କରୋନା ମୁକାବିଲା ଲାଗି ଦେଶର ଡାକ୍ତରଖାନାରେ ମକ୍ ଡ୍ରିଲ୍
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଉଛି । ମକ୍ ଡ୍ରିଲ୍ ସମୟରେ ଦେଶର ଡାକ୍ତରଖାନା ଗୁଡ଼ିକରେ ମାନବ ସମ୍ବଳର ସ୍ଥିତି, ଔଷଧ, ଟେଷ୍ଟିଂ କିଟ୍, ବେଡ୍, ଅକ୍ସିଜେନ୍, ଭେଣ୍ଟିଲେଟର ଆଦି ସଂପର୍କରେ ସୂଚନା ନିଆଯାଉଛି ।
ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ୱର କେତେକ ଦେଶରେ କରୋନା ଭାଇରସର ଓମିକ୍ରମନ୍ ସବ୍ ଭାରିଆଣ୍ଟ BF.7 ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଭାରତର କେନ୍ଦ୍ର ସରକାର ସତର୍କ ହୋଇଉଠିଛନ୍ତି । କରୋନା ସଂକ୍ରମଣକୁ ରୋକିବା ତଥା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି କେନ୍ଦ୍ର ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଉଛି । ମକ୍ ଡ୍ରିଲ୍ ସମୟରେ ଦେଶର ଡାକ୍ତରଖାନା ଗୁଡ଼ିକରେ ମାନବ ସମ୍ବଳର ସ୍ଥିତି, ଔଷଧ, ଟେଷ୍ଟିଂ କିଟ୍, ବେଡ୍, ଅକ୍ସିଜେନ୍, ଭେଣ୍ଟିଲେଟର ଆଦି ସଂପର୍କରେ ସୂଚନା ନିଆଯାଉଛି । ଏହା ସହିତ ରୋଗୀଙ୍କୁ କିପରି ସୁବିଧାରେ ସ୍ୱାସ୍ଥ୍ୟସେବା ମିଳି ପାରିବ ସେ ନେଇ ମଧ୍ୟ ତଦାରଖ କରାଯାଉଛି ।
ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦେଖି ମକ୍ ଡ୍ରିଲ କରିବା ଲାଗି ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ଦେଶରେ କରୋନା ଦ୍ୱିତୀୟ ଲହରରେ ସୃଷ୍ଟି ହୋଇଥିବା ଅଭାବକୁ କିପରି ଏଡ଼ାଯାଇପାରିବ ସେ ନେଇ ଦୃଷ୍ଟି ଦେଉଛନ୍ତି ସରକାର । ପୂର୍ବ ଲହରରେ ମେଡିକାଲ ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଦୂର କରିବା ଲାଗି ପୂର୍ବରୁ ସତର୍କ ରହିବା ଲାଗି କୁହାଯାଇଛି ।
ଆମ ରାଜ୍ୟ ଓଡ଼ିଶାରେ ବି ଏହି ମକ୍ ଡ୍ରିଲ୍ କରାଯାଇଛି । ଏହା ପୂର୍ବରୁ 23 ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ କୋଭିଡ ପରିଚାଳନା ସଂପର୍କିତ ଚିଠି ଜାରି ହୋଇଥିଲା । କୋଭିଡ୍ ଟେଷ୍ଟିଂ ଠାରୁ ଜିନୋମ ସିକ୍ବେନ୍ସିଂ, ବେଡ୍, ଟିକାକରଣ ଆଦି ସଂପର୍କରେ ସୂଚନା ଦେବାକୁ କୁହାଯାଇଛି ।












Click it and Unblock the Notifications