11 ଯାଏଁ ମୁଲତବୀ
Aug 03, 2021, 12:59 pm IST

ବିରୋଧୀଙ୍କ ହଟ୍ଟଗୋଳ, ଲୋକସଭା 2 ଟା ଯାଏଁ ମୁଲତବୀ
Aug 03, 2021, 11:50 am IST

ପେଗାସସ୍ ଏବଂ କୃଷି ଆଇନ ସମେତ ଅନେକ ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ମୁଲତବୀ
Aug 03, 2021, 11:24 am IST

ବିରୋଧୀ ଦଳର ନେତାଙ୍କ ସହ ସାଇକେଲ ଚଳାଇ ସଂସଦରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
Aug 02, 2021, 4:43 pm IST

ପେଗାସସ୍ ମାମଲାକୁ ନେଇ ସଂସଦରେ ହଙ୍ଗାମା, ଆସନ୍ତାକାଲି ଯାଏଁ ଉଭୟ ଗୃହ ମୁଲତବୀ
Aug 02, 2021, 1:38 pm IST

ପେଗାସସ୍ ମାମଲାକୁ ନେଇ ସଂସଦରେ ହଙ୍ଗାମା, 2 ଟା ଯାଏଁ ଉଭୟ ଗୃହ ମୁଲତବୀ
Aug 02, 2021, 11:51 am IST

ପେଗାସସ୍ ମାମଲାକୁ ନେଇ ସଂସଦରେ ହଙ୍ଗାମା, 12 ଟା ଯାଏଁ ଉଭୟ ଗୃହ ମୁଲତବୀ
Aug 02, 2021, 11:03 am IST

'ପେଗାସସ୍ ଗୁପ୍ତଚର' ମାମଲାରେ କଂଗ୍ରେସ ସମେତ ବିରୋଧୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଲୋଚନା କରିବାକୁ ଦାବି କରିଛନ୍ତି ।
Aug 02, 2021, 11:02 am IST

ପେଗାସସ୍ ଗୁପ୍ତଚର ମାମଲାରେ ସଂସଦରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି ।
Aug 02, 2021, 10:59 am IST

ପେଗାସସ୍ ମାମଲାଗେ ଆଲୋଚନା ପାଇଁ ଲୋକସଭାରେ କଂଗ୍ରେସର ନୋଟିସ୍
Jul 30, 2021, 12:57 pm IST

ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ଉତ୍ତେଜନା କାରଣରୁ ଲୋକସଭା ସୋମବାର ସକାଳ 11 ଟା ପର୍ଯ୍ୟନ୍ତ ମୁଲତବୀ ।
Jul 30, 2021, 12:56 pm IST

ଉଭୟ ଗୃହରେ ପେଗାସସ୍ ମାମଲାକୁ ନେଇ ହଙ୍ଗାମା, ରାଜ୍ୟସଭା 2.30 ପର୍ଯ୍ୟନ୍ତ ମୁଲତବୀ
Jul 30, 2021, 12:53 pm IST

ଉଭୟ ଗୃହରେ ପେଗାସସ୍ ମାମଲାକୁ ନେଇ ହଙ୍ଗାମା
Jul 30, 2021, 12:51 pm IST

ଗୃହର ସମସ୍ତ ବିରୋଧୀ ଦଳ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ଚାହୁଁଛନ୍ତି । ଏହା ପରେ ଆମ ଆଗରେ ଆହୁରି ଅନେକ ସମସ୍ୟା ଅଛି । ପେଗାସସ୍ ପ୍ରସଙ୍ଗ ହେଉଛି ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ, ତେଣୁ ଆମେ ସଂସଦରେ ଏହା ଉପରେ ଆଲୋଚନା ଚାହୁଁ : କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖାଡଗେ
Jul 30, 2021, 11:25 am IST

ମଧ୍ୟାହ୍ନ 12 ଟା ଯାଏଁ ରାଜ୍ୟସଭା ମୁଲତବୀ
Jul 29, 2021, 3:42 pm IST

ଆଫଗାନିସ୍ତାନର ସାମରିକ ଅକ୍ତିଆର ବିରୁଦ୍ଧରେ ଆମେରିକା, ଭାରତ: ଜୟଶଙ୍କର
Jul 29, 2021, 3:39 pm IST

ସାମ୍ବିଧାନିକ ପ୍ରକ୍ରିୟା ପାଳନ କରାଯାଇନଥିଲା | ଏଥିରେ ବାଚସ୍ପତିଙ୍କୁ ପ୍ରଥମେ ଗୃହର ଅନୁମୋଦନ ଏବଂ ପରେ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ 25 ଜଣ ସଦସ୍ୟଙ୍କ ସ୍ଥାୟୀ ଭୋଟ୍ ପାଇବାକୁ ପଡିବ, ଯାହା ହୋଇ ନଥିଲା: ଶିଶି ଥରୁର
Jul 29, 2021, 3:36 pm IST

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆଜି ଗୃହର ପ୍ରାୟ 90 ଜଣ ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆଯାଉ ନ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି।
Jul 29, 2021, 1:10 pm IST

ଲୋକସଭା ଅପରାହ୍ନ 2 ଟା ଯାଏଁ ମୁଲତବୀ
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+