ଦିଲ୍ଲୀ ହିଂସାକୁ ନେଇ ଗୃହ ମନ୍ତ୍ରାଳୟର ଜରୁରୀ ବୈଠକ, ନିୟୋଜିତ ହେବେ ପାରାମିଲିଟାରୀ ଫୋର୍ସ
ହିଂସା ପରେ ଗୃହ ବିଭାଗର ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଜରୁରୀ ବୈଠକ ଡକାଯାଇଥିଲା । ଦିଲ୍ଲୀର ବିଭିନ୍ନ ସ୍ଥାନରେ 15ଫୋର୍ସ ଅର୍ଦ୍ଧସାନରିକ ବଳ, 10 ଫୋର୍ସ ସିଆରପିଏଫ୍ ଏବଂ 5 କମ୍ପାନୀ ଫୋର୍ସ ନିୟୋଜିତ ହୋଇଛନ୍ତି ।
ନୂଆଦିଲ୍ଲୀ : ମଙ୍ଗଳବାର କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇଥିଲା ପ୍ରବଳ ହିଂସା । ଏହି ହିଂସାକୁ ଗୃହମନ୍ତ୍ରାଳୟ ଗୁରୁତର ଭାବେ ନେଇଛି ଗୃହ ବିଭାଗ । ଏହି ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଗୃହ ମନ୍ତ୍ରାଳୟ ଦୃଢ ନିଷ୍ପତ୍ତି ନେଇଛି । ରାଜଧାନୀ ଦିଲ୍ଲୀରେ ପ୍ରତିବାଦ ନାଁ ରେ ଘଟିଥିବା ହିଂସା ଘଟଣାକୁ ଗୁରୁତର ଭାବେ ନେଇଛି ଗୃହ ବିଭାଗ । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ଘଟିଥିବା ଏଭଳି ଅପ୍ରିତିକର ସ୍ଥିତିକୁ ପ୍ରତିହତ କରିବା ପାଇଁ ହିଂସା ପରେ ଗୃହ ବିଭାଗର ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଜରୁରୀ ବୈଠକ ଡକାଯାଇଥିଲା । ଦିଲ୍ଲୀର ବିଭିନ୍ନ ସ୍ଥାନରେ 15ଫୋର୍ସ ଅର୍ଦ୍ଧସାନରିକ ବଳ, 10 ଫୋର୍ସ ସିଆରପିଏଫ୍ ଏବଂ 5 କମ୍ପାନୀ ଫୋର୍ସ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି ।

ଗତକାଲି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ଆଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ସହ ପୋଲିସ୍ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଏହ୍ୟବ୍ୟତୀତ ଐତିହାସିକ ଲାଲକିଲ୍ଲା ଉପରେ ନିଜ ସଙ୍ଗଠନର ପତାକା ଉଡ଼ାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ବହୁ ସ୍ଥାନରେ ପୋଲିସ୍ ସହ ମୁହାଁମୁହିଁ ହୋଇ ଜଳାପୋଡ଼ା କରିଛନ୍ତି । କୃଷକଙ୍କର ଏପରି ହିଂସାତ୍ମକ ଆଚରଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଗୃହମନ୍ତ୍ରାଳୟ ପକ୍ଷରୁ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆୟାଇଛି । ଏଥିସହିତ ପୋଲିସ୍ ହିଂସାକାଣ୍ଡ ଭିଆଇଥିବା ନୋଇ 15ରୁ ଅଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହ ହିଂସାରେ ସାମିଲ ଥିବା ଆନ୍ଦୋଳକାରୀଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପୋଲିସ୍ ଲାଗିପଡ଼ିଛି ।












Click it and Unblock the Notifications