Get Updates
Get notified of breaking news, exclusive insights, and must-see stories!

ଭାରତରେ ବ୍ୟବହାର ପାଇଁ ମଡର୍ଣ୍ଣାକୁ DCGI ର ଅନୁମୋଦନ, ଆମଦାନୀ ପାଇଁ ସିପ୍ଲାକୁ ଅନୁମତି

ଭାରତକୁ ଆସିବ ମଡର୍ଣ୍ଣା ଟିକା । ଔଷଧ ନିର୍ମାତା ସିପ୍ଲାକୁ ଭାରତରେ ମୋଡର୍ଣ୍ଣା ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ ଅନୁମୋଦନ ମିଳିଛି ।

ନୂଆଦିଲ୍ଲୀ : ଭାରତକୁ ଆସିବ ମଡର୍ଣ୍ଣା ଟିକା । ଔଷଧ ନିର୍ମାତା ସିପ୍ଲାକୁ ଭାରତରେ ମୋଡର୍ଣ୍ଣା ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ ଅନୁମୋଦନ ମିଳିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା ।

Moderna-Vaccine

ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଡିସିଜିଆଇ ପକ୍ଷରୁ ଅନୁମତି ଦିଆଯାଇଛି । କମ୍ପାନୀ ଟିକାକୁ ଭାରତ ଆଣିବ ଓ ପ୍ରାଥମିକ ଭାବେ ଏହାକୁ ସୀମିତ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ ।

ଡିସିଜିଆଇ ଏହି ଆବେଦନକୁ ଗ୍ରହଣ କରିବା ପରେ ଡ୍ରଗ୍ସ ଓ କସମେଟିକ ଆକ୍ଟ 1940 ଅଧୀନରେ ନୂଆ ଡ୍ରଗ୍ସ ଆଣ୍ଡ କ୍ଲିନିକାଲ ଟ୍ରାଏଲ ନିୟମ 2019 ଜରିଆରେ ସିପଲାକୁ ମଡର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଇଛି ।

ରିପୋର୍ଟ ଅନୁଯାୟୀ, 18 ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହେବ । ଆମେରିକାର ସମେତ ବିଶ୍ୱର ଅନେକ ଦେଶରେ ମୋଡର୍ଣ୍ଣା ଟିକା ବ୍ୟବହାର କରାଯାଉଛି । ପରିସଂଖ୍ୟାନ ଦୃଷ୍ଟିରୁ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ 12 କୋଟି ଲୋଙ୍କୁ ଫିଫାଇଜର ଏବଂ ମୋଡର୍ଣ୍ଣା ଟିକା ଦିଆଯାଇଛି ।

ମଡର୍ଣ୍ଣା କମ୍ପାନି ପୂର୍ବରୁ ଘୋଷଣା କରି କହିଛି ଯେ, ଡାଟା ସେଫ୍ଟି ମନିଟରିଂ ବୋର୍ଡର ତତ୍ୱାବଧାନରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସଫଳତାର ହାର ଆସିଛି 94.5 ପ୍ରତିଶତ । ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ ଅଫିସର ଷ୍ଟିଫେନ୍ ବାନସେଲ୍ କହିଛନ୍ତି, ଏହି ଭ୍ୟାକ୍ସିନ୍ କୋଭିଡ-19 ମହାମାରୀରୁ ରକ୍ଷା କରି ପାରିବ । କେବଳ ଆମେରିକାରେ କମ୍ପାନି ପକ୍ଷରୁ 30 ହଜାର ଲୋକଙ୍କ ଶରୀରରେ ଏହି ପରୀକ୍ଷା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+