ମୋଦୀ ସରନେମ୍ ବିବାଦ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, 4 ବର୍ଷ ପରେ ଆସିଲା ରାୟ

Rahul Gandhi

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ପୁଣି ବଢିଛି । 'ମୋଦୀ ସରନେମ୍' ମାମଲାରେ ଗୁଜୁରାଟର ସୁରଟ ସେସନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଶୁଣାଣି ସମୟରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ସେ ଗୁରୁବାର ସକାଳେ ଦିଲ୍ଲୀରୁ ସୁରଟରେ ପହଞ୍ଚିଥିଲେ । ଅନ୍ୟପକ୍ଷରେ, ଘଟଣାର ଗମ୍ଭୀରତାକୁ ଦେଖି ଗୁଜୁରାଟ ପୋଲିସ କୋର୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରିଛି । ସେଠାରେ କଂଗ୍ରେସ ନେତା ଓ କର୍ମୀଙ୍କ ସମାବେଶ ହୋଇଛି ।

ଉଲ୍ଲେଖଯୋଗ୍ୟ, 2019 ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଏକ ରାଲି କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ସବୁ ଚୋରଙ୍କ ସରନେମ୍(ସାଙ୍ଗିଆ) ମୋଦୀ କାହିଁକି ? ଏହି ବୟାନ ନୀରବ ମୋଦୀଙ୍କୁ ନେଇ ଥିଲା । କିନ୍ତୁ ବିଜେପି ନେତାମାନେ ତୁରନ୍ତ ଏହାକୁ ଏକ ପ୍ରସଙ୍ଗ କରିଥିଲେ । ଗୁଜୁରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏହାକୁ ସମଗ୍ର ମୋଦୀ ସମ୍ପ୍ରଦାୟକୁ ଅପମାନ ବୋଲି କହି ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ଦୀର୍ଘ ଦିନ ଧରି ସୁରଟ କୋର୍ଟରେ ଶୁଣାଣି ଚାଲିଥିଲା । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ଘୋଷଣା କରିଛନ୍ତି ।

ଏହି ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ୍ ଦଣ୍ଡ ମିଳିଥିଲା । ଏହା ପରେ ରାହୁଲ ଗାନ୍ଧୀଙ୍କୁ କୋର୍ଟ 30 ଦିନ ପାଇଁ ଜାମିନ୍ ଦେଇଛନ୍ତି । ଏହି ସମୟରେ ରାହୁଲ ହାଇକୋର୍ଟରେ ଅପିଲ୍ କରିପାରିବେ । ଯଦି ହାଇକୋର୍ଟ ଜାମିନ ମଞ୍ଜୁର କରନ୍ତି, ତେବେ ତଳ କୋର୍ଟ ଏହି ଜାମିନ୍ ବୃଦ୍ଧି କରିବେ ।

2021 ମସିହାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇଥିଲେ । ଏହା ପରେ ସେ କୋର୍ଟରେ ହାଜର ହୋଇ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ । ଗତ ସପ୍ତାହରେ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ଶୁଣାଣି ଶେଷ କରି ମାର୍ଚ୍ଚ 23 ରେ ଏହି ରାୟ ଶୁଣାଇବାକୁ ନିଷ୍ପତ୍ତି ନେଇଥିଲେ ।

ରାହୁଲ ଗାନ୍ଧୀଙ୍କ ଓକିଲ ଆରମ୍ଭରୁ ଏହି ମାମଲାର ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ CrPC ର ଧାରା 202 ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଠିକ୍ ଭାବରେ ପାଳନ କରାଯାଉ ନାହିଁ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ, ତେଣୁ ସେ ଅଭିଯୋଗକାରୀ ହେବା ଉଚିତ୍ । କିନ୍ତୁ ବିଧାୟକ ପୂର୍ଣ୍ଣେଶ ମୋଦୀ ଆବେଦନ କରିଛନ୍ତି । ଏ ପ୍ରସଙ୍ଗରେ ତାଙ୍କର କୌଣସି ସମ୍ପର୍କ ନଥିଲା । ତେବେ କୋର୍ଟ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+