Get Updates
Get notified of breaking news, exclusive insights, and must-see stories!

ମୋଦୀ ସରନେମ୍ ମାମଲା: ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ ରାହୁଲ

ମୋଦୀ ସରନେମ ମାମଲାରେ ମିଳିଥିବା ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ ଗାନ୍ଧୀ । ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାହୁଲ ।

ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଆବେଦନ ଉପରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲଙ୍କୁ ସୁରଟର ନିମ୍ନ ଅଦାଲତରେ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି ।

supreme court- rahul gandhi

ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ବିନାୟକ ଦାମୋଦର ସାବରକରଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି । କଂଗ୍ରେସ ନେତା ତଥା ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତିରେ ଏପରି ଅନେକ ଜିନିଷ ଅଛି, ଯାହା ଶୁଣାଣି ସମୟରେ ଉଲ୍ଲେଖ କରାଯାଇ ନାହିଁ ।

ସିଜେଏମ୍ କୋର୍ଟରୁ ଦଣ୍ଡ ପାଇବା ପରେ ରାହୁଲଙ୍କ ଆବେଦନ ନିମ୍ନ ଅଦାଲତରେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହା ପରେ ଗୁଜୁରାଟ ହାଇକୋର୍ଟରେ ରାହୁଲଙ୍କ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ତାଙ୍କ ସାଂସଦ ପଦ ହରାଇଛନ୍ତି ।

ସୁପ୍ରିମକୋର୍ଟରେ ରାହୁଲଙ୍କ ଆବେଦନ ଉପରେ କ୍ରିମିନାଲ ମାନହାନୀ ମାମଲାରେ ତାଙ୍କୁ ଦିଆଯାଇଥିବା ଦଣ୍ଡର ଆଇନଗତ ବୈଧତା ଉପରେ ବିତର୍କ ହେବ । କଂଗ୍ରେସ ଦାବି କରିଛି ଯେ ରାହୁଲଙ୍କ ଉପରେ ପ୍ରତିଶୋଧ ରାଜନୀତି ଆଧାରରେ 2019 ମାମଲାରେ ପ୍ରାୟ 4 ବର୍ଷ ପରେ ଏହି ଦଣ୍ଡାଦେଶ ଶୁଣାଯାଇଛି ।

ଉଲ୍ଲେଖଥାଉକି, 2019 ଲୋକସଭା ନିର୍ବାଚନ ସମୟରେ ରାହୁଲ କର୍ଣ୍ଣାଟକର କୋଲାରରେ ଏକ ସାଧାରଣ ସଭା କରିଥିଲେ । ଏହି ରାଲିରେ ସେ କହିଥିଲେ, ଅଧିକାଂଶ ବଡ ଅପରାଧୀଙ୍କ ସରନେମ୍ ମୋଦୀ କାହିଁକି ? ଏହାକୁ ନେଇ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁରଟର ସିଜେଏମ୍ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+