ମିଜୋରାମ ପଥର ଖଣି ଭୁଶୁଡ଼ିବା ଘଟଣା : ଚାରିଜଣ ଶ୍ରମିକଙ୍କ ସନ୍ଧାନରେ ଉଦ୍ଧାରକାରୀ ଦଳ, 8 ମୃତଦେହ ଉଦ୍ଧାର
ଏପର୍ଯ୍ୟନ୍ତ 8 ଟି ମୃତଦେହ ଉଦ୍ଧାର କରାଯାଇଛି । ଏଥି ସହିତ, ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚିଥିବା NDRF ଦଳ ଆଉ ଚାରିଜଣ ଶ୍ରମିକଙ୍କ ପାଇଁ ସର୍ଚ୍ଚ ଅପରେସନ କରୁଛନ୍ତି ।
ଆଇଜଲ୍ : ମିଜୋରାମର ହନହଥିଆଲ ଜିଲ୍ଲାରେ 14 ନଭେମ୍ବରରେ ଏକ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ ପଥର ଖଣି ଭୁଶୁଡି ପଡିବା ଫଳରେ ଅନେକ ଶ୍ରମିକ ଫସି ରହିଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଏସଏଫର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ 8 ଟି ମୃତଦେହ ଉଦ୍ଧାର କରାଯାଇଛି । ଏଥି ସହିତ, ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚିଥିବା NDRF ଦଳ ଆଉ ଚାରିଜଣ ଶ୍ରମିକଙ୍କ ପାଇଁ ସର୍ଚ୍ଚ ଅପରେସନ କରୁଛନ୍ତି ।

ମିଜୋରାମର ହନହଥିଆଲ ଜିଲ୍ଲାରେ ଏକ ପଥର ଖଣିରେ କର୍ମଚାରୀ ମାନେ କାମ କରୁଥିଲେ । ଏହି ସମୟରେ ଅପରାହ୍ନ 3ଟାରେ ଖଣି ଭୁଶୁଡି ପଡିଥିଲା, ଏହି କାରଣରୁ ଅନେକ ଶ୍ରମିକ ଖଣି ଭିତରେ ଫସି ରହିଥିଲେ । ଦୁର୍ଘଟଣାର କିଛି ସମୟ ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସୂଚନାନୁସାରେ, ବହୁ ସଂଖ୍ୟକ ଶ୍ରମିକ ଘଟଣାସ୍ଥଳରେ କାର୍ଯ୍ୟ କରୁଥିବାରୁ ପ୍ରାୟ 15 ଜଣ ଶ୍ରମିକ ପଥର ତଳେ ଫସି ରହିଥିବାର ଆଶଙ୍କା କରାଯାଉଥିଲା ।
ଘଟଣା ସ୍ଥଳ ଆଇଜଲଠାରୁ 160 କିଲୋମିଟର ଦୂରରେ ଥିବା ଦକ୍ଷିଣ ମିଜୋରାମରେ ଅବସ୍ଥିତ । ବର୍ତ୍ତମାନ ଦ୍ୱିତୀୟ ଦିନ ପାଇଁ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଯେଉଁଥିରେ SDRF, BSF, ଆସାମ ରାଇଫଲ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହନାଥିଆଲ ଜିଲ୍ଲା ଡେପୁଟି କମିଶନର ଆର ଲାଲେରେମସଙ୍ଗା କହିଛନ୍ତି ଯେ ଦୁର୍ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ମଙ୍ଗଳବାର ସକାଳେ ଦୁଇଜଣ ଅଧିକାରୀ ଏବଂ 13 ଜଣ ଯବାନଙ୍କ ସମେତ ଏନଡିଆରଏଫର ଏକ ଟିମ୍ ସେଠାରେ ପହଞ୍ଚିଥିଲେ ।












Click it and Unblock the Notifications